ତୁମେ ମୋତେ ନିଜର କରିନିଅ କୃଷ୍ଣ … ସ୍ୱାମୀ, ଘର ସଂସାର ସବୁକିଛି ତୁମ ପାଇଁ ଛାଡିଦେଇ ଚାଲି ଆସିଲି…

କୃଷ୍ଣ ପ୍ରେମରେ ପଡିଗଲେ ମୁସଲିମ ମହିଳା ! କାହ୍ନା ପାଇଁ ଶବନମରୁ ସାଜିଲେ ମୀରା ! ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଲା ମଧ୍ୟ ଅପାର । ପ୍ରଭୁଙ୍କର ଲୀଳାକୁ କେହି ମଧ୍ୟ ବୁଝି ପାରନ୍ତି ନାହିଁ । ଯେପରି ଦ୍ଵାପର ଯୁଗରେ ରାଧାଙ୍କ ସମେତ ସହସ୍ର ଗୋପବାଲା କୃଷ୍ଣଙ୍କ ପ୍ରେମରେ ଚୁର ହୋଇଯାଇଥିଲେ । ସ୍ଡେମିତି ଏହି କଳିଯୁଗରେ ମଧ୍ୟ ଅନେକ ପ୍ରଭୁ ଶ୍ରୀକୃଷ୍ଣଙ୍କ ଠାରେ ନିଜକୁ ସମର୍ପି ଦେଇଛନ୍ତି । ଏହି ଯେପରି ଜଣେ ମୁସଲିମ ମହିଳା ଏମିତି କୃଷ୍ଣଙ୍କ ପ୍ରେମରେ ବାଇ ହୋଇଯାଇଛନ୍ତି ।

ଯେ ଜଣେ ମୁସଲିମ ନାରୀ ହୋଇ ସୁଦ୍ଧା ଦିନ ରାତି କେବଳ କୃଷ୍ଣ ପ୍ରେମରେ ବାୟା ହୋଇଯାଉଛନ୍ତି । ଏପରିକି ନିଜ ଘର ସଂସାର ଛାଡିକି ଆସି ବୃନ୍ଦାବନରେ ରହୁଛନ୍ତି । ଜଣେ ମୁସଲିମ ମହିଳା ନିଜକୁ ଜଣେ ହିନ୍ଦୁ ଧର୍ମୀଙ୍କ ପରି ମୀରା ବେଶରେ ସଜେଇଛନ୍ତି । କୃଷ୍ଣ ହିଁ ବର୍ତ୍ତମାନ ତାଙ୍କ ପାଇଁ ସବୁକିଛି ସାଜିଛନ୍ତି । ହେଲେ ସବନମଙ୍କର କୃଷ୍ଣ ପ୍ରେମରେ ପଡିବା ପଛରେ ମଧ୍ୟ ଏକ କାହାଣୀ ଲୁଚି କରି ରହିଛି । ଉତ୍ତରପ୍ରଦେଶର ମହିଳା ସବନମ ସବନମଙ୍କ ବାପା ଜଣେ ମୂର୍ତ୍ତି କାରିଗର ।

ସେଥିପାଇଁ ସମସ୍ତ ଦେବାଦେବୀଙ୍କ ପାଇଁ ସବନମଙ୍କ ମନରେ ପିଲା ଦିନରୁ ହିଁ ଆକର୍ଷଣ ଭାବ ରହିଥିଲା । ବିଶେଷ କରି କୃଷ୍ଣଙ୍କ ପ୍ରତି ତାଙ୍କ ମନରେ ଆକର୍ଷଣ ଭାବ ରହିଥିଲା । ଏହାପରେ ପରେ ୨୦୦୦ ମସିହାରେ ସବନମ ଯେତେବେଳେ ବାହାଘର ହୋଇଯାଇଥିଲା । ସେତେବେଳେ ନିଜର ବାଲ ଗୋପାଳଙ୍କୁ ମଧ୍ୟ ସାଥିରେ ନେଇ ତାଙ୍କ ଶାଶୁଘରକୁ ଚାଲି ଯାଇଥିଲେ । ହେଲେ ସବନମଙ୍କର କୃଷ୍ଣ ଭଗବାନଙ୍କ ପ୍ରତି ଥିବା ଭଲ ପାଇବା କିନ୍ତୁ ତାଙ୍କ ଶାଶୁଘର ଲୋକେ ଜମାରୁ ପସନ୍ଦ କରୁଣାଥିଲେ ।

ଖାସ୍ କରି ସବନମଙ୍କ ସ୍ଵାମୀ ସବନମଙ୍କୁ ଏଥିପାଇଁ ବହୁ ବାର ନିର୍ଯାତନା ମଧ୍ୟ ଦେଉଥିଲେ । ଏହି ସବୁ କାରଣରୁ ୨୦୦୫ ମସିହାରେ ସବନମଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା । ତାହାପରେ ସବନମ ନିଜ ଘରକୁ ଫେରି ଆସି ଗୋଟେ ଜାଗାରେ ଚାକିରୀ ମଧ୍ୟ କରୁଥିଲେ । ହେଲେ ଏହି ସବୁ କାମରୁ ତାଙ୍କୁ କୌଣସି ପ୍ରକାର ଶାନ୍ତି ମିଳିପାରୁନଥିଲା ।

ଯାହା ପରେ ସବନମ ସବୁକିଛି ଛାଡି ନିଜର ଗୋପାଳଙ୍କୁ ନେଇ ସବୁଦିନ ପାଇଁ ବୃନ୍ଦାବନ ଚାଲି ଆସିଥିଲେ ।