ଆଜିର ରାଶିଫଳ 6 ଏପ୍ରିଲ 2019, ଶନିବାର – ଶନିଦେବ ଙ୍କ କୃପା ରହିବ ଏହି ୫ଟି ରାଶି ଉପରେ

ମେଷ :

କେବେ ଆପଣ ଭାବିଛନ୍ତି ଯେ କାହିଁକି ଆପଣଙ୍କ ଘରେ ଏତେ କଳି ହେଉଛି ? ବୋଧହୁଏ ଆପଣଙ୍କୁ ନିଜ କ୍ରୋଧ ସମ୍ବରଣ କରିବା ଉଚ଼ିତ୍ । ଆପଣ ନିଜ ପରିବାରବର୍ଗଙ୍କୁ ସମ୍ମାନ ପ୍ରଦର୍ଶନ କଲେ ସେମାନେ ମଧ୍ୟ ଆପଣଙ୍କୁ ପ୍ରତିଦାନରେ ଯଥୋଚ଼ିତ ସମ୍ମାନ ଦେବେ । ଆଜି ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବେ । କ୍ରୋଧ କାରଣରୁ କାହା ସହିତ ମନମାଳିନ୍ୟ ହେବାର ଆଶଂକା ଅଛି । ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ଚକ୍ଷୁର ଧ୍ୟାନ ରଖିବେ । ପାରିବାରିକ ସଦସ୍ୟ ଏବଂ ପ୍ରେମୀଜନମାନଙ୍କ ଦ୍ଵାରା ଘରେ ବିରୋଧର ବାତାବରଣ ହୋଇପାରେ । ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ :

ବାହାରେ ଭ୍ରମଣ କରି କିଛି ମସୟ କାଟନ୍ତୁ । ପ୍ରକୃତିର ବିଭବ ବସ୍ତୁକୁ ଭଲ ପାଇବେ ଏବଂ ଏହାକୁ ଉପଭୋଗ କରିବେ । ଏଣୁ ଆପଣଙ୍କୁ ଘର ଚାରିକାନ୍ଥ ଗେରରୁ ବାହାରିବାକୁ ଯେଉଁ ଛୁଟିଦିନ ପାଉଛନ୍ତି ଭ୍ରମଣ ଯୋଜନା କଲେ ଆଶ୍ୱସ୍ତି ମିଳିବ । ଚାକିରି କିମ୍ବା ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ଅଟେ । ଚାକିରି କରୁଥିବା ଲୋକମାନଙ୍କର ପ୍ରମୋସନ ହେବାର ସମ୍ଭାବନା ଅଛି । ଉଚ୍ଚ ପଦାଧିକାରିମାନଙ୍କ ସହିତ ମହତ୍ତ୍ଵପୂର୍ଣ୍ଣ ମାମଲାରେ ମଧ୍ୟ ଖୋଲା ମନରେ ଚର୍ଚ୍ଚା କରିବେ । ଶାରୀରିକ-ମାନସିକ ସତେଜ ଅନୁଭବ କରିବେ । ପ୍ରତିକାର– ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ମିଥୁନ :

ଆଜି ଆପଣ ନିଜକୁ କୌଣସି ପରିବାରର କାର୍ଯ୍ୟ ବ୍ୟସ୍ତ ରଖିବେ । ଏହି କାର୍ଯ୍ୟର ଆୟୋଜନ କରିବାରେ ଆପଣଙ୍କୁ ଆନନ୍ଦ ମିଳିବ । ଏହି କାର୍ଯ୍ୟ ଦ୍ୱାରା ଆପଣ ଓ ଆପଣଙ୍କ ପରିବାରର ଲୋକ ବହୁତ ଖୁସି ହେବେ । ଆପଣ ଏହି କାର୍ଯ୍ୟ ପାଇଁ ବହୁତ ବ୍ୟସ୍ତ ରହିବେ । ଆଜିର ଦିନ ମଧ୍ୟମ ଫଳଦାୟୀ ହେବ । ଆପଣ ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟରେ ଉପସ୍ଥିତ ରହିବେ । ଆପଣଙ୍କ ବ୍ୟବହାର ନ୍ୟାୟ ପ୍ରିୟ ରହିବ । ଧାର୍ମିକ ପ୍ରବାସର ଆୟୋଜନ ହେବ । ସ୍ଵାସ୍ଥ୍ୟ ସାଧାରଣ ମାତ୍ରାରେ ଖରାପ ହୋଇପାରେ । ବିଦେଶରେ ରହୁଥିବା ସ୍ଵଜନମାନଙ୍କର ଭଲ ସମାଚାର ମିଳିବ । ପ୍ରତିକାର:- କୁକୁରକୁ ଖାଇବାକୁ ଦିଅନ୍ତୁ ।

କର୍କଟ :

ଆଜି ଆପଣ ନିଜକୁ ପରିସ୍ଥିତି ସହିତ ଖାପଖୁଆଇ ଚ଼ଳିବାକୁ ଚ଼େଷ୍ଟା କରନ୍ତୁ । ଅସୁବିଧାଟି ଆସୁଥିବ ଏବଂ ଯାଉଥିବ କିନ୍ତୁ ଆପଣ ଏହାଜାଣିସାରିଛନ୍ତି ସକାରାତ୍ମକ ଭାବନା ରଖିଲେ ଆମେ ଆମ ଅସୁବିଧା ଗୁଡ଼ିକୁ ଭଲ ଭାବରେ ସମ୍ଭାଳି ପାରିବା । ଆପଣଙ୍କ ଆଜିର ଦିନ ପ୍ରତିକୁଲତାରେ ଭରି ରହିବ, ଯାହା ମନରେ ଖିନ୍ନତାର ଅନୁଭବ ହେବ । ଶରୀରରେ ଫୂର୍ତ୍ତି ଏବଂ ସତେଜର ଅଭାବ ରହିବ । ସାର୍ବଜନିକ ଜୀବନରେ ମାନହାନି ହେବାର ଆଶଂକା ଅଛି । ଛାତିରେ ଯନ୍ତ୍ରଣା ରହିବାର ଆଶଂକା ଅଛି । କୌଣସି ପ୍ରକାରର ବାଦ-ବିବାଦ କିମ୍ବା ଚର୍ଚ୍ଚାରୁ ଦୂରରେ ରୁହନ୍ତୁ ।

ସିଂହ :

ଆଜି ବୋଧେ ଆପଣ କୌଣସି ନୁଆ ସମ୍ପର୍କ ସ୍ଥାପନ କରିପାରନ୍ତି । ଆପଣଙ୍କର ଏହି ନୁଆ ବନ୍ଧୁ ଆପଣଙ୍କର ଖରାପ ସମୟରେ ମଧ୍ୟ ଆପଣଙ୍କ ସାଙ୍ଗରେ ରହିବ । ଆପଣ ଆଜି ଅନୁଭବ କରିବେ ଯେ ଆପଣ କେତେ ସୌଭାଗ୍ୟଶାଳି ଯେ ଆପଣଙ୍କୁ ଏହି ଭଳି ମିତ୍ର ମିଳିଛନ୍ତି । ଆଜିର ଦିନରେ ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ସ୍ଵାସ୍ଥ୍ୟ ଖରାପ ହେବାର ଆଶଂକା ରହିବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟର ଅବସର ଆସିପାରେ । କୋର୍ଟ-କଚେରୀ କାର୍ଯ୍ୟଗୁଡ଼ିକରେ ସାବଧାନ ରୁହନ୍ତୁ । ଆମୋଦ-ପ୍ରମୋଦ ପଛରେ ଖର୍ଚ୍ଚ ହେବାର ଆଶଂକା ଅଛି । ବାହନ ଚଲାଇବା ସମୟରେ ସାବଧାନ ରହିବେ । ପ୍ରତିକାର:-ଗଙ୍ଗାଜଳ ସେବନ କରନ୍ତୁ ।

କନ୍ୟା :

ଆଜି ସେହିଦିନ ଅଛି ଯେଉଁଦିନ ଆପଣଙ୍କର ଅଟକିଥିବା କାର୍ଯ୍ୟ ଗୁଡ଼ିକ ପୁରଣ କରାଯାଇପାରିବ । ଖାସ କରି ସେହି କାର୍ଯ୍ୟଗୁଡ଼ିକ ଯାହାକୁ ପୁରଣ କରିବା ପାଇଁ ଉଚ୍ଚ ଅଧିକାରୀ ମାନଙ୍କର ସ୍ୱୀକୃତୀ ଦରକାର ଥିଲା । ଆଜିର ଦିନ ସୁଖମୟ ଭାବେ କଟିବ । ପରିଜନମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତାଇବେ । ଶାରୀରିକ ତଥା ମାନସିକ ପ୍ରଫୁଲ୍ଲତା ଅନୁଭବ ହେବ । ଚାକିରି କରୁଥିବା ସାଥୀ କର୍ମଚାରିମାନଙ୍କର ସହଯୋଗ ମିଳିବ । ମହିଳାମାନଙ୍କ ପାଇଁ ବାପଘରୁ ଆପଣଙ୍କୁ ଭଲ ସମାଚାର ମିଳିବ । ଧନଲାଭ ହେବ । ପ୍ରତିକାର:-ଗୋମାତାର ସେବାକରିବା ଆବଶ୍ୟକ ।

ତୁଳା :

ଆଜି ଆପଣ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ । ହଠାତ୍ ଆପଣଙ୍କ ବନ୍ଧୁ ଆପଣଙ୍କୁ ସାକ୍ଷାତ କରିବାପାଇଁ ଆପଣଙ୍କ ଘରକୁ ଆସି ପାରନ୍ତି । ତାଙ୍କ ସାଥିରେ ଖୁସି ମଉଜ କରନ୍ତୁ । କିନ୍ତୁ ଆଜି ଆପଣ ନିଜ କାର୍ଯ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ଆଜି ଆପଣ, ହୃଦୟରେ ପ୍ରସନ୍ନତା ଅନୁଭବ କରିବେ । ଆପଣଙ୍କ ମନରେ ରହୁଥିବା ଚିନ୍ତାର ବାଦଲ ଦୂର ହେବାଯୋଗୁଁ ଆପଣଙ୍କ ଉତ୍ସାହ ବଢ଼ିବ । ଭାଇ-ବନ୍ଧୁମାନଙ୍କ ସହିତ ମିଶିକରି ନୂଆ ଆୟୋଜନକୁ ହାତରେ ନେବେ । ତାଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତାଇବେ । ଲଘୁ ଯାତ୍ରା କରିପାରନ୍ତି । ପ୍ରତିକାର : ଶିବ ଦର୍ଶନ କରି ପାଦୁକ ସେବନ କରନ୍ତୁ ।

ବିଚ୍ଛା :

ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ । ଆପଣଙ୍କ ଆଜିର ଦିନ ବିବିଧ ଲାଭ ପ୍ରାପ୍ତି ପ୍ରମାଣିତ ହେବ । ପରିବାରରେ ସନ୍ତାନ ଏବଂ ପତ୍ନୀଙ୍କ ତରଫରୁ ଲାଭଦାୟକ ସମାଚାର ମିଳିବ । ମିତ୍ରମାନଙ୍କ ସହିତ ସାକ୍ଷାତକରି ଆପଣ ଆନନ୍ଦିତ ହେବେ । ବ୍ୟାପାରୀ ବର୍ଗଙ୍କର ଆୟରେ ବୃଦ୍ଧି ହେବ । ଚାକିରିରେ ଉଚ୍ଚ ପଦାଧିକାରିମାନଙ୍କର କୃପାଦୃଷ୍ଟି ରହିବ । ପ୍ରତିକାର– ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ ।

ଧନୁ :

ଆଜି ଆପଣ ଆରାମ କରନ୍ତୁ । ନିଜ ଚ଼ତୁଃପାର୍ଶ୍ୱର ଲୋକମାନଙ୍କ ସହିତ ମଜ୍ଜା କରନ୍ତୁ । ଏହି ସମ୍ପର୍କ ସବୁରୁ ଆପଣଙ୍କୁ ଭବିଷ୍ୟତରେ ବହୁତ ଲାଭ ହେବ । ଆପଣ ଆପଣଙ୍କ ଘର ଲୋକଙ୍କ ସହ ମଧ୍ୟ ଏକ ଗଭୀର ସମ୍ପର୍କ ମୁଳଦୁଆ ରଖିଛନ୍ତି । ଆଜି ଆପଣଙ୍କ ମନ ଅନେକ ପ୍ରକାରର ଚିନ୍ତାରେ ଚିନ୍ତିତ ହୋଇପାରେ । ସ୍ଵାସ୍ଥ୍ୟ ମଧ୍ୟ ଖରାପ ରହିପାରେ । ପରିଜନମାନଙ୍କ ସହିତ ମନମାଳିନ୍ୟ ହେବାଯୋଗୁଁ ମନରେ ଗ୍ଲାନି ଅନୁଭବ ହୋଇପାରେ । ଅନିଦ୍ରା ଯୋଗୁଁ ଚିଡ଼ଚିଡ଼ା ଲାଗିବ ଏବଂ ସମୟରେ ଭୋଜନ ନ ମିଳିବାରୁ କ୍ରୋଧିତ ହେବେ । ପ୍ରତିକାର: ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ମକର :

ଆଜି ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ । ଜଗନ୍ନାଥଙ୍କର ଆଶୀର୍ବାଦରେ ଆଜି ଆପଣଙ୍କ ଦିନ ଅନୁକୂଳ ରହିବ । ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିବାରୁ ମନରେ ହର୍ଷ ଏବଂ ପ୍ରସନ୍ନତା ଅନୁଭବ କରିବେ । ଆର୍ଥିକ କ୍ଷେତ୍ରରେ ଆପଣଙ୍କ ଦିନ ଲାଭଦାୟକ ପ୍ରମାଣିତ ହେବ । ମିତ୍ରମାନଙ୍କ ଏବଂ ପରିଜନମାନଙ୍କର ସହିତ ମିଳିବାର କାରଣରୁ ଘରର ବାତାବରଣ ଆନନ୍ଦ ଏବଂ ଉଲ୍ଲାସରେ ଭରି ରହିବ । ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ ।

କୁମ୍ଭ :

ଆଜି ଆପଣ ନିଜ ଘରେ ଆନନ୍ଦପୂର୍ଣ୍ଣ ଦିନ ବିତାଇବେ ।  ଖୁସି ପାଇଁ ଏହା ଜରୁରୀ ନୁହେଁ ଯେ ଆପଣ କୌଣସି ପ୍ରକାର ବାହାରେ ହିଁ ପଇସା ଖର୍ଚ୍ଚ କରି ଆନନ୍ଦ ଉଠାଇବେ ବେଳେ । ବେଳେ ଛୋଟ ଛୋଟ ଜିନିଷ ବି ଜୀବନରେ ବହୁତ ଖୁସି ଦିଏ । ଆପଣଙ୍କ ଆଜିର ଦିନ ମିଶ୍ରତ ଫଳଦାୟୀ ହେବ । ଆଜି ଆପଣଙ୍କୁ ପେଟ ସମ୍ବନ୍ଧୀତ ସମସ୍ୟା ହୋଇପାରେ । ସନ୍ତାନମାନଙ୍କର ସ୍ଵାସ୍ଥ୍ୟ ଏବଂ ତାଙ୍କ ପାଠପଢ଼ା ସମ୍ବନ୍ଧରେ ଚିନ୍ତାରେ ମନ ବ୍ୟଗ୍ର ରହିବ । କାର୍ଯ୍ୟରେ ସଫଳତା ନ ମିଳିବାରୁ କ୍ରୋଧ ହେବ କିନ୍ତୁ ଏହା ଉପରେ ନିୟନ୍ତ୍ରଣ ରଖିବେ । ପ୍ରିୟ ବ୍ୟକ୍ତିମାନଙ୍କ ସହିତ ରୋମାଞ୍ଚକ କ୍ଷଣର ଆନନ୍ଦ ଉଠାଇ ପାରିବେ । ପ୍ରତିକାର:- ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ ।

ମୀନ :

ଆଜି ଆଧ୍ୟାତ୍ମିକତା ପ୍ରତି ଆପଣଙ୍କ ଆଗ୍ରହ ବଢିବ । ଆଜି ଆପଣଙ୍କୁ ଜାଣିବାକୁ ଇଛା ହେବକି ଆପଣ କୋଉଁ ଦିଗରେ ଅଗ୍ରସର ହେଉଛନ୍ତି । ଏହି ପଥରେ ଚାଲି ଆପଣନିଜକୁ ଠିକ ଭାବରେ ବୁଝିପାରିବେ । ଆପଣଙ୍କ ଆଜିର ଦିନ ସଫଳତା ଏବଂ ଆମୋଦ-ପ୍ରମୋଦରେ ଭରା ହେବ, ସମ୍ପୂର୍ଣ୍ଣ ଦିନ ମନରେ ପ୍ରସନ୍ନତା ଅନୁଭବ କରିବେ । ବିପରୀତ ଲିଙ୍ଗ ବ୍ୟକ୍ତି ଆଜି ଆପଣଙ୍କ ଜୀବନରେ ଆସିବେ । ମୌଜ-ମସ୍ତୀ ପଛରେ ଖର୍ଚ୍ଚ ହୋଇପାରେ । ନୂଆ ବସ୍ତ୍ରାଭୂଷଣ କିଣି ପାରନ୍ତି । ପ୍ରତିକାର:-ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।