ୟୁକ୍ରେନ ସଶସ୍ତ୍ର ବାହିନୀର ଭେରିଫାଏ ଫେସବୁକ ଆକାଉଣ୍ଟରୁ ଏକ ଫଟୋ ପୋଷ୍ଟ କରାଯାଇଛି, ଯାହା ଦେଖିଲେ ଆପଣ ବି ଭୟରେ ଥରିବେ । ଏହି ଫଟୋରେ ଜଣେ ଫାଇଟର ପାଇଲଟଙ୍କୁ ଦେଖିବାକୁ ମିଳିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଫଟୋରେ ଥିବା କ୍ୟାପସନ । ସେଥିରେ ଲେଖାଯାଇଛି, ହେଲୋ ଋଷିଆ ଭିଲିଆନ, ମୁଁ ତୁମ ଜୀବନ ନେବା ପାଇଁ ଆସୁଛି । କିଭ ଏମ୍ପାୟାର ପକ୍ଷରୁ ଶତ୍ରୁଙ୍କ ପାଇଁ ସ୍ଵତନ୍ତ୍ର ମେସେଜ ଦେଇଛି ୟୁକ୍ରେନ । ବର୍ତ୍ତମାନ ଏହି ଫଟୋଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଏହି ମହାଯୁଦ୍ଧ ମଧ୍ୟରେ ୟୁକ୍ରେନ ଆକାଶରେ ସତେ ଯେମିତି ପିଶାଚ ବୁଲୁଛି । କାରଣ ଏବେ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଭାମ୍ପାୟାର ବୁଲୁଛନ୍ତି । ହୃଦୟରେ ପ୍ରତିଶୋଧର ନିଆଁ ନେଇ ମୃତ୍ୟୁର ସଉଦାଗର ସାଜିଛନ୍ତି ୟୁକ୍ରେନୀୟ ପାଇଲଟ । ଋଷିଆର ସୈନ୍ୟଙ୍କୁ ୟୁକ୍ରେନରେ ତନତନ କରି ଖୋଜୁଛନ୍ତି ଓ ନିପାତ କରୁଛନ୍ତି ବୋଲି ଶୁଣିବାକୁ ମିଳିଛି । ଏହି ଫଟୋଟିକୁ ଗୋଟିଏ ଦିନରେ ପ୍ରାୟ ୭ ହଜାର ୭ ଶହରୁ ଅଧିକ ଥର ଶେୟାର କରାଯାଇଛି ।
‘ଘୋଷ୍ଟ ଅଫ କିଭ’ ବା କିଭ ର ଭାମ୍ପାୟାର ନାମକ ଜଣେ ପାଇଲଟ ଋଷର ୧୦ଟି ଯୁଦ୍ଧ ବିମାନକୁ ଗୁଳିକାରି ଖସାଇ ଏବେ ଚର୍ଚ୍ଚାରେ ରହିଛନ୍ତି । ତେବେ ଏହାର ସତ୍ୟତା ସମ୍ପର୍କରେ ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ । ଅନେକ ଲୋକ ଏହାକୁ ଏକ କାଳ୍ପନିକ କାହାଣୀ ବୋଲି କହୁଛନ୍ତି । କିନ୍ତୁ ୟୁକ୍ରେନ ସୁରକ୍ଷା ବଳ ଏହି ଫଟୋ ପୋଷ୍ଟ କରିବା ପରେ ପୁଣି ଥରେ ୟୁକ୍ରେନ ପିଶାଚ ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏବେ ଏହି ୟୁକ୍ରେନର ଭମ୍ପାୟାର ସାଧାରଣ ସୈନ୍ୟ ଓ ଲୋକଙ୍କ ପାଇଁ ସାହାସର ପ୍ରତୀକ ପାଲଟିଛନ୍ତି । ତେବେ ୟୁକ୍ରେନ ପୋଷ୍ଟ କରିଥିବା ଫଟୋରେ ପାଇଲଟଙ୍କ ନାମ କିମ୍ବା ପରିଚୟ ପ୍ରକାଶ ପାଇ ନାହିଁ । ଏଥିରେ ଜଣେ ସୈନ୍ୟ ଅକ୍ସିଜେନ ମାସ୍କ ପିନ୍ଧି କକପିଟରେ ନଜର ଆସୁଛନ୍ତି । ସେ ଏକ ମିଗ୨୯ ଜେଟରେ ବସିଥିବା ଦେଖିବାକୁ ମିଳୁଛି । ଯୁଦ୍ଧରେ ୟୁକ୍ରେନ ଋଷିଆର ଅନେକ ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ଦାବି କରିଛି ୟୁକ୍ରେନ ।
ଏକ ପ୍ରକାଶିତ ରିପୋର୍ଟର ତଥ୍ୟ ଅନୁସାରେ ଋଷ ଓ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ବେଳକୁ ଋଷିଆ ପାଖରେ ୧୨ ହଜାର ଯୁଦ୍ଧ ଜାହାଜ ଥିଲା । ଅନ୍ୟପଟେ ୟୁକ୍ରେନ ପାଖରେ ୧୨୪ଟି ଯୁଦ୍ଧ ବିମାନ ଥିଲା । ହେଲେ ଏହି ଯୁଦ୍ଧରେ ଋଷିଆ ସୈନ୍ୟଙ୍କୁ ହରାଇବା ସହ ଯୁଦ୍ଧ ଜାହାଜ ମଧ୍ୟ ଧ୍ଵଂସ କରିଥିବା ୟୁକ୍ରେନ ଦୃଢତାର ସହ କହୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।