Vastu Shastra- ଭଗବାନ କୃଷ୍ଣ କହିଛନ୍ତି ଏହି ପାଞ୍ଚଟି ଭୁଲ କାହକୁବି ନିର୍ଧନ କରିଦେଇଥାଏ, କେବେବି ହେଇପାରି ନଥାଏ ଧନୀ

ମନୁଷ୍ୟର ଗରିବ ହେବାର କାରଣ ଆପଣଙ୍କର କିଛି ଖରାପ ଅଭ୍ୟାସ ହିଁ ହୋଇଥାଏ । ଯେଉଁ କାରଣରୁ ଆପଣଙ୍କ ପାଖରେ ଟଙ୍କା ରହି ନ ଥାଏ । କୁହାଯାଏ କି ଲକ୍ଷ୍ମୀ ସବୁବେଳେ ଗୋଟିଏ ଜାଗାରେ କିମ୍ବା ଗୋଟିଏ ବ୍ୟକ୍ତି ପାଖରେ ରୁହନ୍ତି ନାହିଁ । ସେଥିପାଇଁ ତାଙ୍କୁ ପ୍ରସନ୍ନ ରଖିବା ବହୁତ ଜରୁରୀ ଅଟେ । ତେବେ ଆସନ୍ତୁ ଜାଣିବା ଆପଣଙ୍କର ସେହି ଖରାପ ଅଭ୍ୟାସ ଓ ଭୁଲ ଗୁଡିକ ବିଷୟରେ । ଯାହା ଆପଣଙ୍କ ଦ୍ଵାରା ଜଣା କିମ୍ବା ଅଜଣାରେ ହୋଇଯାଏ ଓ ଆପଣଙ୍କର ଦରିଦ୍ରତାର କାରଣ ହୋଇଥାଏ ।

ଭଗବାନ ଶ୍ରୀ କୃଷ୍ଣ କୁହନ୍ତି କି ଯେଉଁ ବ୍ୟକ୍ତିକୁ ଖାଦ୍ୟକୁ ଅଧା କିମ୍ବା ଅଇଁଠା କରି ଯିବାର ଅଭ୍ୟାସ ଥାଏ ଓ ସେମାନେ ବଞ୍ଚିଥିବା ଖାଦ୍ୟକୁ ବାହାରେ ଫୋପାଡି ଦିଅନ୍ତି ତେବେ ଏହା ଦ୍ଵାରା ଅନ୍ନର ଅପମାନ ହୋଇଥାଏ ଓ ମାତା ଲକ୍ଷ୍ମୀଙ୍କର ବି ଅପମାନ ହୋଇଥାଏ ।

ଏହା ଫଳରେ ବ୍ୟକ୍ତିକୁ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡିଥାଏ । ଏଥିପାଇଁ ଖାଦ୍ୟକୁ ଯେତିକି ଆବଶ୍ୟକ ସେତିକି ଆଣିବା ଉଚିତ । ସୂର୍ଯ୍ୟ ଅସ୍ତପରେ କେବେ ବି ଘରେ ଝାଡୁ ମାରିବା ଉଚିତ ନୁହେଁ । ଏହାକୁ ଅଶୁଭ କୁହାଯାଏ । ଜୋତା ଚପଲ ଘରେ ଏପଟ ସେପଟ ହୋଇ ପଡିବା କିମ୍ବା ଓଲଟା ହୋଇ ପଡିବା ବି ଦରିଦ୍ରତାର କାରଣ ହୋଇଥାଏ । ସେଥିପାଇଁ ଜୋତା ଚପଲକୁ ସବୁବେଳେ ସଜାଡି ରଖନ୍ତୁ ।

ଯଦି ଘରେ ବାରମ୍ବାର କ୍ଷୀର ଉତୁରି ପଡି ଯାଉଛି ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ଘରେ ଖରାପ ସମୟ ଆସି ଯାଇଛି । ଏହା ସହିତ ଆର୍ଥିକ କ୍ଷତି ବି ହୋଇଥାଏ । ଘରେ ବହୁତ ସମସ୍ୟା ବି ଦେଖାଯାଏ । ଧ୍ୟାନ ଦିଅନ୍ତୁ କି ଆପଣ କେବେ ବି ରବିବାର ଦିନ ତୁଳସୀ ଗଛରେ ଜଳ ଦିଅନ୍ତୁ ନାହିଁ । ଏହା ସହିତ ତୁଳସୀ ଗଛର ଆଖ ପାଖକୁ ପରିଷ୍କାର ରଖିବା ଉଚିତ ନଚେତ ତୁଳସୀ ଗଛର ଅପମାନ ହୋଇଥାଏ ।

ପ୍ରାୟତଃ ଦେଖା ଯାଇଛି କି ଘରର ସଦସ୍ୟମାନେ ନିଜ ଭିତରେ ସବୁବେଳେ ଝଗଡା କରନ୍ତି ତେବେ ଏହିଭଳି ସ୍ଥାନରେ ମାତା ଲକ୍ଷ୍ମୀ କେବେ ବି ବାସ କରନ୍ତି ନାହିଁ । ଯାହା ଫଳରେ ଆପଣଙ୍କର ଦାରିଦ୍ର୍ୟତା ବଢିଥାଏ । କିଛି ଲୋକ ସକାଳୁ ଉଠି ପାଟି ତୁଣ୍ଡ ଆରମ୍ଭ କରି ଦିଅନ୍ତି କିମ୍ବା ଘରର କିଛି ସଦସ୍ୟ କୌଣସି ଅର୍ଥ ନ ଥାଇ ଖାଲି ପାଟି ତୁଣ୍ଡ କରନ୍ତି ଓ, ଗାଳି ଗୁଲଜ କରନ୍ତି, ଆପଣଙ୍କୁ କହିଦେଉଛୁ କି ଏହିଭଳି କରିବା ଦ୍ଵାରା ଭଗବାନ ରାଗି ଯାଆନ୍ତି ଓ ଆପଣଙ୍କ ଘରେ ଦାରିଦ୍ର୍ୟତା ବଢିଥାଏ ।

ଯଦି ଆପଣ ସକାଳୁ ଉଠି ବୀନା ବ୍ରସ କରି ଚା କିମ୍ବା କୌଣସି ଖାଦ୍ୟ ସେବନ କରୁଛନ୍ତି ତେବେ ଏହା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ ଓ ଘରେ ନକରାତ୍ମକ ପ୍ରଭାବ ବି ବଢି ଥାଏ । କିଛି ଲୋକ ବାଥରୂମକୁ ଅପରିଷ୍କାର କରି ରଖିଥାନ୍ତି ଏହା ଦ୍ଵାରା ବି ଦାରିଦ୍ର୍ୟତା ବଢିଥାଏ । ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନ ସଫା କରି ଶୋଇବା ଉଚିତ ନଚେତ ଆର୍ଥିକ କ୍ଷତି ହୋଇଥାଏ । ଏହା ଛଡା ଶନିଙ୍କ ପ୍ରଭାବ ବଢି ଥାଏ । ସବୁବେଳେ ବିଛଣାକୁ ସଫା ସୁତୁରା ରଖିବା ଉଚିତ ନଚେତ ଦାରିଦ୍ରତା ବଢିଥାଏ ।

ଆପଣ ଯଦି ସବୁବେଳେ ଏଠି ସେଠି ଛେପ ପକାଉଛନ୍ତି ତେବେ ଏହା ଦ୍ଵାରା ବି ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦେଖାଯାଏ । ଯଦି ଆପଣଙ୍କ ଘରେ ଆର୍ଥିକ ସମସ୍ୟା ସବୁବେଳେ ଦେଖାଯାଉଛି ତେବେ ଆପଣ ଫିଟିକିରିର କିଛି ଉପାୟ କରନ୍ତୁ । ଯାହା ଫଳରେକି ଏହି ସମସ୍ୟା ସବୁ ଦୂର ହୋଇଯିବ । ଆପଣ ଅଳ୍ପ ଫିଟିକିରି ଖଣ୍ଡ ଆଣି ତାକୁ ଗୁଣ୍ଡ କରି ଗୋଟିଏ ଧଳା କପଡାରେ ରଖି ଦିଅନ୍ତୁ, ଏହା ପରେ କପଡାରେ ଆପଣ ଆଠଟି ଗଣ୍ଠି ପକାନ୍ତୁ ।

ବର୍ତ୍ତମାନ ଏହି ମୁଣିକୁ ଆପଣ ନିଜ ଘରର ମୁଖ୍ୟ ଦ୍ଵାରର ଭିତର ଦିଗରେ ଏହିଭଳି ଜାଗାରେ ରଖନ୍ତୁ ଯେଉଁଠି କାହାର ବି ନଜର ପଡିବ ନାହିଁ । ଏହାପରେ ଆପଣ ପ୍ରତି ସପ୍ତାହରେ ଏହି ମୁଣିରେ ଥିବା ଫିଟିକିରିକୁ ବଦଳେଇ ଦିଅନ୍ତୁ । ପୁରୁଣା ଫିଟିକିରିକୁ ବାହାରେ ପକାଇ ଦିଅନ୍ତୁ । କାହିଁକି ନା ଏଥିରେ ଘରର ନକରାତ୍ମକ ପ୍ରଭାବ ଥାଏ । ଏହିଭଳି କରିବା ଦ୍ଵାରା ଆପଣଙ୍କ ଦାରିଦ୍ରତା ଦୂର ହୋଇଯାଏ, ଘରେ ଧନ ଓ ଶୁଖ ଶାନ୍ତି ବୃଦ୍ଧି ହୋଇହାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।