Vastu Tips:- ଘରେ ରଖନ୍ତୁ ଏହି 4 ଟି ଜିନିଷ, କେବେ ବି ହେବ ନାହିଁ ଟଙ୍କାର ଅଭାବ, ଘରେ ବଢି ଚାଲିବ ଧନ ସମ୍ପତ୍ତି

ପ୍ରତ୍ଯେକ ବ୍ୟକ୍ତି ଚାହାନ୍ତି କି ତାଙ୍କ ପାଖେ ଧନ, ସମ୍ପତ୍ତି, ସୁଖ ଓ ଐଶ୍ଵର୍ଯ୍ୟର କୌଣସି ଅଭାବ ନହେଉ । ଧନ କମାଇବା ପାଇଁ କିଛି ଲୋକ କଠିନ ପରିଶ୍ରମ କରି ମଧ୍ୟ ସଫଳତା ପାଇଆ ନଥାନ୍ତି । କିନ୍ତୁ ଆଉ କିଛି ଲୋକ ଖୁବ ସହଜରେ ଧନ ଓ ଟଙ୍କା ପାଇଯାଆନ୍ତି । ତେବେ ଏହା ବାସ୍ତୁ ଯୋଗୁଁ ହୋଇପାରେ । ତେଣୁ ଘରେ କିଛି ଜିନିଷକୁ ଠିକ ସ୍ଥାନରେ ରଖି ଧନ କମାଇବାର ସକରାତ୍ମକ୍ତ ଉପାୟ ବିଷୟରେ ଚାଲନ୍ତୁ ଜାଣିବା । ଏପରି କଲେ ଘରେ କେବେବି ଟଙ୍କାର ଅଭାବ ହେବନାହିଁ ।

ଲାଫିଂ ବୁଦ୍ଧ

ଲାଫିଂ ବୁଦ୍ଧଙ୍କୁ ସମୃଦ୍ଧିର ପ୍ରତୀକ ବୋଲି ମାନାଯାଏ । ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ ଧନର ପୁଟୁଳି ଧରିଥିବା ଲାଫିଂ ବୁଦ୍ଧ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ଧ୍ୟାନ ରଖନ୍ତୁ ଯେପରି ଲାଫିଂ ବୁଦ୍ଧଙ୍କ ଷ୍ଟାଚ୍ୟୁ ଅଢେଇ ଇଞ୍ଚରୁ ଅଧିକ ବଡ ହୋଇ ନଥିବ । ଯଦି ଆପଣ ଘରେ ଲାଫିଂ ବୁଦ୍ଧଙ୍କ ଏହି ଷ୍ଟାଚ୍ୟୁ ରଖିବେ ତେବେ ଆପଣଙ୍କ ଘରେ କେବେ ମଧ୍ୟ ପଇସାର ଅଭାବ ହେବାନାହିଁ ।

ଚାଇନିଜ ମୁଦ୍ରା

ପେଙ୍ଗଶୁଇ ବାସ୍ତୁରେ ଚାଇନିଜ ମୁଦ୍ରାକୁ ଖୁବ ଶୁଭ ବୋଲି ମାନାଯାଏ । ଚାଇନିଜ ମୁଦ୍ରା ଘରେ ରଖିବା ଦ୍ଵାରା ଆପଣଙ୍କ ଘରେ ଧନ ସମ୍ପତ୍ତି ବୃଦ୍ଧି ପାଇଥାଏ । ମାନ୍ୟତା ଅନୁସାରେ ଆପଣ ଯଦି ତିନୋଟି ଚାଇନିଜ ମୁଦ୍ରାକୁ ଏକ ଲାଲ ରିବନରେ ବାନ୍ଧି ଘରେ ରଖିବେ ତେବେ ଆପଣଙ୍କ ଘରୁ ସମସ୍ତ ନକରାତ୍ମକ ଊର୍ଜା ଦୂରେଇ ଯିବ ଏବଂ ଘରେ ସବର୍ଦା ସୁଖ ସମୃଦ୍ଧି ବାସ କରିବ ।

ୱିଣ୍ଡ ଚାଇମ୍

ପେଙ୍ଗଶୁଇରେ ୱିଣ୍ଡ ଚାଇମ୍ ର ମଧ୍ୟ ଖୁବ ମହତ୍ଵ ରହିଛି । ବାସ୍ତୁ ଅନୁସାରେ ୱିଣ୍ଡ ଚାଇମ୍ ଘରେ ଲଫାଇବା ବହୁତ ଶୁଭ ବୋଲି ମାନଯାଏ । କାରଣ ଏହାକୁ ଘରେ ଲଗାଇବା ଦ୍ଵାରା ପବନ ହେଲେ ୱିଣ୍ଡ ଚାଇମ୍ ରୁ ଏକ ମିଠା ଆୱାଜ ବାହାରିଥାଏ । ଯାହା ଘରେ ସକାରାତ୍ମକ ଊର୍ଜାର ସଞ୍ଚାର କରିଥାଏ । ଏହାର ପ୍ରଭାବ ଆମ ମସ୍ତିଷ୍କ ଏବଂ ଭାଗ୍ୟ ଉପରେ ମଧ୍ୟ ପଡିଥାଏ । ଘରେ ୱିଣ୍ଡ ଚାଇମ୍ ଲଗାଇବା ଦ୍ଵାରା ଘରର ବିଭିନ୍ନ ପ୍ରକାର ବାସ୍ତୁଦୋଷ ଦୂର ହୋଇଥାଏ ଓ ଘରକୁ ସୁଖ ଏବଂ ସୌଭାଗ୍ୟ ଆସିଥାଏ ।

ଘୋଡା ନାଲ

ଉଭୟ ବାସ୍ତୁଶାସ୍ତ୍ର ଏବଂ ଜ୍ଯୋତିଷ ଶାସ୍ତ୍ରରେ ଘୋଡା ନାଲକୁ ବହୁତ ଶୁଭ ବୋଲି ମାନାଯାଏ । କୁହାଯାଏ କି ଯଦି ଘରର ମୁଖ୍ୟଦ୍ଵାରର ଉପରେ ଗୋଟିଏ ଘୋଡା ନାଲ ଲଗାଇ ଦିଆଯାଏ ତେବେ ଘରେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ । ଏହାଯୋଗୁଁ ଘରେ ସର୍ବଦା ସୁଖ ସମୃଦ୍ଧି ଲାଗି ରହିଥାଏ ଓ ଘରର ଲୋକେ ବିଳାସପୂର୍ଣ୍ଣ ଜୀବନଯାପନ କରିଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।