ୟାଙ୍କ ସ୍ତ୍ରୀ’ଙ୍କ ହରକତ ଦେଖିଲେ ଆପଣ ହସି ହସି ଗଡିଯିବେ, ଏହା ସହ ଦେଖନ୍ତୁ ଆଉ କିଛି ମଜାଦାର ଭାଇରାଲ video

ବ୍ଯସ୍ତବହୁଳ ଜୀବନ ଓ ନାନା ପ୍ରକାର ଟେନସନ ଭିତରେ ଆମେ ହସିବା ବି ଭୁଲି ଯାଉଛି । ଅନେକଙ୍କୁ ଏହା ମଧ୍ୟ ମନେ ନଥିବ କି ଶେଷ ଥର ପାଇଁ ସେ କେବେ ମନଖୋଲି ହସିଥିଲେ । ତେଣୁ ଆପଣଙ୍କ ମୁହଁରେ ସାମାନ୍ଯ ହସ ଭରିଦେବା ପାଇଁ ଆଜି ଆମେ ଆପଣଙ୍କ ନେଇ ଆସିଛୁ କିଛି ଫନି ଭିଡିଓ । କ୍ୟାମେରାରେ କଏଦ ହୋଇଥିବା ଏହି ମଜାଦାର ଘଟଣା ସବୁ ଦେଖିଲେ ଆପଣ ହସି ହସି ଗଡିଯିବେ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ଅନେକ କୁକୁରପ୍ରେମୀ ଲୋକ ଅଛନ୍ତି ଯେଉଁମାନେ ରାସ୍ତାରେ ଡଗି ଦେଖିବା ମାତ୍ରେ ତାଙ୍କୁ ଟିକେ ଗେଲ କରିବାକୁ କ୍ୟୁଟ ଅନ୍ଦାଜରେ ପାଖକୁ ଡାକିଥାନ୍ତି । ଏହି ଭିଡିଓରେ ଆପଣ ଦେଖିପାରିବେ କି, ବୋଧ ହୁଏ ସ୍ଵାମୀ ରାସ୍ତାରେ ଯିବାବଳେ ଗୋଟିଏ କୁକୁରକୁ ଦେଖି ସ୍ତ୍ରୀଟି ଡାକୁଛି ଓ ସେଠାରେ ବସି ପଡୁଛି ।

ଏତିକି ବେଳେ ପଛପଟୁ ଆଉ ଗୋଟେ କୁକୁର ଆସୁଛି ଆଉ ତାଙ୍କୁ ଗାଡି ଟାୟାର ଭାବି ତାଙ୍କ ଉପରେ ଗୋଡ ଟେକି ମୁତି ଦେଉଛି । ଏହା ଦେଖି ସ୍ଵାମୀଜଣକ ତାକୁ ମାରିବା ପାଇଁ ଗୋଡାଉଛନ୍ତି । ଗୋଟିଏ କୁକୁରକୁ ଗେଲ କରିବା ଚକ୍କରରେ ଆଉ ଗୋଟିଏ କୁକୁର ପଚାରୁ ଆସି ପୁରା ମୁଡ୍ ବିଗାଡିଦେଲା ।

ଯାଦୁଗର ମାନେ ଏତେ ଚାଲାଖ ହୋଇଥାନ୍ତି ଯେ ଆପଣଙ୍କ ଆଖି ସାମ୍ନାରେ ଆପଣଙ୍କୁ ପୋପଟ ବନେଇ ଦିଅନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ମ୍ୟାଜିସିଆନଙ୍କ ସହ ପରିଶିତ କରେଇବୁ ଯିଏ ଜାଦୁ ଦେଖାଇବା ଚକ୍କରରେ ନିଜେ ହିଁ ପୋପଟ ବନିଗଲେ । ପ୍ଳାନ ଥିଲା କି ସେ ଚଦରକୁ ଉପରକୁ ଫୋପାଡିବେ ଓ ତାହା ତଳେ ପଡିବା ପୂର୍ବରୁ ସେଠାରୁ ଗାୟବ ହୋଇଯିବେ । କିନ୍ତୁ ଗାୟବ ହେବା ଚକ୍କରରେ ସେ ନିଜ ମୁଣ୍ଡ ଫଟେଇ ଦେଲେ ।

ଚଦରକୁ ଉଡେଇବା ପରେ ତାଙ୍କ ପଛରେ ଦେଖା ଯାଉଥିବା କବାଟ ଭିତରକୁ ପଳେଇ ଯିବାର ପ୍ଳାନ ଥିଲା । ସେଠାରେ ଥିବା ଗୋଟିଏ ବଦମାସ ପିଲାଟି ଏହା ଜାଣିପାରି କବାଟ ବନ୍ଦ କରି ଦେଇଥିଲା । ମ୍ୟାଜିସିଆନ ଚଦର ଫିଙ୍ଗି ଯେତେବେଳେ କବାଟ ଦେଇ ଦୌଡି ପଳେଇବାକୁ ବାହାରିଲେ ସେହି କବାଟରେ ପିଟି ହୋଇ ତଳେ ପଡିଗଲେ । ଏହା ଦେଖି ଯେକେହି ହସି ହସି ଗଡିଯିବ ।

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଡ୍ୟାନ୍ସ ଭିଡିଓ ଆପଣ ଦେଖିଥିବେ । କିଛି ରିୟଲ ଟ୍ୟାଲେଣ୍ଟଙ୍କ ଭିଡିଓ ଥିବା ବେଳେ ଆଉ କିଛି ଡ୍ୟାନ୍ସ ଦେଖିଲେ ଲୋକେ ହସି ହସି ଗଡନ୍ତି । ସେହିପରି କିଛି ଡ୍ୟାନ୍ସ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବୁ । ଅଙ୍କଲ ଜଣଙ୍କ ଯେମିତି ଷ୍ଟେଜ ଉପରେ ପାଣିରେ ମାଛ ପହଁରିବା ଭଳି ଡ୍ୟାନ୍ସ କରୁଛନ୍ତି ଦେଖିଲେ ଯେକେହିବି ନିଜ ହସ ରୋକିପାରିବେନି ।

ସେହିପରି ଆଉ ଜଣେ ଯୁବକ ଏକ ବାହାଘରରେ ଏମିତି ଖୁସିରେ ଡ୍ୟାନ୍ସ କରୁଛନ୍ତି ଯେମିତି ତାଙ୍କ ନିଜ ବାହାଘର ହେଉଛି । ତାଙ୍କ ଡ୍ୟାନ୍ସ ଦେଖି ତାଙ୍କୁ କେହି ପିଞ୍ଜରାରେ ଭର୍ତ୍ତି ନକରି ଦେଉ ବୋଲି ଲୋକେ କହୁଛନ୍ତି ।

ନବ ବିବାହିତ ଦମ୍ପତ୍ତି ପ୍ରାୟତଃ ଏକାଠି ବୁଲିଯିବାକୁ ଭଲ ପାଆନ୍ତି । ଏମିତି ଏକ ନବ ବିବାହିତ ଦମ୍ପତ୍ତି ଏକ ମେଳାକୁ ବୁଲି ଯାଇଥିଲେ । ସେଠାରେ ସେମାନେ ଏକ ଦୋଳିରେ ବସିଥିଲେ । ସ୍ବାମୀଜଣକ ଭାବିଥିବେ ଦୋଳିରେ ବସି ପ୍ରେମଭରା କଥା ହେବେ ଓ ଉପରୁ ଦୃଶ୍ୟ ଉପଭୋଗ କରିବେ । କିନ୍ତୁ ଦୋଳି ଉପରକୁ ଯିବା ମାତ୍ରେ ସ୍ତ୍ରୀ ଜଣକ ଏମିତି ଚିଲେଇଥିଲେ ଯେ ସ୍ଵାମୀଙ୍କୁ ବି ହସ ଆସି ଯାଇଥିଲା ।

ସ୍ଵାମୀ ନିଜେ ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ । ଆପଣଙ୍କୁ ଏହି ସବୁ ଦୃଶ୍ୟ ବା ଘଟଣା ଦେଖି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।