ଆଜିର ରାଶିଫଳ, 10 ଜୁଲାଇ 2020, ଶୁକ୍ରବାର, ଆଜି ମା ସନ୍ତୋଷୀଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ମିଳିବ ଖୁସି ଖବର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୦ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

କ୍ୟାରିୟରରେ ଆଗକୁ ବଢିବାର ଚାନ୍ସ ମିଳିପାରେ । ଅଫିସର କାମରେ ସହଯୋଗ ମିଳିବ । ନିଜର ବୁଦ୍ଧି ଦ୍ଵାରା ଆପଣ ବଡ ରୁ ବଡ ସମସ୍ୟାକୁ ବି ସହଜରେ ସମାଧାନ କରି ନେବେ । ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ । ସହକର୍ମୀଙ୍କ ସାହାର୍ଯ୍ୟ ମିଳିପାରେ । କର୍ମଚାରୀମାନଙ୍କୁ ଏହି ସମୟରେ ସକାରାତ୍ମକ ସମର୍ଥନ ମିଳିପାରେ । ଆପଣ ଯେଉଁ ବ୍ୟକ୍ତି ସହ ସାକ୍ଷାତ କରିବାକୁ ଚାହୁଁଛନ୍ତି, ତାହା ଆଜି ସମ୍ଭବ ହେବ । ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆସିବ ।

ବୃଷ

ଅଚାନକ ଲାଭ ମିଳିବାର ଯୋଗ ଅଛି । କାରୋବାରରେ ନୂତନ ସୋର୍ସ ମିଳିପାରେ । କୌଣସି ପାର୍ଟଟାଇମ କାମ ଆରମ୍ଭ କରିବା ଆପଣଙ୍କ ପାଇଁ ଲାଭବାନ ହୋଇପାରେ । ଆଜି ଆପଣଙ୍କୁ ନିଜର କଲାର ଉପଯୋଗ କରିବାକୁ ହେବ । ଆଜି ଆପଣ ନିଜକୁ ଏକ କଷ୍ଟ ଭରା ପରିସ୍ଥିତିରେ ପାଇବେ । ନିଜର ଇଚ୍ଛାକୁ ପୁରା କରିବା ପାଇଁ ଆପଣ ଆଜି ଅଧିକ ଟଙ୍କା ଖର୍ଚ କରି ପାରନ୍ତି । ଆପଣଙ୍କ ଉଚିତ ହେବ କି ଆପଣ ଏହି ସମୟରେ କିଛି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ।

ମିଥୁନ

ଆପଣଙ୍କ ସମସ୍ୟା ଅଳ୍ପ ବଢି ପାରେ । ଇଚ୍ଛା ନ ଥିବା ସତ୍ବେ ବି ଆଜି ଆପଣଙ୍କୁ ଟଙ୍କା ଧାର ଦେବାକୁ ପଡିପାରେ । ଯାହା ଦ୍ଵାରା ଆର୍ଥିକ ସ୍ଥିତି ଅଳ୍ପ ଖରାପ ହୋଇପାରେ । ଏହି ସମୟରେ ଆପଣ ଅଧିକରୁ ଅଧିକ ପରିଶ୍ରମ କରିଲେ ହିଁ ଆପଣଙ୍କୁ ଉଚିତ ଫଳ ମିଳିବ । ଆପଣଙ୍କ ସହଯୋଗୀ ଆପଣଙ୍କ ଇଚ୍ଛା ଶକ୍ତି ଭାଙ୍ଗି ପାରନ୍ତି । ଦରକାର ଠାରୁ ଅଧିକ ଦାନ କିମ୍ବା ଦୟା ଦେଖାଇବା ବି ଉଚିତ ନୁହେଁ । ଆଇନ ମାମଲାରେ ଫସି ପାରନ୍ତି । ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

କର୍କଟ

ଆଗକୁ ଯାଇ ଆପଣ ସଫଳ ବି ହେବ । ଆଜି ଆପଣଙ୍କୁ ସାହାର୍ଯ୍ୟ ମିଳିପାରେ । ଆଜି ଆପଣ କୌଣସି ନୂଆ କିମ୍ବା ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ କରିବେ । ଆପଣଙ୍କୁ ପ୍ରମୋଶନ ସହିତ ଲାଭ ବି ମିଳିପାରେ । କର୍ମଚାରୀମାନେ ନିଜର ପ୍ରତିସ୍ପର୍ଧି ଗୁଡିକରେ ଆଗକୁ ବଢିବାରେ ସକ୍ଷମ ହେବେ । ଛାତ୍ରମାନେ ନିଜ ଶିକ୍ଷାରେ ମନ ଲଗାଇବେ । ଘର ଠାରୁ ବାହାରକୁ ଯିବା ଉଚିତ ନ ହୋଇପାରେ । ଉନ୍ନତିର ନୂଆ ନୂଆ ଦ୍ଵାରା ଖୋଲିବ ।

ସିଂହ

ଆପଣ ନିଜର ସେଭିଙ୍ଗ ବିଷୟରେ କିଛି ନୂତନ ଯୋଜନା କରନ୍ତୁ । ଆପଣଙ୍କ ସହିତ କାମ କରୁଥିବା ଲୋକମାନେ ଆପଣଙ୍କ କାମରେ ଖୁସି ହେବେ । ଶିକ୍ଷା କ୍ଷେତ୍ରରେ ଆଜି ଆପଣଙ୍କୁ କୌଣସି ଖୁସି ଖବର ମିଳିପାରେ । କୌଣସି ଦରକାରୀ ଲୋକମାନଙ୍କ ସାହାର୍ଯ୍ୟ ବି କରି ପାରନ୍ତି । ପ୍ରିୟବନ୍ଧୁ ଆର୍ଥିକ ସହାୟତା କରିବେ । ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ । ପରିବାରର ଭୁଲ ବୁଝିଥିବା ଲୋକମାନେ ନିଜର ତ୍ରୁଟି ଜାଣି ପାରିବେ ।

କନ୍ୟା

ଆଜିର ଦିନ ଠିକ ଠାକ ରହିବ । ଜରୁରୀ କାମ ପାଇଁ ଆଜି ଆପଣଙ୍କୁ ବାହାରକୁ ଯିବାକୁ ପଡିପାରେ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ ପାଇବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ପ୍ରତିଷ୍ଠା ଲାଭର ଯୋଗ ଅଛି । ପରୀକ୍ଷା ପ୍ରତିଯୋଗିତାରେ ଶୁଭ ଫଳ ମିଳିବ । ବନ୍ଧୁ ମିତ୍ରମାନଙ୍କ ସହଯୋଗ ପ୍ରାପ୍ତି ହେବ ।

ତୁଳା

ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହ ବିବାଦ ସମାଧାନ ହୋଇଯିବ । ମାଦକ ଦ୍ରବ୍ୟ ଠାରୁ ଦୂରେଇ ରହିବା ଦ୍ଵାରା ଆପଣ ସୁସ୍ଥ ରହିବେ । କର୍ମ କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ । ବ୍ୟବସାୟରେ ଭାଗିଦାରୀମାନଙ୍କ ଠାରୁ ସାହାଯ୍ୟ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହେବ । କମ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ । ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ମହିଳାମାନେ ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି କରିବେ ।

ବିଚ୍ଛା

ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ଯଶମାନ ବୃଦ୍ଧିହେବ । କାର୍ଯ୍ୟ ଭାର ବୃଦ୍ଧି ହେବ । ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ତାହା ଆପଣଙ୍କ ଭବିଷ୍ୟତ, କ୍ୟାରିୟର ଜୀବନ ଓ ପରିବାରର ଉନ୍ନତି ଭଲ ରହିବ । ନୂତନ ବାହନ ଓ ଗୃହ ଆଦି ଲାଭ ହେବାର ଯୋଗ ଅଛି । ପ୍ରିୟଜନ ଓ ବନ୍ଧୁ ମିତ୍ରଙ୍କ ସହ ସମୟ ବ୍ୟତୀତ କରିବେ । ଧନସମ୍ପଦ, ବସ୍ତ୍ରଭୂଷଣ ଆଦି ଲାଭ ହେବ ।

ଧନୁ

ନିଜର କର୍ତ୍ତବ୍ୟକୁ ଠିକ ଭାବରେ ନିର୍ବାହ କରି ପାରିବେ । ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ । ଶତୃ ଓ ବିରୋଧିମାନେ ଅପଦସ୍ଥ ହେବେ । ବାଦବିବାଦ, ମାଲିମୋକଦ୍ଦମାରେ ଆଶାତୀତ ଫଳ ପାଇବେ । ଶାରୀରିକ ଅସୁସ୍ଥତା ଦୂର ହେବ । ବ୍ୟବସାୟ ପାଇଁ ବିଦେଶଯାତ୍ରା କରିବେ । ଶାରୀରିକ ଅସୁସ୍ଥତା ଦୂର ହେବ । ରାଜନୈତିକ କ୍ଷେତ୍ରରେ ଯଶ ଲାଭ ହେବ । ରାଜନୈତିକ କ୍ଷେତ୍ରରରେ ସ୍ଥିତି ସୁଦୃଢ ହେବ । ନୂତନ କାର୍ଯ୍ୟ ପାଇବେ ।

ମକର

ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମଧୁର ସମ୍ପର୍କ ଦୃଢ ହେବ । ଦୂରେଇ ଯାଇଥିବା ବନ୍ଧୁ ଆଜି ସାକ୍ଷାତ ହେବ । ଆଇନ ଅଦାଲତରୁ ଶୁଭଫଳ ମିଳି ପରେ । ବ୍ୟବସାୟରେ ଲାଭବାନ ହେବେ । ପଢ଼ା ପଢ଼ିରେ ମନ ଦେବେ । ମାନସିକ ଦୁଶ୍ଚିନ୍ତା ଦୂର ହେବ । ବ୍ୟବସାୟରେ କଠିନ ପରିଶ୍ରମ କରିବାକୁ ପଡିବ । ସରକାରୀ କର୍ମଚାରୀମାନେ ଲାଭବାନ ହେବେ । କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ । ବ୍ୟବସାୟରେ ସଫଳତା ଅର୍ଜନ କରିବେ । ଦୂରଯାତ୍ରାର ସୁଯୋଗ ପାଇବେ ।

କୁମ୍ଭ

ମାନସିକ ଚିନ୍ତା ଓ ପାରିବାରିକ ଅଶାନ୍ତି ଦୂର ହେବ । ସୁଖ ଶାନ୍ତିରେ ଦିନ କଟିବ । ବନ୍ଧୁ ମିତ୍ରଙ୍କ ସହଯୋଗ ମିଳିବ । ଶୁଭଫଳ ପ୍ରାପ୍ତି ହେବ । ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ । ବିବାଦର ସମାଧାନ ହେବ । ଜନ ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ । ଶତ୍ରୁମାନେ ମିତ୍ରତା କାର୍ଯ୍ୟ କରିବେ । କର୍ମ କ୍ଷେତ୍ରରେ ମାନସିକ ଅଶାନ୍ତି ଦୂର ହୋଇ ଆତ୍ମବିଶ୍ୱାସ ବୃଦ୍ଧି ହେବ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ ।

ମୀନ

ବ୍ୟବସାୟରେ ଅତ୍ୟଧିକ ଲାଭବାନ ପାଇବେ । ଆର୍ଥିକ ସ୍ଥିତି ସୁଦୃଢ ହେବ । ରାଜନୈତିକ କ୍ଷେତ୍ରରେ ନୂତନ କାର୍ଯ୍ୟ କରିବା ପୂର୍ବରୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଶିକ୍ଷା କ୍ଷେତ୍ରରେ ବନ୍ଧୁ ମିତ୍ରଙ୍କ ସାହାଯ୍ୟରେ ମିଳିବ । କଳା ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ପ୍ରେମ କ୍ଷେତ୍ରରେ ମିତ୍ରମାନଙ୍କ ଦ୍ଵାରା ଲାଭ ପାଇବେ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।