ମାଡିଆସୁଛି ପୂଣୀଏକ ଲଘୁଚାପ, ଏହି 12ଟି ଜିଲ୍ଲାକୁ Orange ୱାର୍ନିଙ୍ଗ

ଆଞ୍ଚଳିକ ପାଣିପାଗର ସୂଚନା ଅନୁସାରେ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜିଲ୍ଲାରେ ଅତ୍ୟଧିକ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଅଛି । ଏହା ଛଡା ଆପଣଙ୍କୁ କହିଦେଉଛୁ କି କିଛି ଦିନ ହେବ ବର୍ଷା କାରଣରୁ କେତେକ ଜିଲ୍ଲାରେ ବନ୍ୟାର ପରିସ୍ଥିତି ଓ ଜଲବନ୍ଦି ପରିସ୍ଥିତି ସୃଷ୍ଟି ହୋଇ ଯାଇଛି । ଭଦ୍ରକର ଧାମନଗର ଅଞ୍ଚଳ, କଟକର ଆଠଗଡ ଅଞ୍ଚଳ ଓ ଢେଙ୍କାନାଳ ଅଞ୍ଚଳରେ ଜଲବନ୍ଦି ହୋଇ ଯାଇଛି ।

ଏହା ଛଡା ଅନୁଗୁଳ ଓ ମାଲକାନଗିରୀରେ ମଧ୍ୟ ବନ୍ୟାର ପରିସ୍ଥିତି ଦେଖା ଯାଉଛି । ଏହା ଛଡା ଆସନ୍ତା ଦୁଇ ଦିନ ବର୍ଷା ହେବା କାରଣରୁ ଅନ୍ୟ କେତେକ ଅଞ୍ଚଳରେ ବି ବନ୍ୟା କିମ୍ବା ଜଲବନ୍ଦି ହୋଇପାରେ ।

ଏମିତିରେ ଆଞ୍ଚଳିକ ପାଣିପାଗ ସୂଚନା କେତେକ ଅଞ୍ଚଳକୁ ଅରଞ୍ଜେ ୱାର୍ନିଗ ଜାରି କରିଛନ୍ତି ଓ ସେ ଗୁଡିକ ହେଲା ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ବରଗଡ, ନୂଆପଡା, ସମ୍ବଲପୁର, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବଲାଙ୍ଗୀର ଏବଂ ମାଲକାନଗିରୀ । ଏହି ସମସ୍ତ ଅଞ୍ଚଳକୁ ଅରଞ୍ଜେ ୱାର୍ନିଗ ଜାରି କରା ଯାଇଛି ଅର୍ଥାତ ଏହି ସବୁ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ସେଥିପାଇଁ ଆପଣ ସମସ୍ତେ ସବୁ ପରିସ୍ଥିତି ପାଇଁ ସଚେତନ ରୁହନ୍ତୁ ।

ଏହା ଛଡା ୭ଟି ଜିଲ୍ଲାକୁ ଇୟେଲୋ ୱାରିଙ୍ଗ ଜାରି କରା ଯାଇଛି । ଅର୍ଥାତ ସେହି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବ । ସେହି ସମସ୍ତ ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କୋରାପୁଟ, କଳାହାଣ୍ଡି, କଟକ ଓ କନ୍ଧମାଳ ।

କିନ୍ତୁ ଏହି ସବୁ ମଧ୍ୟରେ ସବୁଠୁ ବଡ କଥା ହେଉଛି କି ୧୯ ଅଗଷ୍ଟକୁ ପୁଣି ଏକ ଲଘୁଚାପ ସୃଷ୍ଟି ହେଉଛି । ଏହି ଲଘୁଚାପ ଦ୍ଵାରା ଯେଉଁ ସମସ୍ତ ଅଞ୍ଚଳରେ ପାଣି ଅଭାବ ଯୋଗୁ ଚାଷ କରିବାରେ ଅସୁବିଧା ହେଉ ଥିଲା ସେହି ସମସ୍ତ ଅସୁବିଧା ଦୂର ହୋଇଯିବେ । କିନ୍ତୁ ଯେଉଁ ସମସ୍ତ ଅଞ୍ଚଳରେ ବନ୍ୟା ଓ ଜଲବନ୍ଦି ପରିସ୍ଥିତି ସୃଷ୍ଟି ହୋଇଛି, ଯଦି ଏହିଭଳି ବର୍ଷା ଲାଗି ରହିଲା ତେବେ ସେହି ସମସ୍ତ ଅଞ୍ଚଳରେ ପରିସ୍ଥିତି ଆହୁରି ବି ଭୟଙ୍କର ହୋଇପାରେ ।

ଏମିତିରେ କହିବାକୁ ଗଲେ ୧୭ ଓ ୧୮ ତାରିଖରେ ବର୍ଷା ଲାଗି ରହିବ ଓ ୧୯ ତାରିଖରେ ଯେଉଁ ଲଘୁଚାପ ସୃଷ୍ଟି ହେଉଛି ସେଥିପାଇଁ ୨୦ ଓ ୨୧ ତାରିଖ ପର୍ଯ୍ୟନ୍ତ ବି ବର୍ଷା ଲାଗି ରହି ପାରେ । ଏମିତିରେ ଆପଣମାନେ ସଚେତନ ରୁହନ୍ତୁ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।