Vastu Tips- ଘରର ଏହି ଜାଗାରେ ଲଗାନ୍ତୁ ( ଧଳା ଅରଖ ) ଗଛ, ବର୍ଷା ହେବ ଖାଲି ଟଙ୍କା ପଇସା

ମନୁଷ୍ୟର ଦୈନନ୍ଦିନ ଜୀବନରେ ଗଛର ସମସ୍ତ ଜିନିଷ କୌଣସି ନା କୌଣସି ପ୍ରକାରରେ ଆବଶ୍ୟକତା ପୂର୍ଣ କରିଥାଏ । ପରିବେଶକୁ ସନ୍ତୁଳନ ରଖିବାରେ ଗଛର ବହୁତ ମହତ୍ଵ ଥାଏ । ଗଛର ଛେଳି, ଡାଳ, ପତ୍ର ଓ ଚେରକୁ ମନୁଷ୍ୟ ବିଭିନ୍ନ ପ୍ରକାରର ଔଷଧ ତିଆରି କରିବାରେ ବି ଲଗାଇଥାଏ । ଘର କିମ୍ବା କାରଖାନାର ବାସ୍ତୁ ଦୋଷ ଦୂର କରିବା ପାଇଁ ଅନେକ ବୃକ୍ଷକୁ ବ୍ୟବହାର କରାଯାଇଥାଏ । ତେବେ ଆଜି ଆସନ୍ତୁ ଜାଣିବା ଶ୍ୱେତ ଅରଖ ଗଛର କିଛି ମହତ୍ଵ ବିଷୟରେ ।

ଅରଖ ଗଛ ଦୁଇ ପ୍ରକାରର ହୋଇଥାଏ ଗୋଟିଏ ବାଇଗଣି ରଙ୍ଗର ଓ ଗୋଟିର ଧଳା ରଙ୍ଗର । ମାନ୍ୟତା ଅଛି କି ଏହି ଧଳା ରଙ୍ଗର ଅରଖ ଗଛରେ ଭଗବାନ ଗଣେଶ ବାସ କରନ୍ତି ।

ଅରଖ ଗଛକୁ ପୂଜା କରିବା ଅର୍ଥ ଗଣେଶଙ୍କ ପୂଜା କରିବା ସଙ୍ଗେ ସମାନ ଅଟେ । ଶାସ୍ତ୍ର ଅନୁସାରେ ଏହି ଅରଖ ଗଛକୁ ମାଟିରେ ପୋତି ଏହା ମୂଳରେ ପାଣି ଓ କ୍ଷୀର ଦେଇ ୧୧ ବର୍ଷ ପର୍ଯ୍ୟନ୍ତ ପୂଜା କରିବା ଦ୍ୱାରା ଏହି ଗଛର ଚେର ଗଣେଶଙ୍କ ଆକୃତି ପରି ହୋଇଥାଏ । ଏହାକୁ ନେଇ ଲୋକମାନେ ଘରେ କରନ୍ତି । ଏହି ଗଛକୁ ଘରେ, ଅଫିସ କିମ୍ବା କାରଖାନରେ ରଖି ପୂଜା କରିବା ଦ୍ୱାରା ଘର ଓ ଅଫିସରେ ସବୁ ପ୍ରକାର ନକରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ଶକ୍ତି ବୃଦ୍ଧି ପାଇ ଥାଏ ।

ଗୃହକୁ ସିଦ୍ଧି ଓ ବୁଦ୍ଧି ପ୍ରବେଶ କରିଥାଏ । ଏହା ଫଳରେ ଆପଣ ସବୁ କାର୍ଯ୍ୟରେ ସଫଳତା ପାଇଥାନ୍ତି ଓ ଧନର କୌଣସି ଅଭାବ ରୁହେ ନାହିଁ । ଯେଉଁ ଘରର ବ୍ୟକ୍ତିମାନେ ବାହାନ ଚଳାଉଛନ୍ତି ଓ ସୈନ୍ୟ ବିଭାଗରେ ଅଛନ୍ତି । ସେହି ଘରେ ଶ୍ୱେତ ଅରଖ ଗଛକୁ ପୂଜା କରିବା ଉଚିତ । କାହିଁକି ନା ଏହା ଦ୍ବାରା ସବୁ ଦୁର୍ଘଟଣା ଟଳି ଯାଇଥାଏ ଓ ବିଜୟୀ ମଧ୍ୟ ମିଳିଥାଏ । ଏହା ସହ ଜଳ ଭୟ, ଅଗ୍ନି ଭୟ, ଶତ୍ରୁ ଭୟ, ବିବାଦ ଭୟ, ଦୁଃଖ ଭୟ, ଜଙ୍ଗଲ ଭୟ, ମଶାଣି ଭୟ ଇତ୍ୟାଦି ଭୟ ଦୂର ହୋଇଥାଏ ।

ଯେଉଁ ଘରେ ଶ୍ୱେତ ଅରଖ ଗଛ ଥାଏ ସେହି ଘରକୁ ଯନ୍ତ୍ର, ତନ୍ତ୍ର, ଗୁଣି ଗାରେଡି କିଛି ବି ପ୍ରକାରର ପ୍ରଭାବ ପଡେ ନାହିଁ । ସ୍ୱାମୀ ସ୍ତ୍ରୀ ଭିତରେ ମନାନ୍ତର, ଭାଇ ଭାଇ ଭିତରେ ଝଗଡା, ପିତା ପୁତ୍ର ଭିତରେ ଝଗଡା, ପଡ଼ୋଶୀଙ୍କ ମଧ୍ୟରେ ଝଗଡା ଇତ୍ୟାଦି ବି ହୁଏ ନାହିଁ ।

ଏହି ଗଛ ଘରେ ଲଗାଇବା ଦ୍ୱାରା ଘରର ସବୁ ପ୍ରକାରର ବାସ୍ତୁ ଦୋଷ ଦୂର ହୋଇଥାଏ । ଘର ନିର୍ମାଣରେ କୌଣସି ଅସୁବିଧା ହୋଇ ନ ଥାଏ ତଥା ଘରେ ସବୁବେଳେ ସୁଖ ଶାନ୍ତି ରହିଥାଏ ଓ ଘରେ ଥିବା ବ୍ୟକ୍ତିଙ୍କର ଭଲ ଧନ ଉପାର୍ଜନ ବି ହୋଇଥାଏ । ଏହି ଗଛକୁ ଘରର ମୁଖ୍ୟଦ୍ୱାର କିମ୍ବା ତୁଳସୀ ଚୌରା ପାଖରେ ଲଗାଇବା ଉଚିତ କିମ୍ବା ଘରର ପୂର୍ବ ଦିଗ, ଉତ୍ତର ଦିଗ କିମ୍ବା ଉତ୍ତର ପୂର୍ବ ଦିଗରେ ରଖିବା ଉଚିତ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।