‘ଦୁଇ ଜଣଙ୍କୁ ଗୋଟିଏ ଘରେ ପୁରେଇ, ଆଉ ତା’ ପରେ…’ ଦେଖନ୍ତୁ ବର୍ଷା-ଅନୁଭବ ଙ୍କ ବିବାଦକୁ ନେଇ କଣ କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବ୍ରହ୍ମପୁରରେ ନବବଧୂ ତପସ୍ୱିନୀଙ୍କର ଶ୍ୱଶୁର ଘର ଆଗରେ ଧାରଣା ମାମଲାରେ ବ୍ରହ୍ମପୁର ଏସଡ଼ିଯେଏମ ଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ।  ସଂପର୍କ ଯୋଡ଼ିବାକୁ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତଙ୍କୁ ୭ ଦିନ ସମୟ ଦେଲେ କୋର୍ଟ । ଉଭୟଙ୍କୁ ୭ ଦିନ ଏକାଠି ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶରେ କହିଛନ୍ତି, ଆସିକାରେ ଏକ ଭଡ଼ା ଘରେ ଏକାଠି ରୁହନ୍ତୁ ଉଭୟେ ।  ଭଡ଼ା ଘର ଠିକ୍ କରି ସୁରକ୍ଷା ଦାୟିତ୍ୱରେ ରହିବେ ଆସ୍କା ଥାନା ଆଇଆଇସି ।

୭ ଦିନ ମଧ୍ୟରେ ଉଭୟଙ୍କୁ କାହା ସହ ଦେଖାସାକ୍ଷାତକୁ କୋର୍ଟ ବାରଣ କରିବା ସହ ଆସନ୍ତା ୭ ଦିନ ପରେ ପୁଣି କୋର୍ଟରେ ମାମଲାର ଶୁଣାଣି ହେବ ବୋଲି ଏସଡିଜେଏମ୍ କୋର୍ଟ କହିଛନ୍ତି । ବ୍ରହ୍ମପୁରସ୍ଥିତ ବ୍ରହ୍ମାନଗରରେ ଥିବା ଶ୍ୱଶୁର ଘର ଆଗରେ ଗତ ୧୧ ଦିନ ଧରି ଧାରଣାରେ ବସିଥିଲେ ତପସ୍ବିନୀ । ତେବେ ଏହି ଖବର ପରେ କଂଗ୍ରେସ ଦଳ ର ବରିଷ୍ଠ ନେତା ସୁର ରାଉତରାୟ ନିଜର ମନ୍ତବ୍ୟ ରଖିଛନ୍ତି ।

ତେବେ ସେ କହିଛନ୍ତି କି କୋର୍ଟ ବହୁତ ଭଲ ନିଷ୍ପତ୍ତି ନେଇଛି ସ୍ୱାମୀ ସ୍ତ୍ରୀ ଏକାଠି ଗୋଟିଏ ଘରେ ବନ୍ଦ ହୋଇ ରହିଲେ ଏବଂ କାହା ସହ ନ ମିଶିଲେ ଦୁଇ ଜଣଙ୍କ ସମ୍ପର୍କ ଖୁବ ନିବିଡ଼ ହେବ ଏବଂ ଆଉ ଅଲଗା ହେବେ ନାହିଁ । ତେବେ ଏହି କଥା ଭିତରେ ସେ କହିଥିଲେ କି ଏହି ଦୁଇ ଜଣଙ୍କ ଭଳି ଅନୁଭବ ଏବଂ ବର୍ଷା ଦୁହିଁଙ୍କୁ ମଧ୍ୟ ଗୋଟିଏ ଘର ଭିତରେ ବନ୍ଦ କରିଦେବା ଉଚିତ ।

ତେବେ ଗୋଟିଏ ଘର ଭିତରେ ଦୁହିଁଙ୍କ ଭିତରେ ସ୍ନେହ,ପ୍ରେମ ଏବଂ ଶ୍ରଦ୍ଧା ସହ ମନରେ ଥିବା ସବୁ ମଇଳା ଦୁର ହୋଇଯିବ ଏବଂ ଦୁହେଁ ଏକାଠି ହୋଇଯିବେ । ତେବେ ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ କି ନବୀନ ପଟ୍ଟନାୟକ ଏଥି ପାଇଁ କଣ କରନ୍ତୁ ବୋଲି ଚାହୁଁଛନ୍ତି ତେବେ ସୁର ନିଜର ଉତ୍ତରରେ କହିଥିଲେ କି ମୁଖ୍ୟମନ୍ତ୍ରୀ ନିଜେ ବିବାହ କରି ନାହିଁ ସେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଭିତରେ କଣ କହିବ ।

ତେବେ ଆପଣ ମାନେ ତ ସୁର ରାଉତରାୟ ଙ୍କୁ ଜାଣିଥିବେ ସେ ସର୍ଵଦା ନିଜର ଭିନ୍ନ ଶୈଳୀ ର କଥା ପାଇଁ ଲୋକପ୍ରିୟ ତଥା ଚର୍ଚ୍ଚିତ ହୋଇ ରହିଥାନ୍ତି ତେବେ ଫୁଣି ଥରେ ତପସ୍ୱିନୀ ଙ୍କ ର ଏହି ଘଟଣା ପରେ ନିଜର ମନ୍ତବ୍ୟ ପ୍ରକାଶ କରି ଫୁଣି ଥରେ ଚର୍ଚ୍ଚା ରେ ଆସି ଯାଇଛନ୍ତି । ତେବେ ଏହି ଖବର ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।