ପିପୁଲ ଫର୍ ସେବା ନିର୍ମାତା ଆଦିତ୍ଯ ଦାଶ ମୃ-ତ୍ୟୁ ଘଟଣାକୁ ନେଇ ଏବେବି ଚର୍ଚ୍ଚା ଥମିବାର ନାଁ ଧରୁନି । ଏହାକୁ ନେଇ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ତାଙ୍କ ପିତାମାତା ଏବଂ ଆଦିତ୍ୟଙ୍କ ବନ୍ଧୁ ବିକାଶଙ୍କୁ ନେଇ ଅନେକ ବାଦବିବାଦ ଚାଲିଥିବା ବେଳେ ବିଦ୍ୟାଶ୍ରୀ ଏ ମାମଲାରେ ବଡ ଖୁଲସା କରିଛନ୍ତି । ବିଦ୍ୟାଶ୍ରୀ ଆଦିତ୍ୟଙ୍କ ମୃ-ତ୍ୟୁ ପାଇଁ ସିଧାସଳଖ ତାଙ୍କ ବନ୍ଧୁ ବିକାଶଙ୍କୁ ଦାୟୀ କରିଛନ୍ତି । ବିକାଶ ବୃଦ୍ଧାଶ୍ରମର ଚେୟାରମ୍ୟାନ ପଦ ହାତେଇବା ପାଇଁ ଚକ୍ରାନ୍ତ କରି ଆଦିତ୍ୟଙ୍କୁ ହ-ତ୍ୟା କରିବା ସହ ତାଙ୍କ ପିତାମାତାଙ୍କର ଫାଇଦା ଉଠାଉଥିଲା ବୋଲି କହିଛନ୍ତି ବିଦ୍ୟାଶ୍ରୀ ।
ଆଦିତ୍ୟଙ୍କ ମୃ-ତ୍ୟୁ ପରେ ବିଦ୍ୟାଶ୍ରୀଙ୍କ ଉପରେ ମିଛ ଆରୋପ ଲଗାଇ ସେ ଆଶ୍ରମ ଯିବାର ସବୁ ବାଟ ବନ୍ଦ କରି ଦେଇଥିଲା ବିକାଶ । ଆଦିତ୍ୟଙ୍କ ବାପାମା’ଙ୍କୁ ଭୁଲେଇ ତାଙ୍କୁ ଆଶ୍ରମକୁ ନେଇଥିଲା ଓ ତାଙ୍କ ଚେହେରା ଦେଖାଇ ଲୋକଙ୍କ ସହାନୁଭୁତି ପାଇବାକୁ ଚେଷ୍ଟା କରିଥିଲା । ହେଲେ ଆଦିତ୍ୟଙ୍କ ପିତାମାତା ଯେମିତି ଧୀରେ ଧୀରେ ଆଶ୍ରମ ବିଷୟରେ ମୁଣ୍ଡ ପୁରେଇଲେ ଓ ଟଙ୍କା କାରବାରର ହିସାବ ରଖିବା ଆରମ୍ଭ କଲେ ଏହା ବିକାଶକୁ ପସନ୍ଦ ହେଲାନି ।
ତେଣୁ ସେ ଚକ୍ରାନ୍ତ କରି ସେହି ଆଶ୍ରମର କିଛି ମଉସା ଓ ମାଉସୀଙ୍କୁ ଉସୁକାଇ ସେମାନଙ୍କ ନାଁରେ ମିଛ ଆରୋପ ଲଗାଇଥିଲା । ଆଦିତ୍ୟଙ୍କ ବାପାମା’ ସେମାନଙ୍କୁ ଆଶ୍ରମରୁ ବାହାର କରି ଦେଇଛନ୍ତି ବୋଲି ମଧ୍ୟ ବିକାଶ କହିଥିଲେ । ଏହାସହ ଆଉ ଏକ ବୃଦ୍ଧାଶ୍ରମ ବନେଇ ସେମାନଙ୍କୁ ରଖିଛନ୍ତି ବୋଲି ଦେଖାଇଥିଲେ ।
ହେଲେ କିଛିଦିନ ତଳେ ସେହି ବୃଦ୍ଧା ମାଉସୀଙ୍କୁ ନିକଟସ୍ଥ ଏକ ମନ୍ଦିରରେ ପଡିଥିବାର ଖବର ପିପୁଲ ଫର୍ ସେବା ବୃଦ୍ଧାଶ୍ରମକୁ ଦିଆ ଯାଇଥିଲା । ଏମାନେ ଯାଇ ଦେଖିଥିଲେ ଓ ତାଙ୍କୁ ଆଶ୍ରମକୁ ଆଣିଥିଲେ । ସେଠାରେ ମାଉସୀ ଜଣକ ସବୁ ସତ ମାନିଥିଲେ । ବିକାଶ ସେମାନଙ୍କୁ ମତେଇ ମିଛ ଅଭିଯୋଗ ଆଣିବା ପାଇଁ କହିଥିଲା । ତେଣୁ ଲୋକଙ୍କ ସାମ୍ନାକୁ ଏସବୁ କଥା ଆଣିବା ପାଇଁ ଆଦିତ୍ୟଙ୍କ ପରିବାର ଗଣମାଧ୍ୟମର ସହାୟତା ନେଇଥିଲେ ।
ଯିଏ ଆଦିତ୍ୟଙ୍କ ପିତାମାତାଙ୍କ ବିରୋଧରେ ଏତେ ବଡ ଚକ୍ରାନ୍ତ କରିଦେଲା ସେ ଆଦିତ୍ୟଙ୍କ ସହ କଣ ନ କରିଥିବ ବୋଲି କହିଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ । ଆଶ୍ରମ ହାତେଇବାକୁ ଚକ୍ରାନ୍ତ କରି ବିକାଶ ହିଁ ଆଦିତ୍ୟଙ୍କୁ ରାସ୍ତାରୁ ହେଟାଇବାକୁ ଯୋଜନା କରିଥିଲା ବୋଲି ସ୍ପଷ୍ଟ ଭାବେ କହିଛନ୍ତି ବିଦ୍ୟାଶ୍ରୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।