“ଛୁଆଙ୍କୁ ଏମିତି ଡରେଇଲେ ହେବ ନାହିଁ । ତାଙ୍କୁ ବୁଝେଇ ସୁଝେଇ ଗେହ୍ଲା କରି କହିଲେ ସିନା ହେବ । ତୁମ କଥା ମାନିବେ ଆଉ ପାଠ ପଢିବେ ।” ଏବେ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି କୁନି ପିଲାଟିର ଏହି ଭିଡିଓ । ପିଲାର କୁନୁ ପାଟିରେ ଥଙ୍ଗେଇ ହୋଇ କହୁଥିବା କଥାକୁ ସମସ୍ତେ ବେଶ ପସନ୍ଦ କରୁଛନ୍ତି । ଏହି କୁନି ପିଲାଟିର କି ବିଚକ୍ଷଣ ବୁଦ୍ଧି ଦେଖିଲେ ତ ।
ଯେଉଁ କଥାକୁ ବଡ ଲୋକମାନେ କୁହନ୍ତି ସେଇ କଥାକୁ ଯଦି କୁନି ପିଲାଟି ତା’ ପାଟିରେ ଏମିତି ଥଙ୍ଗେଇ ଥଙ୍ଗେଇ କୁହେ ତାହା ଶୁଣିବାକୁ ନିଶ୍ଚୟ ଭଲ ଲାଗିବ । କିନ୍ତୁ ହସି ହସି ଆପଣଙ୍କ ପେଟ ବି ଦରଜ ହୋଇଯିବ । ଏହି ଭିଡିଓଟିରେ ଦେଖିବାକୁ ମିଳୁଛି କି ପିଲାଟି ପାଠ ପଢିବାକୁ ଅରାଜି ହେଉଛି । ଆଉ ତାଙ୍କ ମାଆ ତାଙ୍କୁ କହୁଛନ୍ତି, ‘ତୁ ପଢିବୁନି ତ ?’ ଆଉ ପିଲାଟି ବୋଧ ହୁଏ ଅନୁଭବ କରୁଛି ଯଦି ସେ ଭଲରେ ଭଲରେ ପାଠ ନପଢେ ତେବେ ତେବେ ତା’ ମାଆ ତାକୁ ମାଡ ମାରିବ ।
ତେଣୁ ସେ ଏମିତି କିଛି କହୁଛି ଯାହା ଶୁଣିବା ପରେ ତା’ ମାଆ ତାକୁ ପାଟି କରିବା ବା ମାଡ ମାରିବା ବଦଳରେ ହସି ହସି ବେଦମ ହୋଇ ଯାଉଛନ୍ତି । ପିଲାଟି ଗୁଳୁଗୁଲିଆ ସ୍ଵରରେ କହୁଛି, ‘ତୁ ଏମିତି ରାଗିକି କହିଲେ ହେବନି । ବୁଝେଇ ସୁଝେଇ ଗେହ୍ଲା କରି କହିଲେ ସିନା ଛୁଆ ପଢିବ ।’ ତେବେ ଏହି ଭିଡିଓଟି କେଉଁଠିକାର ଓ କେବେକାର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ ।
କିନ୍ତୁ ସୋସିଆଲ ମିଡିଆରେ ଏହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ନେଟିଜେନ ମାନେ ଏହି ଭିଡିଓଟିକୁ ଖୁବ ପସନ୍ଦ କରୁଛନ୍ତି । ଆଜିକାଲିର ସ୍ମାର୍ଟ ଫୋନ ଯୁଗରେ ଛୋଟ ପିଲାମାନେ ଖୁବ ସ୍ମାର୍ଟ ହୋଇଗଲେଣି । ଯେଉଁ ବୟସରେ ଆମେ ଠିକରେ କଥା କହି ଜାଣୁ ନଥିଲୁ ସେହି ବୟସରେ କୁନି କୁନି ହାତରେ ସେମାନେ ସ୍ମାର୍ଟ ଫୋନ, ଟିଭି, କମ୍ପ୍ୟୁଟର ସବୁ ଅପରେଟ କରି ଦେଇ ପାରୁଛନ୍ତି ।
ଆଉ ସେମାନଙ୍କ ବୁଦ୍ଧି ବି ସେତେ ତୀକ୍ଷ୍ମ । ମାଡରୁ ବଞ୍ଚିବା ପାଇଁ ଏମିତି କଥା କହି ପିଲାଟି ତା’ ମାଆକୁ କେମିତି ହସେଇ ଦେଉଛି ଦେଖୁନାହାନ୍ତି । ତେବେ ଆପଣଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।