ସୁସ୍ଥ ଓ ମଜବୁତ କେଶ ପାଇଁ କଣ ଖାଇବେ ? ଦେଖନ୍ତୁ ଏନେଇ Dietitian Niharika Dash ଙ୍କ ଖାସ Tips

ସୁସ୍ଥ ଓ ସୁନ୍ଦର କେଶ ପାଇବାକୁଶ ସମସ୍ତେ ଇଛା କରିଥାନ୍ତି । କିନ୍ତୁ ବର୍ତ୍ତମାନର ଜୀବନଶୈଳୀ, ଅସନ୍ତୁଳିତ ଖାଦ୍ୟପେୟ ଓ ପରିବେଶ ଯୋଗୂନ ଅନେକଙ୍କ କେଶ ଝଡିବା, କେଶ ଶୁଷ୍କ ହେବା ତଥା ଚନ୍ଦାପନ ଭଳି ସମସ୍ଯା ଦେଖିବାକୁ ମିଳୁଛି । ତେବେ ସୁସ୍ଥ କେଶ ପାଇବା ପାଇଁ ଆପଣଙ୍କ ଜୀବନଶୈଳୀ କିପରି ହେବା ଦରକାର ଓ କେଉଁ ସବୁ ଖାଦ୍ୟପେୟ ଖାଇବା ଦରକାର ତାହା ଜାଣିବା ଅତ୍ୟନ୍ତ ଜରୁରୀ । ଏନେଇ ଆସନ୍ତୁ ଜାଣିବା ଡାଏଟିସିଆନ ନିହାରିକା ଦାଶଙ୍କ ଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ।

କେଶ ଝଡିବା ବା ଅସୁସ୍ଥ କେଶର ଅନେକ କାରଣ ରହିଛି । ପ୍ରଦୂଷିତ ପରିବେଶ, ଖରାପ ପାଣି, ଭିଟାମିନ ଅଭାବ, ରୂପି, କେଶ ଅପରିଷ୍କାର ରହିବା କିମ୍ବା ଷ୍ଟ୍ରେସ ଯୋଗୁଁ ମଧ୍ୟ କେଶ ଅତ୍ୟଧିକ ମାତ୍ରାରେ ଝଡିଥାଏ । ଡାକ୍ତରଙ୍କ ପାଖକୁ ଗଲେ ଆମକୁ ଡାକ୍ତର ପରୀକ୍ଷା କରି ଅନେକ ସାରା ଔଷଧ ଖାଇବାକୁ ଦେଇଥାନ୍ତି । କିନ୍ତୁ ଆପଣ ସେହିସବୁ ଭିଟାମିନ ଖାଦ୍ଯରୁ ମଧ୍ୟ ପାଇପାରିବେ । ଯଦି କୌଣସି ଭିଟାମିନ ଆପଣଙ୍କ ଶରୀରରେ ଅତ୍ୟଧିକ ମାତ୍ରାରେ ଅଭାବ ରହିଛି ତେବେ ଆପଣ ତୁରନ୍ତ ଚିକିତ୍ସା ପାଇଁ ଔଷଧ ଖାଆନ୍ତୁ ।

ନଚେତ ସବୁବେଳେ ପ୍ରାକୃତିକ ଉପାୟରେ ଖାଦ୍ୟ ଗ୍ରହଣ କରି ଭିଟାମିନ ଅଭାବ ଦୂର କରିବାକୁ ଚେଷ୍ଟା କରନ୍ତୁ । ଏଥିପାଇଁ ଆପଣ ନିଜର ନୀତିଦିନ ଡାଏଟରେ ଅନେକ ଖାଦ୍ୟ ସାମିଲ କରିପାରିବେ । ଯାହା ଆପଣଙ୍କ ଭିଟାମିନ ଅଭାବ ଦୂର କରି ଶରୀରକୁ ବଳ ଯୋଗାଇବା ସହ କେଶକୁ ମଧ୍ୟ ସୁସ୍ଥ ରଖିବ ।

କେଶ ପାଇଁ ଆପଣ ନିଜ ଡାଏଟରେ ଅଣ୍ଡା, ମଞ୍ଜି ଜାତୀୟ ଖାଦ୍ଯ, ଡ୍ରାଏ ଫ୍ରୁଟ୍ସ, ଭିଟାମିନ-ସି, ଜିଙ୍କ ଓ ଆଇରନ ଆଦି ସାମିଲ କରିବେ ତେବେ ଆପଣଙ୍କ କେଶ ଝଡିବା ବହୁମାତ୍ରାରେ କମିଯିବ । ଅଣ୍ଡାରେ ଥିବା ପ୍ରୋଟିନ ଓ ବାୟୋଟିନ ଆପଣଙ୍କ କେଶକୁ ମଜବୁତ ଓ ସୁସ୍ଥ ରଖିବ । ପ୍ରତିଦିନ ଆପଣ ନିଜ ଡାଏଟରେ କିଛି ନଟ୍ସ ସାମିଲ କରୁଥିଲେ ତାହା ମଧ୍ୟ ଆପଣଙ୍କ ପାଇଁ ଖୁବ ଭଲ ହେବ । ଏଥିରୁ ଆପଣଙ୍କୁ ଜିଙ୍କ ମିଳିବ ।

ଆଇରନ ପାଇଁ ଆପଣ ପାଳଙ୍ଗ ଶାଗ ଖାଇପାରିବେ । ସେହିପରି ସଜନା ଶାଗ, କ୍ୟାପସିକମ ଆଦିରେ ଭିଟାମିନ-ସି ରହୁଛି । କେଶ ପାଇଁ ଆପଣଙ୍କୁ ବହୁତ ଔଷଧ ଖାଇବା ଆବଶ୍ୟକ ନାହିଁ । ଯଦି ଏହିସବୁ ଖାଦ୍ୟ ଆପଣ ନିଜ ଡାଏଟରେ ସାମିଲ କରୁଛନ୍ତି ତେବେ ଆପଣଙ୍କ କେଶ ସୁସ୍ଥ ରହିବ ଓ ବୃଦ୍ଧି ପାଇବ ।

ଅତ୍ୟଧିକ ପରିମାଣରେ ପ୍ରୋସେସଡ୍ ଫୁଡ୍ମ ମିଠା ଜାତୀୟ ଏବଂବ ଫ୍ୟାଟ ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ । ଏହାସହ କେଶର ଯତ୍ନ ନେବା ମଧ୍ୟ ଅତ୍ୟନ୍ତ ଜରୁରୀ । ଯଦି ରୂପି ହେଉଛି ତେବେ ନିଜେ କୌଣସି ଘରୋଇ ଉପଚାର ନକରି ଡର୍ମାଟୋଲୋଜିଷ୍ଟଙ୍କୁ ପରାମର୍ଶ କରନ୍ତୁ । କିମ୍ବା ଘରେ ଆପଣ ସପ୍ତାହକୁ ଦୁଇଥର ନିୟମିତ ଶାମ୍ପୁ ଦ୍ଵାରା ମୁଣ୍ଡ ସଫା କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।