ୱେବସିରିଜରେ ଦେଖିବାକୁ ମିଳିବ Archana ର ପାପ ସାମ୍ରାଜ୍ୟର ଟିକିନିଖି କାହାଣୀ, ଏଥର ସାରା ଦୁନିଆ ଦେଖିବ kaliru ଗୋରି ହେବାର ସତ

କିଭଳି ଜଣେ ସାଧାରଣ ଝିଆରୁ ଅସାଧାରଣ ପାଲଟିଗଲେ ଏହାକୁ ନେଇ ଏଥର ସିନେମା କହିବ ଅର୍ଚ୍ଚନା ନାଗଙ୍କ କାହାଣୀ । ଝୁମ୍ପୁଡି ଚାଳିଆରୁ ଆଲିଶାନ ବଙ୍ଗଳା କିପରି ତୋଳିଦେଲେ ଏସବୁର କାହାଣୀ ଏବେ ସିନେମା କହିବ । ହଁ ଆଜ୍ଞା, ଏବେ ଠକ ଅର୍ଚ୍ଚନା ନାଗଙ୍କ କାହାଣୀକୁ ହେବ ତିଆରି ହେବ ୱେବସିରିଜ । କିଭଳି ଜଣେ ସାଧାରଣ ଗରିବ ପରିବାରରୁ ଆସି ରାଜଧାନୀରେ କୋଟି କୋଟି ଟଙ୍କାର ରାଜମହଲ ଭଳି ଗଢିଦେଲେ ତାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି ।

ଆଉ ଏସବୁର କାହାଣୀ ଏବେ ଦେଖିବାକୁ ମିଳିବ ରୁପେଲି ପରଦାରେ । କଳାହାଣ୍ଡିରୁ ଜଳେଶ୍ଵର ଆଉ ଭାୟା ଭୁବନେଶ୍ବର କେମିତି ଆସିଲେ ଓ ଏହାପରେ ସେ କଣ ସବୁ କରିଚାଲିଲେ ତାଙ୍କର ପ୍ରତିଟି କାହାଣୀ ଏବେ ଦେଖିବାକୁ ମିଳିବ ୱେବସିରିଜରେ । ଭୁବନେଶ୍ବରରେ ଅର୍ଚ୍ଚନା ନାଗ କିଭଳି ବ୍ଲାକମେଲ କରି କରି କୋଟି କୋଟି ଟଙ୍କା ଅର୍ଜନ କରୁଥିଲେ ଏହି କାହାଣୀ ଏବେ ୱେବସିରିଜରେ ସ୍ଥାନ ପାଇବ । ଜଣେ ନାମୀଦାମୀ ପ୍ରଯୋଜକ ଏହି ୱେବସିରିଜକୁ ନିର୍ମାଣ କରିବାକୁ ଯାଉଛନ୍ତି ।

ଏନେଇ ସେ ନିଜେ ନାମ ଗୋପନ କରିବାକୁ କହି ସୂଚନା ଦେଇଛନ୍ତି । ଆଉ ଏହି ୱେବସିରିଜ ଯେବେ ନିର୍ମାଣ କରାଯିବ ସେନେଇ ପୋଲିସ ଠାରୁ ସମସ୍ତ ତଥ୍ୟ ନିଆଯିବ । ଆଉ ତଥ୍ୟ ଅନୁସାରେ ହିଁ ତିଆରି କରାଯିବ ସଂପୂର୍ଣ୍ଣ ସିନେମାଟି । ଉକ୍ତ ପ୍ରଯୋଜକ ଖୁବ ଶୀଘ୍ର ଏହି ୱେବସିରିଜ ବାବଦରେ ଘୋଷଣା କରିବାକୁ ମଧ୍ୟ ଯାଉଛନ୍ତି ।

ଏହି ଫିଲ୍ମରେ ଆପଣ ଦେଖିପାରିବେ ଅର୍ଚ୍ଚନା ନାଗଙ୍କ ମାୟାଜାଲରେ କେଉଁମାନେ ରହି ରାତାରାତି କୋଟି କୋଟି ଟଙ୍କା ଅର୍ଜନ କରିଥିଲେ । ଏସବୁକୁ ନେଇ ଏବେ ଫିଲ୍ମ ପ୍ରଯୋଜକ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଯାହାକି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ଵାମୀ ଜଗବନ୍ଧୁ ନାଗଙ୍କ କଳା ସାମ୍ରାଜ୍ୟର ପୁରା ତଥ୍ୟ ଓ ସତ୍ୟ ଉପରେ ଆଧାରିତ ହେବ । ଅର୍ଚ୍ଚନାଙ୍କ ନାମରେ ଥିବା ଏହି ୱେବସିରିଜକୁ ଖୁବ ଶୀଘ୍ର ଘୋଷଣା କରିବାକୁ ଯାଉଛନ୍ତି ଏହି ପ୍ରଯୋଜକ । ଯାହାପରେ ସେହି ୱେବସିରିଜକୁ ଦେଖିବା ପାଇଁ ସମସ୍ତଙ୍କ ଉତ୍କଣ୍ଠା ବଢିଯାଇଛି ।

ଏହି ୱେବସିରିଜକୁ ଦେଖିବା ପରେ ଅର୍ଚ୍ଚନାଙ୍କ ରହସ୍ୟମୟୀ ପାପ ଦୁନିଆର ଟିକିନିଖି ଖବର ଲୋକଲୋଚନକୁ ଆସିପାରିବ ବୋଲି ଲୋକେ କହୁଛନ୍ତି । ତେବେ ଆପଣ କେତେ ଆଗ୍ରହୀ ଅର୍ଚ୍ଚନାଙ୍କ କାହାଣୀକୁ ନେଇ ନିର୍ମାଣ ହେବାକୁ ଏହି ଏହି ୱେବସିରିଜ ଦେଖିବା ପାଇଁ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।