ଉଚ୍ଚ କପାଳ ଥିବା ଲୋକ ହୋଇଥାନ୍ତି ବହୁତ ଲକି ! ଜାଣନ୍ତୁ ଉଚ୍ଚ କପାଳ ଥିବା ଲୋକଙ୍କର କିଛି ଖାସ୍ କଥା – Pragyan Tripathi

ବନ୍ଧୁଗଣ ମନୁଷ୍ୟର ଶାରୀରିକ ଗଠନକୁ ନେଇ ସାମୁଦ୍ରିକ ଶାସ୍ତ୍ରରେ ବହୁତ କିଛି କଥା ବର୍ଣ୍ଣନା ହୋଇଛି । ତେବେ ସେହି ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଆଜି ଆମେ ଆପଣଙ୍କୁ ଉଚ୍ଚ କପାଳ ଥିବା ଲୋକଙ୍କ ବିଷୟରେ କିଛି ମହତ୍ଵପୂର୍ଣ୍ଣ କଥା କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ଉଚ୍ଚ କପାଳ ଥିବା ଲୋକ ମାନଙ୍କୁ ନିଶ୍ଚିତ ଦେଖିଥିବେ । କପାଳଟି ବାହାରକୁ ବାହାରି ଆସିଥିଲେ ତାହାକୁ ଉଚ୍ଚ କପାଳ ବୋଲି କୁହାଯାଇନଥାଏ, ବଂର ଆଇବ୍ରୋ ଠାରୁ ମୁଣ୍ଡ ଚୁଟି ଆରମ୍ଭ ହୋଇଥିବା ସ୍ଥାନର ଦୂରତା ଯଦି 3 ଆଙ୍ଗୁଳିରୁ ଅଧିକ ବା 4 ଆଙ୍ଗୁଳି ଭଳି ରହିଥାଏ । ତେବେ ସେହି ଲୋକଙ୍କର ଉଚ୍ଚ କପାଳ ବୋଲି କୁହାଯାଇଥାଏ ।

ବିଶେଷ କରି ମହିଳା ମାନଙ୍କର ଉଚ୍ଚ କପାଳ ଥିଲେ, ତାଙ୍କ ମାନଙ୍କୁ ନେଇ ଅନେକ କିଛି କଥା ଲୋକମାନେ କହିଥାନ୍ତି । ତେବେ ଯଦି କୌଣସି ମହିଳାଙ୍କର ଉଚ୍ଚ କପାଳ ରହିଥାଏ । ତେବେ ସେହି ଲୋକଙ୍କର ବିଶେଷତ୍ଵ ସବୁ କଣ କଣ ରହିଥାଏ ଆସନ୍ତୁ ଜାଣିବା । ଉଚ୍ଚ କପାଳ ଥିବା ମହିଳା ମାନେ ବହୁତ ଶୁଭ ଅଟନ୍ତି ।

ଏହିଭଳି ନାରୀ ଯେଉଁ ଘରେ ଜନ୍ମ ହୋଇଥାନ୍ତି ସେହି ଘର ପାଇଁ ଲକ୍ଷ୍ମୀମନ୍ତ ହୋଇଥିବା ବେଳେ ଏମାନେ ବିବାହ ପରେ ଯାହାଙ୍କ ଘରକୁ ବୋହୁ ହୋଇକି ଯାଇଥାନ୍ତି । ସେମାନଙ୍କ ଘର ପାଇଁ ଅତ୍ୟନ୍ତ ସୌଭାଗ୍ୟବତୀ ହୋଇଥାନ୍ତି । ବିବାହ ପରେ ଏହି ଝିଅ ମାନଙ୍କଙ୍କର ସ୍ଵାମୀର ଭାଗ୍ୟରେ ବହୁତ ପରିବର୍ତ୍ତନ ହୋଇଥାଏ । ସ୍ଵାମୀଙ୍କ ଆର୍ଥିକ ସ୍ଥିତି ମଜଭୁତ ରହିଥାଏ । ଏହି ଝିଅ ମାନେ ଧନକୁ ଠିକ ଭାବେ ସଞ୍ଚିତ କରି ରଖିବା ଓ ତାହାକୁ ଠିକ କାର୍ଯ୍ୟରେ ବିନିଯୋଗ କରିବାର କଳା ବହୁତ ଭଲ ଭାବେ ଜାଣିଥାନ୍ତି।

ଏହି ଝିଅ ମାନେ ବିବାହ କରିବା ପରେ ତାଙ୍କର ବୈବାହିକ ଜୀବନ ବହୁତ ସୁଖମୟ ହୋଇଥାଏ । ଉଚ୍ଚ କପାଳ ଥିବା ଝିଅ ମାନେ ନିଜ ପାଇଁ ଯେତିକି ଲକି ହୋଇଥାନ୍ତି । ଏମାନଙ୍କ ସହ ଯାହା ଯୋଡି ହୋଇଥିବା ଲୋକଙ୍କର ଭାଗ୍ୟ ମଧ୍ୟ ଭଲ ରହିଥାଏ ।

ଉଚ୍ଚ କପାଳ ଥିବା ଝିଅ ମାନେ କେବଳ ନୁହନ୍ତି ବଂର ଉଚ୍ଚ କପାଳ ଥିବା ପୁରୁଷ ମାନେ ଭାଗ୍ୟବନ୍ତ ହୋଇଥାନ୍ତି । ଏହି ଲୋକ ମାନଙ୍କ ଠାରେ ଧର୍ଯ୍ୟ ଓ ସହନଶୀଳତା ଗୁଣ ରହିଥାଏ । ଏମାନେ ପ୍ରତ୍ଯେକଟି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି ଭଲ ଭାବେ କରିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି ।

ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ