ଆଜିର ରାଶିଫଳ, 10 ଡିସେମ୍ବର 2020, ଗୁରୁବାର, ମା ଲକ୍ଷ୍ମୀଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୦ ଡିସେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିବ । ଆଜି ଲୋକମାନଙ୍କ ବିଚାରକୁ ଶୁଣିବା ପାଇଁ ବହୁତ ଇଚ୍ଛା ପ୍ରକାଶ କରିବେ । ସମ୍ପର୍କୀୟମାନଙ୍କ ଠାରୁ ଆଜି କିଛି ଖୁସି ଖବର ମିଳିପାରେ । ଆଜିର ଦିନଟି ସଫଳତାର ଦିନ ଅଟେ । କିଛି କାର୍ଯ୍ୟ ଆରମ୍ଭ କରିଲେ ସେଥିରେ ସଫଳତା ପ୍ରାପ୍ତିର ଯୋଗ ରହିବ । ଅଟକିଥିବା ଧନ ନିଶ୍ଚୟ ଫେରି ପାଇବେ । ବ୍ୟପାର ବାଣିଜ୍ୟ ଭଲ ଚାଲିବ ଓ ଆକସ୍ମିକ ଧନ ଲାଭର ଯୋଗ ରହିଛି । ଆପଣ କିଛି ଦାନ କରିଲେ ମନକୁ ବହୁତ ଶାନ୍ତି ମିଳିବ ।

ବୃଷ

ଆଜି ମନର ଇଚ୍ଛା ପୂର୍ଣ ହୋଇଯିବ । ଆର୍ଥିକ ମାମଲାରେ ବହୁତ ଲାଭ ମିଳିବ । ଭବିଷ୍ୟତକୁ ଭଲ କରିବା ପାଇଁ ନୂଆ ରାସ୍ତା ଆପଣାଇବେ । ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ । ପ୍ରେମ ସମ୍ପର୍କରେ ମଧୁରତା ଆସିପାରେ । ମାଆ ବାପାଙ୍କ ସହିତ ସବନ୍ଧ ଭଲ ରଖନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହିତ ସମ୍ବନ୍ଧ ଭଲ ରହିବ । କାର୍ଯ୍ୟରେ ସଫଳତା ମିଳିବା ଦ୍ଵାରା ଆର୍ଥିକ ସ୍ଥିତି ମଜବୁତ ରହିବ । ଅନାବଶ୍ୟକ ଖର୍ଚ ଅଧିକ ହୋଇପାରେ । କ୍ରୋଧ ଉପରେ ନିଜକୁ ନିୟନ୍ତ୍ରଣ ରଖନ୍ତୁ । ଆଜି ଦୂର୍ଗାଙ୍କ ପାଖରେ ଘିଅର ଦୀପ ଜଳାନ୍ତୁ ।

ମିଥୁନ

ଆଜି ଆପଣଙ୍କର ଦିନଟି ବହୁତ ଭଲ ରହିବ । ଏହି ରାଶିର ଲେଖକ ପାଇଁ ଆଜିର ଦିନଟି ବହୁତ ଭଲ ଅଛି । କିଛି ନୂଆ ଷ୍ଟୋରି ଲେଖିବାକୁ ମିଳିପାରେ । ପୁରୁଣା ମିତ୍ର ସହିତ ଅଚାନକ ଦେଖା ହୋଇପାରେ । ଆପଣ ଅଧିକ ପରିଶ୍ରମ କରିଲେ ସଫଳତା ମିଳିପାରେ । ଯାହା ଦ୍ଵାରା ଆର୍ଥିକ ସ୍ଥିତି ମଜବୁତ ରହିବ । ଶାରୀରିକ ଓ ମାନସିକ ରୂପ ଠିକ ରହିବ ନାହିଁ । ଗାଡି ଚଳେଇବା ସମୟରେ ଧ୍ୟାନ ରଖନ୍ତୁ । ଆଜି ଗଣେଶ ଭଗବାନଙ୍କ ପାଖରେ ଲଡୁ ଚଢନ୍ତୁ । ଦୁଖ ଦୁର୍ଦଶା ଦୂର ହୋଇଯିବ ।

କର୍କଟ

ଆଜିର ଦିନଟି ସାମାନ୍ୟ ରହିବ । ମାତା ପିତାଙ୍କର ଆଦେଶ ମାନନ୍ତୁ । ସବୁ କାର୍ଯ୍ୟରେ ସଫଳତା ମିଳିବ । ଆର୍ଥିକ ଲାଭ ଓ ଯାତ୍ରାରେ ସମୟ ଅନୁକୂଳ ରହିବ । ମନ ବହୁତ ଶାନ୍ତ ରହିବ ଯାହା ଦ୍ଵାରା ସ୍ୱାସ୍ଥ୍ୟଟି ଭଲ ରହିବ । ଦାମ୍ପତ୍ୟ ସୁଖ ଓ ବାହାନର ସୁଖ ମିଳିବ । ବ୍ୟବସାୟ ବହୁତ ଭଲ ଚାଲିବ କିନ୍ତୁ କାର୍ଯ୍ୟ ଭାର ଅଧିକ ରହିପାରେ । ପ୍ରେମ ସମ୍ବନ୍ଧ ବହୁତ ଭଲ ରହିବ । ଘରୁ ବାହାରିବା ସମୟରେ ମା ବାପାଙ୍କ ଆଶୀର୍ବାଦ ନିଅନ୍ତୁ । ଆପଣଙ୍କ ସବୁ କାର୍ଯ୍ୟ ସହଜରେ ସମ୍ପୂର୍ଣ ହୋଇଯିବ ।

ସିଂହ

ଆଜିର ଦିନଟି ବହୁତ ଭଲ ରହିବ । ଶୁଭ ସମାଚାର ମିଳିବାର ଯୋଗ ଅଛି । ପୁରୁଣା ମିତ୍ରଙ୍କ ସହିତ ଦେଖା ହୋଇପାରେ । ଯାହା ଦ୍ଵାରା ଭବିଷ୍ୟତରେ ବଡ ଲାଭ ମିଳିପାରେ । ଚାକିରି କ୍ଷେତ୍ରରେ କର୍ମଚାରୀଙ୍କ ସହଯୋଗ ମିଳିପାରେ । ଆର୍ଥିକ ଲାଭର ଯୋଗ ରହଛି । ପରିବାର ପାଇଁ ଟଙ୍କା ଅଧିକ ଖର୍ଚ ହୋଇପାରେ । ମନକୁ ଶାନ୍ତ ରଖନ୍ତୁ ଓ ଭଗବାନଙ୍କୁ ସ୍ମରଣ କରନ୍ତୁ । ମୁଣ୍ଡରେ ଚନ୍ଦନ ଲଗାନ୍ତୁ । ବ୍ୟବସାୟ ବହୁତ ଭଲ ଚାଲିପାରେ । ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀମାନେ ପ୍ରଶଂସା କରିବେ ।

କନ୍ୟା

ଆଜି ସକାଳେ କୌଣସି ନୂଆ ଚିନ୍ତାଧାରା ସହ କାର୍ଯ୍ୟ ଆରମ୍ଭ କରିବେ । ଆଜିର ଦିନଟି ଶୁଭ ରହିବ । ଆପଣ ନିଜର ମିତ୍ରମାନଙ୍କ ସହିତ ବହୁତ ବ୍ୟସ୍ତ ରହିବେ । ଛାତ୍ରମାନେ ପାଠ ପଢାରେ ବହୁତ ଭଲ କରିବେ । ପାରିବାରିକ ସଦସ୍ୟଙ୍କ ସହ ଭୋଜନ କରିବାକୁ ଆପଣ ବାହାରକୁ ଯାଇ ପାରନ୍ତି । ଆର୍ଥିକ ମାମଲାରେ ଭବିଷ୍ୟତ ପାଇଁ କିଛି ଯୋଜନା କରି ପାରନ୍ତି । କିନ୍ତୁ ଆକସ୍ମିକ ଧନ ଲାଭ ହୋଇପାରେ । ମାଛମାନଙ୍କୁ ଅଟାର ଗୋଳି କରି ଖୁଆନ୍ତ ଏପରି କରିବା ଦ୍ଵାରା ଆର୍ଥିକ ସମସ୍ୟା ଦୂର ହୋଇଯିବ ।

ତୁଳା

ଆଜି ପରିବାରଙ୍କ ଠାରୁ ବହୁତ ସାହାଯ୍ୟ ମିଳିପାରେ । ଅଧା ରହିଥିବା କାର୍ଯ୍ୟ ପୂର୍ଣ ହେବ । ବ୍ୟବସାୟ କିମ୍ବା ଚାକିରିରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିପାରେ । ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଆଜି ଆପଣ ନୂଆ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରି ପାରନ୍ତି । ଚାକିରି କରୁଥିବା ଲୋକମାନଙ୍କୁ ତାଙ୍କର ଉଚ୍ଚ ଅଧିକାରୀମାନଙ୍କ ସହଯୋଗ ମିଳିବ । ଉପହାର ମିଳିବାର ସମ୍ଭାବନା ଅଛି । ମନ ପ୍ରସନ୍ନ ରହିବ । ଆପଣ ପାରିବାରିକ ବିବାଦ ଠାରୁ ଦୂରେଇ ରୁହନ୍ତୁ ।

ବିଚ୍ଛା

ଆଜି ଆପଣଙ୍କୁ ଭାଗ୍ୟର ସାଥ ମିଳିପାରେ । ସମସ୍ତ କାର୍ଯ୍ୟ ପୁରା ହୋଇଯିବ । ଯୋଜନା କରି କାର୍ଯ୍ୟ ଆରମ୍ଭ କରନ୍ତୁ ସେଥିରେ ଆପଣଙ୍କୁ  ସଫଳତା  ମିଳିବ । ସମ୍ବନ୍ଧୀୟଙ୍କ ଠାରୁ ଉପହାର ମିଳିପାରେ । ମାନସିକ ରୂପରେ ଆଜି ଅଳ୍ପ ଚିନ୍ତିତ ରହି ପାରନ୍ତି  । ଶାରିରୀକ ରୂପରେ ଅସୁସ୍ଥ ରହି ପାରନ୍ତି । ବୈବାହିକ ଜୀବନରେ ଉତ୍ତମ ସୁଖ ପ୍ରାପ୍ତ କରିବେ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଓମ ଭାସ୍କରାୟ ନମଃ ମନ୍ତ୍ରଙ୍କୁ ୧୧ ଥର ଜପ କରନ୍ତୁ ଆପଣଙ୍କର ପରିଶ୍ରମରେ ଫଳ ମିଳିବ ।

ଧନୁ

ଆଜି କୌଣସି ମିତ୍ରଙ୍କ ସହିତ ବୁଲିବାକୁ ଯାଇପାରନ୍ତି । ପରିବାର ସହିତ କିଛି ସମୟ ବିତନ୍ତୁ ଯାହା ଦ୍ଵାରା ସମ୍ପର୍କ ମଜବୁତ ରହିବ । ଅଫିସରେ ସହକର୍ମୀମାନେ ଆପଣଙ୍କର ସାଙ୍ଗ ହୋଇପାରନ୍ତି । ପାରିବାରିକ ଖୁସିର ବାତାବରଣ ରହିବ । ଧନ ଲାଭ, ଉତ୍ତମ ଭୋଜନ ଓ ଉପହାର ମିଳିବାର ଯୋଗ ରହିଛି । କାର୍ଯ୍ୟ କ୍ଷେତ୍ରରେ ଉଚ୍ଛ ପଦଧିକାରୀ ଖୁସି ରହିବା ଦ୍ଵାରା ପଦୋଉନ୍ନତି ହେବାର ସମ୍ଭାବନା ଅଛି । ଆଜି ଗଛର ପତ୍ରର ଉପରେ କିଛି ମନୋସ୍କମାନା ଲେଖି ନଦୀରେ ପ୍ରବାହ କରି ଦିଅନ୍ତୁ । ଶୀଘ୍ର ଆପଣଙ୍କର ମନୋସ୍କମାନା ପୂର୍ଣ ହୋଇଯିବ ।

ମକର

ଅଚାନକ ଭାବେ ଆପଣଙ୍କୁ ଟଙ୍କା ମିଳିବ । ଆଜି କୌଣସି କାର୍ଯ୍ୟ ଆରମ୍ଭ କରିବେ । ପ୍ରେମ ସମ୍ପର୍କରେ ଆପଣଙ୍କୁ ସଫଳତା ମିଳିବ ।  ଆଜି ସେୟାର ବଜାରରେ ନିବେଶରେ ଲାଭ ମିଳିବ । ଛାତ୍ର ମାନଙ୍କୁ ପରିଶ୍ରମ ଅନୁସାରେ ଫଳ ମିଳିବ । ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ଦାମ୍ପତ୍ୟ ଜୀବନ ଖୁସିରେ ବିତିବ । ନକରାତ୍ମକ ବିଚାର ଠାରୁ ଦୂରେଇ ରୁହନ୍ତୁ । ଭିକାରି ଲୋକମାନଙ୍କୁ ବସ୍ତ୍ର ଦାନ କରନ୍ତୁ । ଆପଣଙ୍କର ସବୁ ଇଚ୍ଛା ପୁରା ହୋଇଯିବ ।

କୁମ୍ଭ

ଆଜି ଭାବିଥିବା କୌଣସି କାର୍ଯ୍ୟ ଠିକ ଠାକ ହୋଇଯିବ । ଆଜି ଆପଣଙ୍କ ଜୀବନରେ ଖୁସି ଆସିବ । ଅବିବାହିତମାନେ ବିବାହ ହୋଇପାରନ୍ତି । ଆଜି ଆପଣ ମାନସିକ ଓ ଶାରୀରିକ ରୂପରେ ସୁସ୍ଥ ରହିବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଧାର୍ମିକ କ୍ଷେତ୍ରରେ ମନ ଲାଗିବ । କୌଣସି କ୍ଷେତ୍ରରେ ନିବେଶରେ ଲାଭ ମିଳିବ । କୌଣସି ସମ୍ପର୍କୀୟଙ୍କ ସହ କିଛି ମନ ମାଳିନ୍ୟ ହୋଇପାରେ । ଚାକିରି ଓ ବ୍ୟବସାୟରେ ଲାଭ ମିଳିବ । ଦମ୍ପତ୍ୟ ଜୀବନ ଭଲ ରହିବ । ଧନ ଧାନ୍ୟରେ ବୃଦ୍ଧି ହେବ ।

ମୀନ

ଆଜି ଆପଣ ଅଧିକ ଖରଚାନ୍ତ ହୋଇପାରନ୍ତି । ଆଜି କାହାକୁ ଉଧାର ଦିଅନ୍ତୁ ନାହିଁ କିମ୍ବା ଉଧାର ଆଣନ୍ତୁ ନାହିଁ । ମାନସିକ ଦୁଶ୍ଚିନ୍ତାରୁ ଦୂରେଇ ରୁହନ୍ତୁ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ । କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରନ୍ତୁ ନାହିଁ । ଆଜି କୌଣସି ସମ୍ପର୍କୀୟଙ୍କ ସହ କୌଣସି କଥାକୁ ନେଇ ମାନମାଳିନ୍ୟ ହୋଇପାରେ । ଜୀବନରେ ବହୁତ ଆଗକୁ ବଢିବାରେ ସୁଯୋଗ ମିଳିବ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ଖୁସି ରହିବ । କନ୍ୟମାନଙ୍କୁ କିଛି ଉପହାର ପ୍ରଦାନ କରନ୍ତୁ । ସବୁ ଦୁଖଦୁର୍ଦଶାର ଶେଷ ହେବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।