Vastu Tips- ନିଜ ରାଶି ଅନୁସାରେ ଗୃହରେ କେଉଁ ( ପଶୁପକ୍ଷୀ ) ପାଳିଲେ ଧନର ବୃଦ୍ଧି ଘଟିଥାଏ

ଏହି ଦୁନିଆରେ ସମସ୍ତେ ଧନ, ସୁଖ ସମୃଦ୍ଧି ଓ ମାନ ସମ୍ମାନ ହାସଲ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରିଥାନ୍ତି । କିନ୍ତୁ ଯଦି ଆପଣ ନିଜର ରାଶି ଅନୁସାରେ କିଛି ଗୃହପାଳିତ ପଶୁପକ୍ଷୀଙ୍କୁ ନିଜ ଘରେ ରଖୁଛନ୍ତି ତେବେ ଆପଣଙ୍କ ଘର ସୁଖ ସମୃଦ୍ଧିରେ ଭରପୁର ହୋଇଯିବ । ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଲୋକ ପାଇଁ କେଉଁ ପଶୁପକ୍ଷୀ ପାଳନ କରିବା ଦ୍ଵାରା ଶୁଭ କିମ୍ବା ଭାଗ୍ୟଶାଳୀ ହୋଇଥାଏ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

ମେଷ ରାଶି

ମେଷ ରାଶିର ଲୋକମାନେ ଯଦି ଘରେ କୁକୁର ରଖନ୍ତି ତେବେ ଏମାନଙ୍କର ବିଭିନ୍ନ ପ୍ରକାରର ଉନ୍ନତି ହୋଇଥାଏ । ଏହା ସହିତ ବିପଦ ଏମାନଙ୍କ ପାଖକୁ ଆସେ ନାହିଁ । ଧନ ଓ ସୁଖ ସମୃଦ୍ଧି ବି ବୁଦ୍ଧି ହୋଇଥାଏ ।

ବୃଷ ରାଶି

ବୃଷ ରାଶିର ଲୋକମାନେ ଯଦି ବିଲେଇ ପାଳନ କରୁଛନ୍ତି ତେବେ ଏମାନଙ୍କର ସ୍ଵାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ । ଖାଦ୍ୟର ଅଭାବ ବି ଦେଖାଯାଏ ନାହିଁ । ପରିବାରରେ ସନ୍ତାନ ସମସ୍ୟା ବି ଦେଖାଯାଏ ନାହିଁ ।

ମିଥୁନ ରାଶି

ମିଥୁନ ରାଶିର ଲୋକମାନେ ଶୁଆ ପକ୍ଷୀ ପାଳନ କରିବା ଦ୍ଵାରା ଘରେ ସବୁବେଳେ ଧନ ବୁଦ୍ଧି ହୋଇଥାଏ । ଜୀବନର ସମସ୍ତ ବାଧା ବିଘ୍ନ ଦୂର ହୋଇଯାଏ ।

କର୍କଟ ରାଶି

କର୍କଟ ରାଶିର ଲୋକମାନେ କୌଣସି ବି ପ୍ରକାରର ପଶୁପକ୍ଷୀ ପାଳନ କରି ପାରିବେ । ଏମାନଙ୍କ ପାଇଁ ସବୁ ପଶୁପକ୍ଷୀ ଶୁଭ ଅଟନ୍ତି । କିନ୍ତୁ ଏମାନଙ୍କ ପାଇଁ ମୂଷା ଅତ୍ୟଧିକ ଶୁଭଫଳଦାୟୀ ହୋଇଥାଏ । ଏହା ଦ୍ଵାରା ଘରର ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ ।

ସିଂହ ରାଶି

ସିଂହ ରାଶିର ବ୍ୟକ୍ତିମାନେ ଯଦି ଘୋଡା ପାଳନ କରିବେ ତେବେ ଏହା ଏମାନଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । କିନ୍ତୁ ଘୋଡା ପାଳନ କରିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । ସେଥିପାଇଁ ଆପଣ ଘରେ ଘୋଡାର ପ୍ରତିମା ରଖି ପାରିବେ । ଏହା ଦ୍ଵାରା ଆପଣଙ୍କ ସମସ୍ତ ଲକ୍ଷ୍ୟ ପୂରଣ ହୋଇଯିବ ।

କନ୍ୟା ରାଶି

କନ୍ୟା ରାଶିର ଲୋକମାନେ ଯଦି ଘରେ ମାଛ ପାଳନ କରୁଛନ୍ତି ତେବେ ଏମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଦ୍ଵାରା ଏମାନଙ୍କ ସମସ୍ତ ସମସ୍ୟା ଦୂର ହୋଇଥାଏ । ସୁଖ ସମୃଦ୍ଧି ବି ବୁଦ୍ଧି ହୋଇଥାଏ ।

ତୁଳା ରାଶି

ତୁଳା ରାଶିର ଲୋକମାନେ ଯଦି ବିଲେଇ ପାଳନ କରନ୍ତି ତେବେ ଏମାନଙ୍କ ପାଇଁ ଉଚିତ ଅଟେ ।

ବିଚ୍ଛା ରାଶି

ବିଚ୍ଛା ରାଶି ଯଦି ଘରେ ବିଲେଇ ରଖିବେ ତେବେ ଜୀବନର ସମସ୍ତ ବାଧା ବିଘ୍ନ ଦୂର ହୋଇଯିବ ଓ ଏହା ସହ ଯଦି ଆପଣଙ୍କ ସନ୍ତାନ ସମସ୍ୟା ଅଛି ତେବେ ତାହା ବି ଦୂର ହୋଇଯିବ ।

ଧନୁ ରାଶି

ଧନୁ ରାଶିର ଲୋକମାନେ ଯଦି ମାଛ କିମ୍ବା କଇଁଛ ପାଳନ କରିବେ ତେବେ ଏମାନେ ନିଜ ଜୀବନରେ ବହୁତ ଉନ୍ନତି କରିବେ । ଏମାନଙ୍କୁ କେବେ ବି ଧନର ଅଭାବ ରହିବ ନାହିଁ । ଏହା ଛଡା ଆପଣ ତମ୍ବା କିମ୍ବା ପିତଳର କଇଁଛ ବି ରଖି ପାରିବେ ।

ମକର ରାଶି

ମକର ରାଶିର ଲୋକମାନେ ଯଦି କୁକୁର ପାଳିବେ ତେବେ ଏମାନଙ୍କୁ ସମସ୍ତେ ସୁଖ ଶାନ୍ତି ମିଳିବ । ବିପଦରୁ ମଧ୍ୟ ରକ୍ଷା ମିଳିଥାଏ ।

କୁମ୍ଭ ରାଶି

କୁମ୍ଭ ରାଶିର ବ୍ୟକ୍ତିମାନେ ଯଦି ବିଭିନ୍ନ ପ୍ରକାରର ରଙ୍ଗର ପକ୍ଷୀ ପାଳନ କରିବେ ତେବେ ଏମାନଙ୍କ ଶରୀର ସୁସ୍ଥ ରହିବା ସହିତ ଜୀବନରେ ଉନ୍ନତି ମଧ୍ୟ ଆସିଥାଏ ।

ମୀନ ରାଶି

ମୀନ ରାଶିର ଲୋକମାନେ ମାଛ କିମ୍ବା ଠେକୁଆ ପାଳନ କରୁଛନ୍ତି ତେବେ ଏହା ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଦ୍ଵାରା ରୋଗ ଓ ରୁଣରୁ ମଧ୍ୟ ମୁକ୍ତି ମିଳିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।