ଦେଖନ୍ତୁ ଭାଇରାଲ Video: ଅଚାନକ ରାସ୍ତା ମଝିରେ ଯୁବକକୁ ଗାଡିରୁ ଘୋ-ଷା-ଡ଼ି ଆଣି ଝିଅଟି ମା-ରି ଚାଲିଲା ଚାପୁଡା ପରେ ଚାପୁଡା, ଯାହା ଏବେ ହେଉଛି ନିଆଁ ପରି ଭାଇରାଲ

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ତେଜରେ ଭାଇରାଲ ହେଉଛି | ଯେଉଁତିରେ ଜଣେ ଯୁବତୀ ସମସ୍ତ ଲୋକଙ୍କ ଗହଳରେ ମଝି ରାସ୍ତାରେ ଜଣେ ଯୁବକଙ୍କୁ ଥାପଡ ଉପରେ ଥାପଡ ମାରି ଚାଲିଛନ୍ତି |

ଏହି ଭିଡିଓଟି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର କୃଷ୍ଣାନଗର କୋତବାଲି କ୍ଷେତ୍ରର ଅଟେ | ଏଠାରେ ଶନିବାର ରାତିରେ ଗାଡିରୁ ସାମାନ୍ଯ ଧକ୍କା ଲାଗିବା ପରେ ଜଣେ ଯୁବତୀ ମଝି ରାସ୍ତାରେ ଡ୍ରାଇଭରଙ୍କ ଶାର୍ଟ କଲର ଧରି ଗାଡି ଭିତରୁ ଘୋଷାଡ଼ି ଆଣିଥିଲେ ଓ ତାଙ୍କୁ ଅଗଣିତ ଥାପଡ ମାରିବାରେ ଲାଗିଥିଲେ | ଏହା ଦ୍ଵାରା ମଝି ରାସ୍ତାରେ ଅସଂଖ୍ଯ ଭିଡ ଜମି ଯାଇଥିଲା | ସେହି ସମୟରେ ସେହି ଛକରେ ନିୟୋଜିତ ପୋଲିସ କର୍ମୀ ମଧ୍ୟ ଯୁବତୀଙ୍କ ତେୱର ଦେଖି ସେଟାକୁ ଆସିବାକୁ ସାହସ କରି ପାରି ନ ଥିଲେ |

ପୋଲିସ ସୂଚନା ଅନୁଯାୟୀ କାର ରେ ଯାଉଥିବା ଯୁବକ ଜଣଙ୍କ ଝିଅକୁ ଧକ୍କା ଦେଇଥିଲେ | ଏହି ଘଟଣାରେ ଉତ୍ତ୍ୟକ୍ତ ହୋଇ ଯାଇଥିଲେ ଯୁବତୀ | ସେଥିପାଇଁ ସେ ଆରୋପି ଡ୍ରାଇଭରଙ୍କୁ ଗାଡିରୁ ତାଙ୍କ କଲର ଧରି ଘୋଷାଡ଼ି ଆଣି ଖୁବ ପିଟିଥିଲେ | ତାଙ୍କୁ ବଞ୍ଚାଇବା ପାଇଁ ଆସିଥିବା ତାଙ୍କ ସାଥୀଙ୍କୁ ମଧ୍ୟ ଖୁବ ଯୁବତୀଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା | କେହି ବୁଝି ପାରିବା ଆଗରୁ ଯୁବତୀ ଜଣଙ୍କ ଯୁବକଙ୍କ ଉପରେ ଥାପଡ ବର୍ଷା କରି ଦେଇଥିଲେ |

ଏପରିକି ଉକ୍ତ ଯୁବକଙ୍କ ମୋବାଇଲ ଫୋନ ମଧ୍ୟ ଭାଙ୍ଗି ଦେଇଥିଲେ ଉତ୍ତ୍ୟକ୍ତ ଯୁବତୀ | ଯୁବକ ଜଣକ ଯେତେ ସାହାଯ୍ୟ ପାଇଁ ଲୋକଙ୍କୁ କହିଥିଲେ ମଧ୍ୟ କେହି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସି ନ ଥିଲେ | କେହି ମହିଳା ପୋଲିସଙ୍କୁ ଡାକ ବୋଲି ମଧ୍ୟ ଯୁବକ ଜଣକ ବାରମ୍ବାର କହୁଥିଲେ | ତେବେ ଏତେ ମାଡ ଖାଇବା ପରେ ମଧ୍ୟ ସେହି ଯୁବକ ଯୁବତୀଙ୍କୁ ହାତ ଉଠାଇ ନ ଥିଲେ | ଯୁବତୀ ଜଣକ ଯୁବକଙ୍କୁ ଏହିପରି ମାଡ ମାରୁଥିବାର ଦେଖି ଅଳ୍ପ ଦୂରରେ ଠିଆ ହୋଇଥିବା ଟ୍ରାଫିକ ସିପାହୀ ଆସି ସେଠାରେ ପହଞ୍ଚି ଥିଲେ |

କିନ୍ତୁ ସେ ସେଠାରେ ତାଙ୍କୁ ବଞ୍ଚିଇବା ବଦଳରେ ନିଜେ ତାମଶା ବନି ଯାଇଥିଲେ | ପୋଲିସ ସେହି ଯୁବତୀ ଓ ମାଡ ଖାଉଥିବା ଯୁବକଙ୍କୁ କୋତବାଲି ଆଣିଥିଲା | ଏହାପରେ ଯୁବକ ମାନଙ୍କୁ ସେମାନଙ୍କ ଜଗତ ନାରାୟଣ ରୋଡସ୍ଥିତ ଘରୁ ଉଠାଇ ଥାନାକୁ ଆଣିଥିଲା |

ଯୁବତୀ ଜଣକ ସେମାନଙ୍କ ନାମରେ ଅଭିଯୋଗ ଆଣିବା ପରେ ପିଲିସ ସେ ଯୁବକ ମାନଙ୍କୁ ଧାରା ୧୫୧ ରେ କୋର୍ଟ ଚାଲାଣ କରି ଦେଇଛି | ସେହି ଯୁବକଙ୍କ ନାମ ହେଉଛି ଶାହାଦତ ଅଲ୍ଲୀ, ଇନାୟତ ଅଲ୍ଲୀ ଓ ଦାଉଦ ଅଲ୍ଲୀ ବୋଲି ପୋଲିସ ସୂଚନା ଦେଇଛି | ସେହି ତିନି ଜଣଙ୍କୁ ପୋଲିସ ଶାନ୍ତି ଭଙ୍ଗ ମାମଲାରେ ଚାଲାଣ କରିଛି ଏହି ଘଟଣା ଏବେ ସେହି ଇଲାକାରେ ଚର୍ଚ୍ଚାର ବିଷୟ ହୋଇଛି |

ଏହା ସହ ସମସ୍ତ ସୋସିଆଲ ମିଡିଆରେ ମଧ୍ୟ ଏହି ଘଟଣାର ଭିଡିଓ ତୀବ୍ର ଗତିରେ ଭାଇରାଲ ହେଉଛି | ନାରୀ ସଶକ୍ତିକରଣ ନାମରେ ଆଜିର କିଛି ମହିଳା ଏପରି ଅପମାନଜନକ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି ବୋଲି ସମସ୍ତେ ଚର୍ଚ୍ଚା କରୁଛନ୍ତି | ଆପଣଙ୍କୁ ଏହି ମାମଲାରେ କଣ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରନ୍ତୁ |