କ୍ରିକେଟ ଓ ଫୁଟବଲ ଠାରୁ ନେଇ ବାସ୍କେଟ ବଲ, ବ୍ୟାଡମିଣ୍ଟନ ଓ ହକି ଖେଳାଳିମାନେ ପଡିଆରେ ଯେତିକି ଧମାଲ ମଚାନ୍ତି ପଡିଆ ବାହାରେ ମଧ୍ୟ ତାଙ୍କୁ ନେଇ ସେତିକି ଚର୍ଚ୍ଚା ଚାଲେ । ଖେଳାଳିଙ୍କ ବ୍ୟକ୍ତିଗତ ଜୀବନ ଠାରୁ ନେଇ ଆୟ ପର୍ଯ୍ୟନ୍ତ ସବୁକୁ ନେଇ ଖବର ପ୍ରକାଶ ପାଏ । ଏବେ ନିକଟରେ ପ୍ରକାଶିତ ହୋଇଥିବା ଟପ୍ 100 ଅଧିକ ଆୟ କରୁଥିବା ଖେଳାଳିଙ୍କ ତାଲିକାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ତେବେ ଲୋକପ୍ରିୟ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ନାଁ ଏହି ତାଲିକାରେ ଥିବାବେଳେ ଫୁଟବଲ ଖେଳାଳି ଲିଓନେଲ ମେସି ଓ ରୋନାଲଡୋ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । କୋହଲୀ ଏହି ଲିଷ୍ଟରେ 61 ସ୍ଥାନରେ ଥିବାବେଳେ ମେସି ଦ୍ଵିତୀୟ ଓ ରୋନାଲଡୋ ତୃତୀୟ ସ୍ଥାନରେ ଅଛନ୍ତି । ତେବେ ଏହି ଲିଷ୍ଟର ପ୍ରଥମ ସ୍ଥାନରେ ରହିଛନ୍ତି ଜଣେ ବାସ୍କେଟ ବଲ ଖେଳାଳି, ଯାହାଙ୍କ ରୋଜଗାର ମେସି ଓ ରୋନାଲଡୋଙ୍କ ଠାରୁ ମଧ୍ୟ ଅଧିକ ରହିଛି । ତେବେ ଏହି ଲିଷ୍ଟରେ ପ୍ରଥମେ ଥିବା ବାସ୍କେଟ ବଲ ଆଇକନଙ୍କ ନାଁ ହେଉଛି ଲେବରନ ଜେମ୍ସ ।
ଲେବରନଙ୍କ ବାର୍ଷିକ ରୋଜଗାର 126.9 ମିଲିୟନ ଡଲାର । ଲେବରନଙ୍କ ରୋଜଗାରର ଏକ ବଡ ଭାଗ ନାଇକ, ପେପ୍ସିକୋ, ୱାଲମାର୍ଟ ଭଳି ବ୍ରାଣ୍ଡରୁ ଆସିଥାଏ । ଯାହାକି ତାଙ୍କ ଆୟର ପ୍ରମୁଖ ଭାଗ ବୋଲି କୁହାଯାଉଛି । ତେବେ ଟପ୍ 100 ଅଧିକ ରୋଜଗାର କରୁଥିବା ଖେଳାଳିଙ୍କ ତାଲିକାରେ ମାତ୍ର ଜଣେ କ୍ରିକେଟର ବିରାଟ କୋହଲି ସ୍ଥାନ ପାଇଛନ୍ତି । କୋହଲିଙ୍କ ବାର୍ଷିକ ରୋଜଷାଗାର 33.9 ମିଲିୟନ ଡଲାର ହୋଇଥିବା ବେଳେ ଏହି ଲିଷ୍ଟରେ କୋହଲିଙ୍କ ବ୍ଯତୀତ ଅନ୍ୟ କୌଣସି କ୍ରିକେଟରଙ୍କୁ ଦେଖିବାକୁ ମିଳିନାହିଁ ।
ସେହିଭଳି ଫୁଟବଲ ଦୁନିଆର ଦୁଇ ଲୋକପ୍ରିୟ ଚେହେରା କ୍ରିଷ୍ଟିଆନୋ ରୋନାଲଡୋ ଓ ଲିଓନେଲ ମେସି । ଦୁନିଆର ସବୁଠୁ ଅଧିକ ଆୟ କରୁଥିବା ଖେଳାଳିଙ୍କ ତାଲିକାରେ ଏହି ଦୁଇଜଣ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । ମେସିଙ୍କ ବାର୍ଷିକ ରୋଜଗାର 122 ମିଲିୟନ ଡଲାର ହୋଇଥିବା ବେଳେ ରୋନାଲଡୋ ବର୍ଷକୁ 115 ମିଲିୟନ ଡଲାର ରୋଜଗାର କରନ୍ତି । ଫୁଟବଲ ଜଗତର ଅନ୍ଯତମ ଚର୍ଚ୍ଚିତ ଚେହେରା ବ୍ରାଜିଲ ଖେଳାଳି ନେମାର ମଧ୍ୟ ଏହି ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି ।
ନେମାରଙ୍କ ବାର୍ଷିକ ଆୟ 103 ମିଲିୟନ ଡଲାର । ଚଳିତ ବର୍ଷ ସବୁଠୁ ଅଧିକ ଆୟ କରୁଥିବା ମହିଳା ଖେଳାଳିଙ୍କ ତାଲିକାରେ ଟେନିସ ତାରକା ନାଓମି ଓସାକା । ସଂପୂର୍ଣ୍ଣ ଲିଷ୍ଟରେ ନାଓମି 29ତମ ସ୍ଥାନରେ ଥିବାବେଳେ ମହିଳାଙ୍କ ଲିଷ୍ଟରେ ନମ୍ବର ୱାନରେ ଅଛନ୍ତି । ସେହିପରି ଟେନିସ ଖେଳାଳି ରୋଜର ଫେଡେରର ଲିଷ୍ଟର ଅଷ୍ଟମ ସ୍ଥାନରେ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।