ଶନିବାର ଦିନ ଏହି 8 ଟି କାମ ଭୁଲରେ ବି କରନ୍ତୁ ନାହିଁ, ନଚେତ ଧୀରେ ଧୀରେ ହୋଇଯିବେ ଭିକାରି ଓ ମାଡି ଆସିବ ରୋଗ କଷ୍ଟ

ଶନିବାରକୁ ଶନିଦେବଙ୍କ ବାର ବୋଲି କହିଥାଉ । ଶନିଦେବ ହେଉଛନ୍ତି ନ୍ୟାୟର ପ୍ରତୀକ । କେଉଁଠି ଯଦି ଟିକେ ବି ଅନ୍ୟାୟ ଦେଖିଥାନ୍ତି ତେବେ ତାଙ୍କୁ ଉଚିତ ଦଣ୍ଡ ଦେଇଥାନ୍ତି ଶନିଦେବ । ଶନିଦେବଙ୍କ କୋପରୁ ରକ୍ଷା ପାଇବା ପାଇଁ ଶନିବାର ଦିନ କିଛି ଏପରି କାମ ରହିଛି ଯାହା ଭୁଲରେ ବି କରିବା ଉଚିତ ନୁହେଁ, ନଚେତ ଖୁବ ଶୀଘ୍ର ଭିକାରି ହୋଇଯିବେ । ତେବେ ଆସନ୍ତୁ ଜାଣିବା ଶନିଦେବଙ୍କ କୃପା ପାଇବାକୁ ହେଲେ ଶନିବାର ଦିନ କେଉଁ ସବୁ କାମ କରିବାରୁ ଆମେ ବଞ୍ଚିତ ହେବା ଉଚିତ ।

ଶନିବାର ଦିନ କିଛି ଜିନିଷ ଘରକୁ ଆଣିଲେ ଶନିଙ୍କ କୁଦୃଷ୍ଟି ପଡିଥାଏ ଓ ଆମର ଅନେକ କ୍ଷତି ହୋଇଥାଏ । ଏହି ଜିନିଷ ଘରକୁ ଆଣିବା ଦ୍ଵାରା ରୋଗ, ଶୋକ, କଳଙ୍କ ଓ ଦରିଦ୍ରତା ମଧ୍ୟ ଆସିଥାଏ । ଶନିବାର ଦିନ ଲୁହା ବା ଲୁହାରେ ତିଆରି କୌଣସି ବି ଜିନିଷ ଘରକୁ ଆଣିବା ଉଚିତ ନୁହେଁ । ଏହାଦ୍ବାରା ଆପଣଙ୍କ ଉପରେ ଶ୍ନିଙ୍କ କୋପଦୃଷ୍ଟି ପଡିଥାଏ । କିନ୍ତୁ ଶନିବାର ଦିନ ଲୁହାରେ ତୁଆରି ଜିନିଷ ଯଦି ଆପଣ ଦାନ କରନ୍ତି ତେବେ ଶନିଦେବ ବହୁତ ପ୍ରସନ୍ନ ହୋଇଥାନ୍ତି ଓ ଆପଣ ଶନିଦଶାରୁ ମୁକ୍ତି ପାଇପାରନ୍ତି ।

ଶନିବାର ଦିନ ଚମଡାରେ ତିଆରି ଜିନିଷ ତଥା ବେଲ୍ଟ, ଜୋଟା ଓ ପର୍ସ ଆଦି କେବେବି କିଣନ୍ତୁ ନାହିଁ । ଏହାଦ୍ବାରା ଘରକୁ ଘୋର ଦରିଦ୍ରତା ଆସିଥାଏ । ଶନିବାର ଦିନ ଗରକୁ କେବେ ହେଲେ କୌଣସି ପ୍ରକାରର ତେଲ ଆଣନ୍ତୁ ନାହିଁ । ଏହାଦ୍ବାରା ଘରକୁ ରୋଗ ଓ କଷ୍ଟ ଆସିଥାଏ ।

କିନ୍ତୁ ଯଦି ଆପଣଙ୍କର ଶନିଦଶା ଚାଲୁଛି ତେବେ ଶନିଙ୍କୁ ଉପରେ ରାଶି ତେଲ ଅର୍ପଣ କରିପାରିବେ । ଏହାଦ୍ବାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କର ଧନବୃଦ୍ଧି ମଧ୍ୟ ହୋଇଥାଏ । ଏହାପରେ ହେଉଛି କୋଇଲା । ଶନିବାର ଦିନ କେବେବି କୋଇଲା ଘରକୁ ଆଣନ୍ତୁ ନାହିଁ । ଏହା ଶନିଙ୍କ ରଙ୍ଗ କଳା ହୋଇଥାଏ ଓ ଏକ ଜ୍ଵଳନଶୀଳ ପଦାର୍ଥ ମଧ୍ୟ ଅଟେ ।

ତେଣୁ ଶନିବାର ଦିନ ଏହାକୁ ଘରକୁ ଆଣିବା ଦ୍ଵାରା ବହୁତ ଦୁଃଖ ଆସିଥାଏ । ଶନିବାର ଦିନ ଘରକୁ କେବେବି ଝାଡୁ କିଣି ଆଣନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କ ବହୁତ ଧନହାନୀ ହୋଇଥାଏ ଓ ସେହିଦିନ ଠାରୁ ଘରେ ଦରିଦ୍ରତା ବଢିଥାଏ ।

ଶନିବାର ଦିନ କେବେବି ରାଶି କିଣି ଘରକୁ ଆଣନ୍ତୁ ନାହିଁ, କାରଣ ଏହାଦ୍ବାରା ବିପଦ ମାଡି ଆସିଥାଏ । କିନ୍ତୁ ଶନିଦଶା ଚାଲୁଥିଲେ ଆପଣ ଏହିଦିନ ରାଶି ଦାନ କରିପାରିବେ । ଶନିବାର ଘରକୁ ଲୁଣ ମଧ୍ୟ କିଣି ଆଣନ୍ତୁ ନାହିଁ । ଏହାଦ୍ବାରା ଘରକୁ ଧୀରେ ଧୀରେ ରୋଗ ଆସିଥାଏ ଓ ଖର୍ଚ୍ଚ ବଢିବାରେ ଲାଗେ ।

ମନେ ରଖନ୍ତୁ ଶନିବାର ଦିନ କେବେବି କାଳି ବା କଳା ରଙ୍ଗର କୌଣସି ଜିନିଷ ଘରକୁ ଆଣନ୍ତୁ ନାହିଁ  ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ ଓ ଅଶୁଭ ଫଳ ପ୍ରଦାନ କରିଥାଏ । ଯାହାଫଳରେ ଆପଣଙ୍କର ଓ ଆପଣକ ଘରର ଅନେକ ଅନିଷ୍ଟ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।