ଋଷର ଏକ ଯୁଦ୍ଧ ଟ୍ୟାଙ୍କରକୁ ଟାଣି ନେଇଗଲା ୟୁକ୍ରେନର ଟ୍ରାକ୍ଟର । ଆଉ ଟ୍ୟାଙ୍କରକୁ ଅଟକାଇବା ପାଇଁ ତା’ ପଛରେ ଦୌଡୁଛନ୍ତି ଋଷିଆ ସୈନ୍ୟ । ହେଲେ ୟୁକ୍ରେନ ବାସୀ କିଛି ନଶୁଣି ଟ୍ରାକ୍ଟରରେ ଋଷିଆ ଟ୍ୟାଙ୍କରକୁ ଟାଣିନେଇ ପଳାଉଛନ୍ତି । ଆଉ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଯାହାକୁ ଦେଖି ୟୁଜର୍ସମାନେ ହସିବା ଇମୋଜି ଦେଉଛନ୍ତି । ବର୍ତ୍ତମାନ ସମୟରେ ଋଷିଆର ଅନେକ ସୈନ୍ୟ ଏବେ ୟୁକ୍ରେନରେ ପ୍ରବେଶ କରି ସାରିଛନ୍ତି ।

ଏମିତିକି ରାଜଧାନୀ କିଭରେ ମଧ୍ୟ ପ୍ରବେଶ କରିବା ସହ କିଭ ଅକ୍ତିଆର କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ସକାଳୁ ରାତି ପର୍ଯ୍ୟନ୍ତ ୟୁକ୍ରେନ ଆକାଶରେ ବୋମା ବର୍ଷଣ ଚାଲିଛି । ଘରୁ ବାହାରିବା ମାତ୍ରେ ମୁଣ୍ଡ ଉପରେ ବୁଲୁଛି ମୃତ୍ୟୁର ଦୂତ । ଏସବୁ ସତେ ଡରୁ ନାହାନ୍ତି ୟୁକ୍ରେନ ବାସୀ । ସାହସର ସହ ସେମାନେ ମଧ୍ୟ ୟୁକ୍ରେନ ସହ ଲଢେଇ କରୁଛନ୍ତି । ଆଉ ଲଢେଇ କରୁ କରୁ ଶତ୍ରୁର ଟ୍ୟାଙ୍କରକୁ କିପରି ନେଇ ଯାଉଛନ୍ତି ଆପଣ ବି ଦେଖି ପାରୁଥିବେ ।
ଦେଖୁଛନ୍ତି ତ କିପରି ଗୋଟିଏ ଟ୍ରାକ୍ଟରରେ ଟ୍ୟାଙ୍କରକୁ ନେଇ ପଳାଉଛନ୍ତି ୟୁକ୍ରେନବାସୀ । ୟୁକ୍ରେନର ଅର୍ଟିଆରେ ରାଜଦୂତ ଆଲେକଜାଣ୍ଡାର ସେରବା ନିଜ ଟ୍ବିଟରଆକାଉଣ୍ଟରେ ଏହି ଭିଡିଓକୁ ଶେୟାର କରିଛନ୍ତି । ଏହି ଭିଡିଓରେ ୟୁକ୍ରେନର ଜଣେ ଚାଷୀ ଋଷର ଗୋଟିଏ ଯୁଦ୍ଧ ଟ୍ୟାଙ୍କରକୁ ଚୋରୀ କରି ନେଉଥିବାର ଦେଖିବାକୁ ମିଳୁଛି ।
ଭିଡିଓରେ ୟୁକ୍ରେନର ଏହି ଚାଷୀ ଜଣକ ରାସ୍ତାରେ ଠିଆ ହୋଇଥିବା ଋଷର ଏକ ଟ୍ୟାଙ୍କରକୁ ଟାଣି ନେବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜଣେ ବ୍ୟକ୍ତି ଟ୍ରାକ୍ଟର ପଛରେ ଦୌଡୁଥିବା ବି ଦେଖିବାକୁ ମିଳୁଛି । ଭିଡିଓର କ୍ୟାପସନରେ ଲେଖାଯାଇଛି, “ଯଦି ଏହା ସହ ତେବେ ଏହା ପ୍ରଥମ ଟ୍ୟାଙ୍କର ଯାହାକୁ ଜଣେ ଚାଷୀ ଚୋରୀ କରି ନେଉଛନ୍ତି ।” ସୋସିଆଲ ମିଡିଆରେ ଏହି ଘଟଣାର ଦୃଶ୍ୟ ଶେୟାର ହେବା ପରେ ଅନେକ ୟୁଜର୍ସ ଏହାକୁ ରିଟ୍ବିଟ କରୁଛନ୍ତି ।

ୟୁକ୍ରେନ ବାସୀଙ୍କ ଏହିଭଳି କାମ ପାଇଁ ସାରା ବିଶ୍ବରେ ଏବେ ଚର୍ଚ୍ଚା ଚାଲିଛି । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୁରି ବୁଲୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।