କିଏ ସେହି ନନ୍ଦନକାନନ ଯାତ୍ରୀ ଗାୟତ୍ରୀ ? ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ହେବେ କି ଗାୟତ୍ରୀ ? ପୁଣି ପରିବାରକୁ ପ୍ରାଧାନ୍ଯ ଦେବେକି ନବୀନ ? କାହାକୁ ଆସନ ଛାଡିବେ ନବୀନ ? ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବେ ଏନେଇ ପୁଣି ଥରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି । ନବୀନ ବିଦେଶ ଗସ୍ତରୁ ଫେରିବା ପରେ ତାଙ୍କ ଉତ୍ତରାଧିକାରୀଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା ।

ପୂର୍ବରୁ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ତାଙ୍କ ଉତ୍ତରାଧିକାରୀ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଗାୟତ୍ରୀ ଓଡିଶା ଆସିବା ପରେ ପୁଣି ଥରେ ବଦଳି ଯାଇଛି ଚର୍ଚ୍ଚାର ମୋଡ । ଗାୟତ୍ରୀ ହେଉଛନ୍ତି ନବୀନଙ୍କ ବଡ ଭାଇ ପ୍ରେମ୍ ପଟ୍ଟନାୟକଙ୍କ ପ୍ରଥମ ପତ୍ନୀଙ୍କ ଝିଅ । ଅର୍ଥାତ ନବୀନଙ୍କ ଝିଆରୀ ଓ ଅରୁଣ ପଟ୍ଟନାୟକଙ୍କ ସାବତ ଭଉଣୀ । ଗାୟତ୍ରୀ ଓଡିଶା ଆସିଛନ୍ତି ସତ କିନ୍ତୁ ସେ ନିଜ ପୈତୃକ ଘର ନବୀନ ନିବାସରେ ନରହି ଏକ ପଞ୍ଚତାରକା ହୋଟେଲରେ ରହୁଛନ୍ତି ।
ନିକଟରେ ସେ ତାଙ୍କ ପୁଅ ସହ ନନ୍ଦନକାନନ ବୁଲିବାର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସେଠାରେ ତାଙ୍କୁ ସରକାରୀ ଆତିଥ୍ୟତା ମଧ୍ୟ ପ୍ରଦାନ କରାଯାଇଛି । କିନ୍ତୁ ଗାୟତ୍ରୀ ନିଜ କକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘରେ ରହିନାହାନ୍ତି । ଏହାର କାରଣ କଣ ତାହା ତ ଭିନ୍ନ କଥା, କିନ୍ତୁ ତାଙ୍କ ଓଡିଶା ଗସ୍ତକୁ ନେଇ ବିଜେଡି ରାଜନୀତିରେ ଏକ ହଇଚଇ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି ।

ଖବର ଅନୁସାରେ ନିକଟରେ ରାଜ୍ୟର କିଛି ବରିଷ୍ଠ ନେତା ନବୀନଙ୍କ ବଡ ଭାଇ ପ୍ରେମ୍ ପଟ୍ଟନାୟକଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ । ସେହି ସମୟରେ ବିଜୁ ଲେଗାସି ସମେତ ନବୀନବାଦକୁ ନେଇ ଅନେକ କଥା ଆଲୋଚନା ହୋଇଥିଲା । ମାତ୍ର ଏହି ଦୁଇଟି ମଧ୍ୟରୁ ଗୋଟିଏ ମଧ୍ୟ ଓଡିଶା ଶାସନରେ ପ୍ରତିଫଳିତ ହେଉନାହିଁ ବୋଲି ଏମାନେ କୁଆଡେ ପ୍ରେମ୍ ପଟ୍ଟନାୟକଙ୍କୁ ଅବଗତ କରିଥିବା କଥା ଚର୍ଚ୍ଚା ହେଉଛି । ଯାହାପରେ ନିଜ ବାପାଙ୍କ ସମ୍ମତି ନେଇ ଗାୟତ୍ରୀ ଓଡିଶା ଆସିଛନ୍ତି ।
ଅନ୍ୟ ଏକ ଶୁଣା ଖବର ଅନୁସାରେ ଗାୟତ୍ରୀଙ୍କୁ ଦେଖା କରିବା ପାଇଁ ପ୍ରଭାବଶାଳୀ ଆଇଏଏସ ଅଫିସର ମାନଙ୍କ ଏକ ଗୋଷ୍ଠୀ ସେ ରହୁଥିବା ହୋଟେଲକୁ ଯାଇଥିଲେ ବୋଲି ଶୁଣିବାକୁ ମିଳୁଛି । କିନ୍ତୁ ଗାୟତ୍ରୀ ସେମାନଙ୍କୁ ଭେଟିବା ଲାଗି କୁଆଡେ ରୋକଠୋକ ମନା କରି ଦେଇଥିଲେ, ଯାହାକୁ ଲୋକେ ସହଜରେ ହଜମ କରି ପାରୁନାହାନ୍ତି ।
ପୂର୍ବରୁ ତାଙ୍କ ପରିବାରରୁ କେହି ଉତ୍ତରାଧିକାରୀ ହେବେନି ବୋଲି ମନା କରିଥିଲେ ନବୀନ । କିନ୍ତୁ ସମୟ ସମୟରେ ନବୀନଙ୍କ ଉତ୍ତରାଧିକାରୀ କିଏ ହେବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରୁଥିବା ବେଳେ ଏବେ ଗାୟତ୍ରୀଙ୍କୁ ନେଇ ମଧ୍ୟ ଆଲୋଚନା ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।