ରାଗ ରଖି ମଣିଷ ଯେ କେତେ ନୀଚ କାମ କରିବାକୁ ପଛାଏ ନାହିଁ ତା’ର ଆଉ ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ନିଜେ ଝାଡା କରି ଟ୍ରେନ ସିଟ୍ ରେ ବୋଳି ପକାନ୍ତି । ଆଉ ନୋଟ୍ ରେ ଆରପିଏଫ କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରନ୍ତି । ରାଗରେ ଟ୍ରେନର ସବୁ ସିଟ୍ ରେ ଝାଡା ବୋଳି ପକାଇଛନ୍ତି । ଗୋବର ଲିପିଲା ଭଳି ଟ୍ରେନ ସିଟ୍ ଗୁଡିକୁ ବିଷ୍ଠାରେ ଲିପି ଦେଇଛନ୍ତି ଆଉ ଟ୍ରେନର କାନ୍ଥିକୁ ମଧ୍ୟ ବିଷ୍ଠାରେ ଛିଟା ମାରିଛନ୍ତି ।
ତେବେ ଗୋଟିଏ କି ଦୁଇଟି ନୁହେଁ ବରଂ ଟ୍ରେନ ର ପ୍ରତିଟି ବଗିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଟ୍ରେନ ର ଏଭଳି ଅବସ୍ଥା ଦେଖି ଯାତ୍ରୀମାନେ ଆରପିଏଫ ପାଖରେ ଯାଇ ଅଭିଯୋଗ କରିଥିଲେ । କିଛି 10 0 20 ଟଙ୍କିଆ ନୋଟ ମଧ୍ୟ ମିଳିଥିଲା ଯେଉଁଥିରେ ଅଭଦ୍ର ଭାଷା ଲେଖା ଯାଇ ଆରପିଏଫ କୁ ଗାଳି ଦିଆଯାଇଛି । ଏମିତି ସବୁ କାଣ୍ଡ ଭିଆଇଥିବା ଯୁବକଙ୍କୁ ଧରିଛି ରେଳବାଇ ପୋଲିସ । ବ୍ୟକ୍ତିଜଣକ ନିଜ ବିଷ୍ଠାକୁ ଟ୍ରେନରେ ବୋଳିବା ସହ ନୋଟରେ ଅଭଦ୍ର ଭାଷା ଲେଖି ଗାଳି ଦେଇଛନ୍ତି ।
ଏହି ଯୁବକଜଣକ ହେଉଛନ୍ତି ଗଞ୍ଜାମ ଅଞ୍ଚଳର ପୁରୁଷୋତ୍ତମ ନାୟକ । ଏନେଇ ନିଜେ ମଧ୍ୟ ସ୍ଵୀକାର କରିଛନ୍ତି ପୁରୁଷୋତ୍ତମ । ନୋଟରେ ଅଭଦ୍ର ଭାଷାରେ ଗାଳି କରିବା ସହ ଟ୍ରେନରେ ହଗିକି ବୋଳିଦିଏ ବୋଳି କହିଛନ୍ତି ପୁରୁଷୋତ୍ତମ । ରାଗିଯାଇ ଦୁଇ ମାସ ହେବ ଏମିତି କରି ଆସୁଥିବା ସେ କହିଛନ୍ତି । ରାଗରେ, ଭୁଲରେ, ମୁଣ୍ଡ କାମ କରୁନି ବୋଳି ଏମିତି କରିଛି ବୋଲି ନାନା ପ୍ରକାରର ବାହାନା ମାରୁଛନ୍ତି ପୁରୁଷୋତ୍ତମ ।
ତେବେ କନ୍ନଡ ଫିଲ୍ମ “ଜେମ୍ସ” ଦେଖି ଏଭଳି କରିଥିବା ସେ କହିଛନ୍ତି । ଟ୍ରେନ କର୍ମଚାରୀ ଓ ଯାତ୍ରୀଙ୍କ ଉପରେ ରାଗ ଆସିବାରୁ ସେ ଟ୍ରେନ ସାରା ଏଭଳି କରୁଥିଲେ । ଏମିତି କରିବାକୁ ତାଙ୍କୁ ଭଲ ଲାଗୁଥିଲା ଓ ସେ ଏଥିରୁ ବେଶ ଖୁସି ପାଉଥିଲେ । ଫିଲ୍ମଟି ଦେଖିକି ତାଙ୍କ ମୁଣ୍ଡ କୁଆଡେ କାମ କଲାନି ଆଉ ସେ ଏମିତି କରିଚାଲିଲେ । ଟ୍ରେନର ଏଭଳି ଅବସ୍ଥା ଦେଖି ରେଳବାଇ ପୋଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ ପାଲଟିଥିଲା ।
ଭୁବନେଶ୍ବର, ପୁରୀ ଓ ବିଶାଖାପାଟନମ ର ରେଳବାଇ ପୋଲିସ ତାଙ୍କୁ ଖୋଜି ବୁଲୁଥିଲା । ଶେଷରେ ସିସିଟିଭିରେ ଦେଖି ରେଳବାଇ ପୋଲିସ ତାଙ୍କୁ ବହୁ କଷ୍ଟରେ କାବୁ କରିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।