ଚାଇନାରେ ପୁଣି ଏକ ଅଜଣା ରୋଗରେ ୩୦୦୦ ଆକ୍ରାନ୍ତ, ସାମ୍ନାକୁ ଆସିଲା ନୂଆ ତଥ୍ୟ

କହିବାକୁ ଗଲେ ଚୀନ ସବୁ ଭାଇରସର ଘର ଅଟେ । କାରଣ ଆପଣମାନେ ଯଦି ପୂର୍ବ ଭାଇରାସର ଇତିହାସ ବିଷୟରେ ଜାଣିବାକୁ ଚେଷ୍ଟା କରିବେ ତେବେ କେଉଁଠି ନା କେଉଁଠି ସବୁ ଭାଇରସକୁ ଜନ୍ମ ଦେବା ପଛରେ ଚୀନର ହିଁ ହାତ ଅଛି । ଚୀନ ପାଖାପାଖି ୪ – ୫ ବର୍ଷ ହେବ ବିଶ୍ଵକୁ ବିଭିନ୍ନ ପ୍ରକାରର ଭାଇରସ ଦେଇ ଚାଲିଛି । ପ୍ରଥମେ ଚୀନ ସାରସ ଭାଇରସ ଜନ୍ମ କରିଲା ଓ ଏହାର ହିଁ ପାର୍ଟ ହେଉଛି କୋବିଡ ।

ଏହା ପରେ ଆସିଲା ସ୍ଵାଇଁନ – ଫ୍ଲୁ ଯାହାକି ଚୀନରୁ ହିଁ ପୁରା ବିଶ୍ଵକୁ ବ୍ୟାପିଥିଲା ଓ କିଛି ସମୟ ଲୋକମାନଙ୍କ ଜୀବନକୁ ଅସ୍ତ ବ୍ୟସ୍ତ କରିବା ପରେ ଏହି ଭାଇରସର ପ୍ରଭାବ କମି ଗଲା । ଏହା ପରେ ପୁଣି ଏକ ନୂଆ ଭାଇରସ ଆସିଲା ହାଣ୍ଟା ଭାଇରସ । ଯାହା ମୂଷା ଶରୀରରୁ ବ୍ୟାପୁ ଥିଲା ।

ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ବି ଏକ୍ଟିବ ଅଛି ଓ ଏହା ପରେ କରୋନା ଭାଇରସ ଆସିଲା । ଯାହାର ଭୟଙ୍କର ପ୍ରଭାବ ଦେଖିବାକୁ ମିଳୁଛି । କିନ୍ତୁ ଏହା ସତ୍ବେ ବି ଚୀନରୁ ପୁଣି ଥରେ ଏକ ନୂଆ ରୋଗ ବର୍ତ୍ତମାନ ସାମ୍ନାକୁ ଆସୁଛି । କହିବାକୁ ଗଲେ ଏହି ରୋଗଟି ପ୍ରଥମେ ମାଲ୍ଟା ଆଇଲ୍ୟାଣ୍ଡରେ ଦେଖା ଯାଇ ଥିଲା ଓ ଏହା ଏକ ବ୍ୟକ୍ଟେରିୟା ଜନିତ ରୋଗ ଅଟେ । ଯାହାର ଇଂରାଜୀ ନାମ Brucellosis Bacteria ଅଟେ । ଏହି ରୋଗଟି ବହୁତ ପୂର୍ବରୁ ଆରମ୍ଭ ହୋଇଥିଲା ଓ ଏହା ବହୁତ କମ ମଣିଷ ଶରୀରରେ ବ୍ୟାପୁ ଥିଲା ।

ଏହା ପ୍ରାୟତଃ ପଶୁମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଥିଲା । ଏହା ପରେ ଚୀନ ଏହି ଭାଇରସର ଭ୍ୟାକସିନ ବାହାର କରିବା ପାଇଁ ଏହି ଭାଇରସର କିଛି ଶ୍ୟାମ୍ପୁଳ ନିଜ ଦେଶକୁ ଆଣିଥିଲା । ଏହା ପରେ ଚୀନର ରିସର୍ଚ ଟିମ ଏହି ଭାଇରସକୁ ତାଙ୍କ ଦେଶର ଏକ ରିସର୍ଚ ସେଣ୍ଟରରେ ପଶୁମାନଙ୍କ ଏକ ଗ୍ରୁପ ତିଆରି କରି ତାଙ୍କୁ ଏହି ଭାଇରସ ଦେଲେ ଓ ଏହା ପରେ ତାଙ୍କର ନିରୀକ୍ଷଣ କରୁଥିଲେ । କିନ୍ତୁ ଏହା ମଧ୍ୟରେ ଚୀନର ବୈଜ୍ଞାନିକମାନେ ସେହି ପଶୁମାନଙ୍କର ସୁରକ୍ଷା ଓ ସେମାନଙ୍କ ଠାରୁ ଦୂରରେ ରହିବା ନୀତିକୁ ଅବଲମ୍ବନ କରିଲେ ନାହିଁ ।

ଏହା ସହିତ ପଶୁମାନଙ୍କ ଦେଖାଶୁଣା କରୁଥିବା ଲୋକମାନଙ୍କ ସୁରକ୍ଷା ପ୍ରତି ନଜର ଅନ୍ଦାଜ କରିଲେ । ଯାହା ଫଳରେ ଏହି ପଶୁମାନଙ୍କ ଶରୀରରୁ ଏହି ଭାଇରସ କୌଣସି ପ୍ରକାରରେ ମଣିଷ ଶରୀରକୁ ଟ୍ରାନ୍ସଫର ହୋଇ ଯାଇଛି । ଯେମିତି କି ଆପଣମାନେ ଜାଣିଛନ୍ତି କି ସବୁ ଭାଇରସର ପ୍ରଭାବ ୨ – ୩ ସପ୍ତାହ ପରେ ହିଁ ଜଣା ପଡିଥାଏ । ଏମିତିରେ କିଛି ଦିନ ଏହି ଭାଇରସର କୌଣସି ପ୍ରଭାବ ସେହି ବ୍ୟକ୍ତିମାନଙ୍କ ମଧ୍ୟରେ ନଜର ଆସିଲା ନାହିଁ ।

ଏମିତିରେ ଯେଉଁ ବ୍ୟକ୍ତିମାନଙ୍କ ଶରୀରରେ ଏହି ଭାଇରସ ଥିଲା ତାକୁ ଚିହ୍ନିବା ପରିବର୍ତ୍ତେ ସେହି ବ୍ୟକ୍ତିମାନଙ୍କୁ ଅଲଗା ଲୋକମାନଙ୍କ ସହ ମିଶିବା ପାଇଁ ଛାଡି ଦିଆଗଲା । ଏହି କ୍ରମରେ ସେହି ଲ୍ୟାବରେ କାମ କରୁଥିବା କର୍ମଚାରୀମାନେ ଏହି ରୋଗକୁ ଧୀରେ ଧୀରେ ସମସ୍ତଙ୍କୁ ବାଣ୍ଟି ଚାଲିଲେ । ଏହିଭଳି ଭାବରେ ବର୍ତ୍ତମାନ ଚୀନରୁ Brucellosis ଭାଇରସ ଦ୍ଵାରା କିଛି ଲୋକମାନେ ଆକ୍ରାନ୍ତ ଓ କିଛି ଲୋକମାନଙ୍କ ଏହି ଭାଇରସ ଦ୍ଵାରା ମୃତ୍ୟୁ ବରଣ କରିଛନ୍ତି ବୋଲି ଖବର ସାମ୍ନାକୁ ଆସୁଛି ।

ଏମିତିରେ ୩୦୦୦ରୁ ବି ଅଧିକ ଲୋକମାନେ ଏହି ରୋଗରେ ଆକ୍ରାନ୍ତ ହୋଇସାରିଛନ୍ତି । ଏହି ଭାଇରସର ପ୍ରଭାବରେ ପ୍ରଥମେ ଆପଣଙ୍କ ମସ୍ତିଷ୍କରେ ଯନ୍ତ୍ରଣା ହେବ । ମାଂସପେଶୀରେ ବି ଯନ୍ତ୍ରଣା ହେବ । ଏହା ସହିତ ଆପଣଙ୍କ ମଧ୍ୟରେ ବିରକ୍ତି ଭାବ ସୃଷ୍ଟି ହେବ । ୨ ରୁ ୪ ସପ୍ତାହ ମଧ୍ୟରେ ଏହି ସବୁ ନଜର ଆସିବ । କିନ୍ତୁ ଏହା ପରେ ଆମ ଶରୀରର ବ୍ରୁକ,ବୃକକ, ଯକୃତ ଇତ୍ୟାଦି ଅଙ୍ଗ ଗୁଡିକ ବଡ ହୋଇଯାଏ । ଏହାର କିଛି ଦିନ ପରେ ମଣିଷର ମୃତ୍ୟୁ ମଧ୍ୟ ହୋଇଥାଏ ।

ଏମିତିରେ ଏହା ଭ୍ୟାକସିନ ଆଜି ପର୍ଯ୍ୟନ୍ତ ବାହାରି ନାହିଁ । ବର୍ତ୍ତମାନ ସମସ୍ତେ କରୋନା ସହ ଲଢୁଛନ୍ତି ଓ ପୁଣି ଏକ ନୂଆ ଭାଇରସ ଯଦି ଆସିବ ତେବେ ଆଗକୁ ଆହୁରି ବି ଭ୍ୟଙ୍କର ପରିସ୍ଥିତି ଦେଖା ଯାଇ ପାରେ ।