ଜଣେ ମହିଳାଙ୍କ ସହ ଅସଂଯତ ଅବସ୍ଥାରେ ଥାଇ କୋର୍ଟଙ୍କ ଭର୍ଚୁଆଲ ଶୁଣାଣିରେ ଯୋଗ ଦେଇଥିଲେ ଓକିଲ । ଆଉ ସେହି ଓକିଲଙ୍କ ଲାଇସେନ୍ସ ରବ୍ବ କରିଦେଲେ ହାଇକୋର୍ଟ । ଜଣେ ମହିଳାଙ୍କ ସହ ଅସଂଯତ ଅବସ୍ଥାରେ ଥାଇ ମାଡ୍ରାସ କୋର୍ଟଙ୍କର ଏକ ଭର୍ଚୁଆଲ ଶୁଣାଣିରେ ଯୋଗ ଦେବା ଏବେ ଓକିଲଙ୍କ ପାଇଁ ମହଙ୍ଗା ପଡିଛି । ଓକିଲଙ୍କ ଏହିଭଳି ଆଚରଣ ପାଇଁ ହାଇକୋର୍ଟ ସମ୍ପୃକ୍ତ ହାଇକୋର୍ଟଙ୍କ ଲାଇସେନ୍ସକୁ ରବ୍ବ କରିଦେବା ସହ କୌଣସି ଅଦାଲତରେ ଓକିଲାତି କରିବାରୁ ବଞ୍ଚିତ ରହିବେ ।
ଏଥିସହ ମାଡ୍ରାସ ହକାଇକୋର୍ଟ ତାଙ୍କ ତରଫରୁ ଓକିଲଙ୍କ ବିରୋଧରେ ଏକ ଅଦାଲତ ଅବମାନନା ମାମଲା ମଧ୍ୟ ରୁଜୁ କରିଛନ୍ତି । ମାଡ୍ରାସ ହାଇକୋର୍ଟଙ୍କ ଏକ ଖଣ୍ଡପୀଠଙ୍କ ନିକଟରେ ଏହିଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା । ଯାହାଫଳରେ କୋର୍ଟକୁ ଜଣେ ଓକିଲଙ୍କ ଲାଇସେନ୍ସ ରବ୍ବ କରିବାକୁ ପଡିଥିଲା । ଯେତେବେଳେ ଭର୍ଚୁଆଲ ଶୁଣାଣି ପାଇଁ ହାଜିର ହୋଇଥିବା ଜଣେ ଓକିଲ ଜଣେ ମହିଳାଙ୍କ ସହ ଅସଂଯତ ଅବସ୍ଥାରେ ଥିବା ବିଚାରପତି ମାନେ ଦେଖିବାକୁ ପାଇଥିଲେ ସେତେବେଳେ ତାଙ୍କ ଲାଇସେନ୍ସକୁ ରବ୍ବ କରି ଦିଆ ଯାଇଥିଲା ।
ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ ଇଲାଣ୍ଟେରିଆନଙ୍କ ଖଣ୍ଡପୀଠରେ ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଏହି ଘଟଣାଟି ଘଟିଥିଲା । ଜଣେ ଓକିଲ ଯିଏ ମାମଲାର ଭର୍ଚୁଆଲ ଶୁଣାଣି ମାଧ୍ୟମରେ ଖଣ୍ଡପୀଠଙ୍କ ନିକଟରେ ହାଜିର ହୋଇଥିଲେ । ତାଙ୍କୁ ଜଣେ ମହିଳାଙ୍କ ସହ ଅସଂଯତ ଅବସ୍ଥାରେ ଥିବା ବିଚାରପତି ଦେଖିବାକୁ ପାଇଥିଲେ । ଅନ୍ୟପକ୍ଷରେ ଏହି ଭିଡିଓ ଖୁବ୍ ଶୀଘ୍ର ସୋ-ସି-ଆ-ଲ ମି-ଡି-ଆ-ରେ ମଧ୍ୟ ଭାଇରାଲ ହୋଇ ଯାଇଥିଲା ।
ମାଡ୍ରାସ ହାଇକୋର୍ଟଙ୍କ ଅନ୍ୟ ବିଚାରପତି ଜଷ୍ଟିସ ପ୍ରକାଶ ଏବଂ ହେଲମାଥାଙ୍କ ଖଣ୍ଡପୀଠ ଏହି ମାମଲାରେ ନିଜ ତରଫରୁ ଏକ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରିଥିଲେ । ସୂଚନା ଓ ପ୍ରଯୁକ୍ତି ଆଇନ ଅନୁଯାୟୀ ଏହା ଏକ ଅପରାଧ ହୋଇଥିବାରୁ ଅଦାଲତ ଏହି ଘଟଣାର ସିବିସିଆଇଡ଼ି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତ ଏହା ମଧ୍ୟ କହିଛନ୍ତି ଯେ, ଏବେ ଓକିଲାମାନେ ଶୁଣାଣି ପାଇଁ ଶାରୀରିକ ଭାବେ ଅଦାଲତରେ ହାଜିର ହେବା ସହ ଭର୍ଚୁଆଲ ମୋଡରେ ଶୁଣାଣି ହେବାର ପୂର୍ଣ୍ଣ ସମୀକ୍ଷା କରିବାର ସମୟ ଆସିଯାଇଛି ।
ତାମିଲନାଡୁ ଓ ପୁଡିଚେରିର ବାର୍ କାଉନସିଲ ବର୍ତ୍ତମାନ ସମ୍ପୃକ୍ତ ଓକିଲଙ୍କୁ ସମସ୍ତ ଅଦାଲତରେ ଓକିଲାତି କରିବାରୁ ନିଲମ୍ବିତ କରିଛନ୍ତି । ଦୁନିଆ ଡିଜିଟାଲ ଆଡକୁ ଗତି କରୁଥିବାରୁ ବହୁ ଅଫିସିଆଲ ତଥା ସରକାରୀ କାର୍ଯ୍ୟକୁ ଏବେ ଭର୍ଚୁଆଲ ମାଧ୍ୟମରେ କରାଯାଉଛି । ଯାହାକି ସମୟ ସାପେକ୍ଷ ବି ଅଟେ । ତେଣୁ ଭର୍ଚୁଆଲ ଶୁଣାଣି ସମୟରେ ନିଜକୁ ସତର୍କ ରଖିବାକୁ ପଡିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।