ଟିଭି ଇଣ୍ଡଷ୍ଟ୍ରି ବର୍ତ୍ତମାନ ସବୁ କ୍ଷେତ୍ରରେ ବଲୀଉଡକୁ ବି ଟକ୍କର ଦେବା ଆରମ୍ଭ କରି ଦେଇଛି । ଆଜି ଟିଭି ଇଣ୍ଡଷ୍ଟ୍ରିର କେବଳ ବଜେଟ ବଢୁ ନାହିଁ ତାହା ସହିତ କଳାକାରମାନଙ୍କର ଫିସ ବି ବଲୀଉଡ କଳାକାରମାନଙ୍କର ଫିସ ସହ ସମାନ ହୋଇ ଯାଇଛି । କହିବାକୁ ଗଲେ ଟିଭି ଦୁନିଆର ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଗୋଟିଏ ଏପିସୋଡ ପାଇଁ ଅନ୍ୟ କଳାକାରମାନଙ୍କ ଅପେକ୍ଷା ସବୁଠୁ ଅଧିକ ଟଙ୍କା ନେଇଥାନ୍ତି । ଆଜି ଆମେ ଆପଣଙ୍କୁ ସବୁଠୁ ଅଧିକ ଫିସ ନେଉଥିବା ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଅଭିନେତାଙ୍କ ବିଷୟରେ କହିବୁ ।
ଗୌରବ ଚୋପଡା
ଉତ୍ତରନ ଓ ବିଗ ବସରୁ ପ୍ରସିଦ୍ଧ ହୋଇଥିବା ଗୌରବ ଚୋପଡା ହଲିଉଡରେ ବି କାମ କରିଛନ୍ତି । ସେ ହଲିଉଡ ଫିଲ୍ମ ଥର ଓ ଆବେଞ୍ଜର୍ସରେ ନିଜର ଆବାଜ ଦେଇଛନ୍ତି । ଏହା ସହିତ ସେ ତାମିଲ ଫିଲ୍ମରେ ବି କାମ କରିସାରିଛନ୍ତି । ଆପଣମାନଙ୍କୁ କହିଦେଉଛୁ କି ଗୌରବ ଚୋପଡା ଗୋଟିଏ ଦିନର ଟିଭି ସିରିୟଲ ଶୁଟିଙ୍ଗ ପାଇଁ ୬୦,୦୦୦ ଟଙ୍କା ନେଇଥାନ୍ତି ।
କରଣ ମେହେରା
ନିଜର ସରଳତା ଓ କ୍ୟୁଟ ଲୁକ ଦ୍ଵାରା ଗୋଟିଏ ଆଦର୍ଶ ପୁଅ, ସ୍ଵାମୀ ଓ ପିତାର ଅଭିନୟ କରିଥିବା କରଣ ମେହେରା ମାତ୍ର ଗୋଟିଏ ସିରିୟଲ ‘ୟେ ରିଶ୍ତା କ୍ୟା କହଲାତା ହୈ’ ରୁ ପପୁଳାର ହୋଇଗଲେ । କହିଦେଉଛୁ କି କରଣ ମେହରାଙ୍କ ଗୋଟିଏ ଏପିସୋଡ ପାଇଁ ପାଖାପାଖି ୮୦ ହଜାର ଟଙ୍କା ନେଇଥାନ୍ତି ।
ଶବ୍ବୀର ଅହଲୁବାଲିୟା
ଶବ୍ବୀର ଅହଲୁବାଲିୟାଙ୍କ ଲୁକର ସମସ୍ତେ ଦିବାନା ଅଟନ୍ତି । ଟିଭି ଦୁନିଆର ବହୁତ ସିରିୟଲରେ କାମ କରିସାରିଥିବା ଶବ୍ବୀର ଅହଲୁବାଲିୟା ‘କୁମ କୁମ ଭାଗ୍ୟ’ ସିରିୟଲ ଦ୍ଵାରା ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଶବ୍ବୀର ଅହଲୁବାଲିୟା ଗୋଟିଏ ଏପିସୋଡ ପାଇଁ ୯୮, ୦୦୦ ଟଙ୍କା ନେଇଥାନ୍ତି ।
ମୋହିତ ରୈନା
ଧାରାବାହିକ ‘ଦେବୋ କେ ଦେବ ମହାଦେବ’ରେ ଭଗବାନ ଶିବଙ୍କ ଅଭିନୟ କରି ଅଭିନେତା ମୋହିତ ମୋହିତ ରୈନାଙ୍କୁ ଆଜି ବି ସେହି କିରଦାର ପାଇଁ ମନେ ପକାଯାଏ । ମୋହିତ ମୋହିତ ରୈନା ଗୋଟିଏ ଏପିଶୋଡ ପାଇଁ ୧ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।
କରଣ ପଟେଲ
ଅଭିନେତା କରଣ ପଟେଲ ଟିଭି ଜଗତର ଟପ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । କରଣଙ୍କୁ ସିରିୟଲ ‘ୟେ ହେ ମହାବ୍ବତେ’ରୁ ଅଧିକ ପପୁଲାରୀଟି ମିଳିଛି । ଏହି ପପୁଲାରୀଟି କାରଣରୁ କରଣ ଗୋଟିଏ ଏପିସୋଡ ପାଇଁ ୧ ଲକ୍ଷ ୨୫ ହଜାର ଟଙ୍କା ନେଇଥାନ୍ତି ।
ନକୁଲ ମେହତା
ନକୁଲ ମେହତା ଟିଭି ଜଗତର ଜଣା ଶୁଣା ଅଭିନେତାମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ସୂଚନା ଅନୁସାରେ ନକୁଲ ମେହତା ଗୋଟିଏ ଏପିସୋଡ ପାଇଁ ୧.୫ ଲକ୍ଷ ଟଙ୍କା ନେଇଥାନ୍ତି ।
ମନୀଷ ପଲ
ଟିଭି ଇଣ୍ଡଷ୍ଟ୍ରିର ଜଣା ଶୁଣା ହୋଷ୍ଟ ମନୀଷ ପଲ ସବୁଠୁ ଅଧିକ ଆୟ କରୁଥିବା ଅଭିନେତାମାନଙ୍କ ମଧ୍ୟରେ ସାମିଲ ଅଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ମନୀଷ ପଲ ଡାନ୍ସ ରିୟାଲିଟି ଶୋ ‘ଝଲକ ଦିଖଲା ଯା’ର ଗୋଟିଏ ସିଜିନକୁ ହୋଷ୍ଟ କରିବା ପାଇଁ ୨ କୋଟି ଟଙ୍କା ଚାର୍ଜ କରିଥିଲେ ।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।