ଆଜିର ରାଶିଫଳ, 23 ମାର୍ଚ୍ଚ 2023, ଗୁରୁବାର, ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି 3ଟି ରାଶି ଉପରେ, ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 23 ମାର୍ଚ୍ଚ ୨୦୨୩ ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କୁ କିଛି ନୂଆ ବ୍ୟବସାୟ ସହ ଜଡିତ ଅବସର ମିଳିବ । ଆଜି କିଛି କାମରେ ଅନୁମାନ ଠାରୁ ଅଧିକ ମେହନତ କରିବାକୁ ହେବ । ଆଜି ଆପଣଙ୍କ ଅପେକ୍ୟା ଚରମ ସୀମାରେ ରହିବ । ଆପଣ ନିଜର ଉଶ୍ଚାହ ଓ ଆଶା କୁ କୌଣସି ବି ସ୍ଥିତି ରେ କମି ହେବାକୁ ଦିଅନ୍ତୁ ନାହି । ରାଜନୈତିକ ଅଫର ମିଳିପାରେ । ଆପଣ ଏହାକୁ ସ୍ଵୀକାର କରନ୍ତୁ । ସ୍ଵପ୍ନ କୁ ପୁରା କରିବାର ସମୟ ଆସି ଯାଇଛି । ବୁଦ୍ଧି ଓ ବିବେକ ର ସାହାରା ନେଇ କାମ କରନ୍ତୁ ।

ବୃଷ ରାଶି : ଜୀବନ ସାଥିଙ୍କ ଭରପୁର ସହଯୋଗ ମିଳିବ । କିଛି ଜରୁରୀ କାମ ଆପଣଙ୍କ ଯୋଜନା ଅନୁଯାୟୀ ପୁରା ହେବାର ନଜର ଆସୁଛି । ଆଜି ଆପଣ ବାଣୀ ଓ ବ୍ୟବହାର କୁ ସଂଯମ ରଖିବା ଆପଣଙ୍କ ପାଇଁ ହିତ ହେବ । ଘର କାମରେ ଜୀବନ ସାଥିଙ୍କ ସାହାଜ୍ଯ ପାଇବେ । ଆପଣ ଅନ୍ୟ ଉପରେ ଅଧିକ ଖର୍ଚ୍ଚ କରିବେ । ଯଦି ଆପଣ ଘରୋଇ ଦାୟିତ୍ଵ କୁ ନଜର ଅନ୍ଦାଜ କରିବେ ତେବେ ଆପଣଙ୍କ ସହ ରହୁଥିବା କିଛି ଲୋକ ରାଗି ପାରନ୍ତି ।

ମିଥୁନ ରାଶି : ଆଜି ଦିନ ଟି ସାମାନ୍ୟ ରହିବ । ଆପଣଙ୍କୁ ଭଲ ଅବସର ପ୍ରାପ୍ତ ହେବ । ଆପଣ କିଛି ବିଷୟକୁ ନେଇ ବିଚାର କରିବେ । ଏହା ଆପଣଙ୍କ ପାଇଁ ବେହତର ସମୟ ଅଟେ । ମଧ୍ୟାହ୍ନ ପରେ ନୂଆ କାମ ର ଆରମ୍ଭ ହୋଇପାରେ । ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ କାହା କଥାରେ ପଡିଲେ ଆପଣଙ୍କ କାମ ବିଗିଡି ଯାଇପାରେ । ବଡ ପରିବର୍ତ୍ତନ ହୋଇପାରେ । ପରିବାର ତରଫରୁ ଆପଣ ଅଚିନ୍ତା ରହିବେ ।

କର୍କଟ ରାଶି : ଆପଣଙ୍କ ପାରିବାରିକ ବାତାବରଣ ଆନନ୍ଦ ଓ ଉଲ୍ଲାସ ରେ ଭାରି ରହିବ । ବ୍ୟାପାର ରେ ଲାଭ ହେବାର ସମ୍ଭାବନା ଅଛି । ଉଚ୍ଚ ପଦ ପାଇଥିବା ବ୍ୟକ୍ତି ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ଆଜି ଆପଣଙ୍କ ଊର୍ଜାବାନ, ଜୀବନ୍ତ ବ୍ଯବହାର ଆପଣଙ୍କ ଆଖ ପାଖର ଲୋକଙ୍କୁ ଖୁସି କରି ଦେବ । ପାରିବାରିକ ସଦସ୍ୟ ଙ୍କ ସହଯୋଗରେ ଆପଣ ସମସ୍ୟାର ସମାଧାନ ମିଳିବ ।

ସିଂହ ରାଶି : ସ୍ୱାସ୍ଥ୍ୟ ମାମଲାରେ ଆପଣ ଅବହେଳା କରନ୍ତୁ ନାହି । ଆପଣ କାମରେ ମନ ଲଗାନ୍ତୁ ।  ଚୁପ ରହିବା ଦ୍ଵାରା ଭୁଲ ବୁଝାମଣା ବଢିପାରେ । ଆଜି ଦିନରେ କମ ମେହନତ ଦ୍ଵାରା ବଡ ଫଳ ମିଳିପାରେ । ପ୍ରେମ କରୁଥିବା ଲୋକଙ୍କ ପାଇଁ ସମୟ ସହଯୋଗୀ ଅଟେ । ଯେଉଁ ଲୋକଙ୍କ ପାଇଁ ଆପଣ କଷ୍ଟ ଅନୁଭବ କରିଛନ୍ତି ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ଆଜି ଭାଗ୍ଯର ସହଯୋଗ ମିଳିବ । ବ୍ୟାପାରରେ ନୂଆ ସମ୍ଭାବନା ର ସନ୍ଧାନ କରିବେ ।

କନ୍ୟା ରାଶି : ନୂଆ କାମର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ । ପରିବାର ଲୋକଙ୍କ ସହ ଆନନ୍ଦ ପୂର୍ବକ ସମୟ ବିତାଇବେ । ଧାର୍ମିକ କାର୍ଯ୍ୟ ରେ ଖର୍ଚ୍ଚ ହେବ । ପ୍ରବାସ ବା ପର୍ଯ୍ୟଟନ ପ୍ରାପ୍ତର ଯୋଗ ଅଛି । ନୂଆ ଲୋକଙ୍କ ସହ ଦେଖା କରିବାର ଅବସର ମିଳିବ । ଯିଏ ଆପଣଙ୍କର ଫାଇଦା ଉଠାଇ ପାରନ୍ତି । କାହା କଥାରେ ପଡି ତାଙ୍କ ନିବେଶ କରନ୍ତୁ ନାହି । ଆପଣଙ୍କ ମନୋଭାବ ପଜେଟିଭ ରହିବ ଯାହା ଦ୍ଵାରା ଭଲ ପରିଣାମ ମିଳିବ ।

ତୁଳା ରାଶି : ପିତାଙ୍କ ଠାରୁ ଲାଭ ହେବ । ଆଜି କାର୍ଯ୍ୟ ଭାର ଅଧିକାର ହେବାରୁ ବ୍ୟସ୍ତରେ ରହିବେ । ପାର୍ଟନରସିପ କରିବା ଆଗରୁ ବିଚାର କରନ୍ତୁ । ରାଜନୈତିକ ସ୍ତର ରେ ସମ୍ମାନ ପାଇବେ । ଆଜି ଆପଣଙ୍କ ପାଖରେ ମନୋରଞ୍ଜନର ସବୁ ସାଧନ ଉପଲବ୍ଧି ହେବ । ସୁନ୍ଦର ବସ୍ତ୍ର, ଭୋଜନ ଓ ବାହନ ସୁଖ ପ୍ରାପ୍ତ ହେବ । ଅନୁଭବି ବ୍ୟକ୍ତିଙ୍କ ସହ ରହିଲେ ଆଜି ଆପଣଙ୍କୁ ଅନେକ ପ୍ରକାରର ଅନୁଭବ ମିଳିବ । ପାରିବାରିକ ଦାୟିତ୍ଵ କାରଣରୁ ଆଜି ସାମାଜିକ ଜୀବନରେ ପଛରେ ରହିବେ ।

ବିଛା ରାଶି : ସନ୍ତାନ ଙ୍କ ପଢା ପାଇଁ ଆପଣ ସନ୍ତୋଷ ଅନୁଭବ କରିବେ । ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ । ଜୀବନ ସାଥିଙ୍କ ସହ ସମ୍ପର୍କରେ ମଧୁରତା ଆସିବ । ଅପନଙ୍କି ନିଜର ପ୍ରିୟଙ୍କର ଭାବନାତ୍ମକ ସମର୍ଥନ ମିଳିବ । ପଇସା ମାମଲାରେ ଆଜି ଦିନ ଟି ବହୁତ ଭାଗ୍ୟଶାଳୀ ରହିବାର ଅଛି । ପିଲା ବାହାରକୁ ଯିବାକୁ ଜିଦି କରିବେ । ବେହତର ସେମାନଙ୍କ ସହ ଘରେ ଟାଇମ ସ୍ପେନ୍ଡ କରନ୍ତୁ । ଜରୁରୀ କାମରେ ପରିବାର ଲୋକଙ୍କର ସହଯୋଗ ପ୍ରାପ୍ତ ହେବ ।

ଧନୁ ରାଶି : ଆପଣ କ୍ଯାରିୟର ରେ ନୂଆ ପ୍ରତିଷ୍ଠା ସ୍ଥାପନ କରିବେ । ଆଜି ପ୍ରତିଭା ପ୍ରଦର୍ଶନ ରେ ସମସ୍ତଙ୍କୁ ପ୍ରଭାବିତ କରିବେ । ଘରର ସଦସ୍ୟ ଙ୍କ ମଧ୍ୟରେ ଏକତା ବଜାୟ ରହିବ । ବାହାର ଲୋକଙ୍କ ହସ୍ତକ୍ଷେପ କାରଣରୁ ବିବାଦ ହୋଇପାରେ । ପଇସା ମାମଲାରେ ଆଜି ଦିନ ଟି ଠିକ ଠାକ ରହିବ । ଯଦି ପରିଣାମ କମ ମିଳୁଛି ତେବେ ନିରାଶ ହୁଅନ୍ତୁ ନାହି । ମେହନତ ଜାରି ରଖନ୍ତୁ । ସନ୍ତାନ ଭଲ ପ୍ରଦର୍ଶନ କରିବେ । ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।

ମକର ରାଶି : ଆଜି ଆପଣଙ୍କ ମନ ରସନ୍ନ ରହିବ । ମାନସିକ ରୂପରେ ବ୍ରଗତା ବଜାୟ ରହିବ । ପରିବାର ଲୋକଙ୍କ ସହ କଳହ ହୋଇପାରେ । ଆପଣ ମନ ଲଗାଇ ଚେଷ୍ଟା କରିବେ ତ ଆସୁଥିବା ଦିନରେ ଆପଣଙ୍କ ଆର୍ଥିକ ସ୍ଥିତି ରେ ସୁଧାର ଆସିବ । କୋର୍ଟ କଚେରୀ ମାମଲା ରେ ସତର୍କ ରୁହନ୍ତୁ । ଆପଣଙ୍କୁ ଜଲ୍ଦି ସମାଧାନ ମିଳିବ । ଆଜି ଆପଣଙ୍କୁ ପ୍ରେମ ପ୍ରସଙ୍ଗରେ ଅନୁକୂଳତା ମିଳିବ । ନୂଆ ଯୋଜନା ଲାଗୁ କରିବା ଏପାଇଁ ଶ୍ରେଷ୍ଠ ସମୟ ଅଟେ ।

କୁମ୍ଭ ରାଶି : ନିଜର କଳ୍ପନା ଶକ୍ତି ରେ ସାହିତ୍ଯ ସୃଜନ ରେ ଆପଣ ନବୀନତା ପାଇବେ । କାର୍ଯ୍ୟ ପ୍ରଣାଳୀ ରେ ସୁଧାର ହେବ । କୌଣସି ବରିଷ୍ଠ ବ୍ୟକ୍ତି ଙ୍କ ସହଯୋଗ ରେ କାର୍ଯ୍ୟ ରେ ବାଧା ଦୂର ହୋଇ ଲାଭର ସ୍ଥିତି ହେବ । ଆପଣ ନିଜର ଭବିଷ୍ୟତକୁ ବେହତର ବନାଇବା ପାଇଁ ନୂଆ ପଦକ୍ଷେପ ଉଠାଇବେ । ଆର୍ଥିକ ଦ୍ରୁଷ୍ଟି ରୁ ଆଜି ଦିନ ଟି ଖର୍ଚ୍ଚ ଅଧିକ ରହିବ । ଆଶା ଓ ପଜେଟିଭ ରହିବା ଦ୍ଵାରା ଆପଣଙ୍କ ଦିନ ଭଲ ହେବ ।

ମୀନ ରାଶି : କିଛି ମାମଲାରେ ଆପଣ ବିଶ୍ଵସ୍ତ ରହିବେ । ଅଧିକ ଦାୟିତ୍ଵ ହେବ ଆକାରଣରୁ କାମର ବୋଝ ବଢିପାରେ । ଆପଣଙ୍କ ମନ ପୂଜା ପାଠରେ ଅଧିକ ଲାଗିପାରେ । ନୂଆ ଟେକନିକ ଆପଣେଇଲେ ଆପଣଙ୍କୁ ଫାଇଦା ହେବ । ବ୍ୟାପାରରେ ବୃଦ୍ଧି ହେବାର ସମ୍ଭାବନା ଅଛି । ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଆସୁଥିବା ସମୟରେ ଆପଣଙ୍କୁ ଖୁସି ଖବର ମିଳିପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।