ଦର୍ଶକବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ତିରୁପତି ବାଲାଜି ମନ୍ଦିରରେ ବିରାଜମାନ ଥିବା ଭଗବାନ ଭେଙ୍କେଟେଶ୍ଵରଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଆଗରୁ କେହି ଶୁଣି ନ ଥିବେ । ପ୍ରଭୁ ଭେଙ୍କେଟେଶ୍ଵରଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ନାହି ବରଂ ଭଗବାନ ବାଲିଜିଙ୍କର ମୂର୍ତ୍ତି ସ୍ଵୟଂ ପ୍ରକଟ ହୋଇଥିଲା । ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶର ଚିତୋର ଜିଲ୍ଲାରେ ଥିବା ବାଲାଜି ମନ୍ଦିର ସବୁଠାରୁ ପ୍ରସିଦ୍ଧ ମନ୍ଦିର ଅଟେ । ଏହି ମନ୍ଦିରର ଇତିହାସ ୫ ଶତାଦ୍ଦୀରୁ ଆରମ୍ଭ ହୋଇଛି । ତାଙ୍କ ଚେହେରାରେ ଦାଗ ରହିଥିବାରୁ ଔଷଧ ଭାବେ ଚନ୍ଦନ ଲଗାଯାଏ ।

ଭଗବାନ ବାଲାଜିଙ୍କର ମୂର୍ତ୍ତିରେ ଅସଲି ରେଶମୀ କେଶ ରହିଛି । ଏହାର ବିଶେଶ୍ଵତ ହେଉଛି କେଶରେ କେବେ ବି ଜଟ ହୁଏ ନାହି ଏହା ସବୁବେଳେ ସଫା ଦେଖାଯାଏ । ଏହି ମନ୍ଦିରରେ କେଶ ଦାନ କରିବା ଏକ ପ୍ରସିଦ୍ଧ ପରମ୍ପରା ରହିଛି ।
ଯେଉଁ ମାନଙ୍କର ମନସ୍କାମନା ପୂରଣ ହୋଇଥାଏ ସେମାନେ କେଶ ଦାନ କରିଥାନ୍ତି ଯାହାର ଅର୍ଥ ହେଉଛି ସେମାନେ ନିଜର ଗର୍ବ ଓ ଅହଂକାରକୁ ଭଗବାନଙ୍କ ପଦ ତଳେ ସମର୍ପଣ କରିବା । ପ୍ରାୟ ୨୦ ହଜାର ଲୋକ ଏଠାରେ କେଶ ଦାନ କରନ୍ତି । ମନ୍ଦିରର ଭିତରେ ଭଲ ଭାବେ ଶୁଣିଲେ ଏଠାରୁ ସମୁଦ୍ରର ଶବ୍ଦ ଆସିଥାଏ । ମନ୍ଦିରରୁ ଅନେକ ଦୂରରେ ରହିଥିବା ଏକ ଗାଁରୁ ଫୁଲଫଳ ଆସି ଭଗବାନଙ୍କ ପାଖରେ ଲଗାଯାଏ ।

କିନ୍ତୁ ସେହି ଗାଁ କେଉଁଠି ଅଛି ଓ ବାହାରର କୌଣସି ବ୍ୟକ୍ତି ସେ ଗାଁକୁ ଯିବା ପାଇଁ ଅନୁମତି ନ ଥାଏ । ଏହି ମନ୍ଦିରରେ ପାର୍ଟି ଗୁରୁବାର ଦିନ ପ୍ରଭୁ ବାଲାଜିଙ୍କର ହଲଦିରେ ସ୍ନାନ କରିବା ପରେ ମା ଲକ୍ଷ୍ମୀଙ୍କର ପ୍ରତିମୂର୍ତ୍ତି ଦେଖାଯାଏ । ଏଠାରେ ବହୁତ ବର୍ଷ ହେବ ଗୋଟେ ଦୀପ ବିନା ଘିଅ ଓ ତେଲରେ ଜଳି ଆସୁଛି । ଏହି ମନ୍ଦିରରେ ଲାଗୁଥିବା ତୁଳସୀ ପତ୍ରକୁ ଶ୍ରଦ୍ଧାଳୁ ମାନଙ୍କ ଭିତରେ ବଣ୍ଟା ନ ଯାଇ ଏହାକୁ ମନ୍ଦିର ପରିସରରେ ଥିବା ଏକ କୂଅରେ ପକାଯାଏ ଯାହା ଆଜି ପର୍ଯ୍ଯନ୍ତ କେହି ଦେଖି ନାହାନ୍ତି ।

ମନ୍ଦିରର ଦକ୍ଷିଣ ପଟ ଦ୍ଵାରରେ ଏକ ବାଡି ରହିଛି ଯାହା ବିଷୟରେ କୁହାଯାଏ ଯେ ପ୍ରଭୁ ବାଲାଜି ପିଲାଦିନେ ସେ ବାଡିରେ ମାଡ ଖାଉଥିଲେ । ସେଥିପାଇଁ ତାଙ୍କ ଓଠରେ ଦାଗ ରହିଛି । ଏହି କାରଣ ପାଇଁ ଶୁକ୍ରବାର ଦିନ ତାଙ୍କ ଦାଗରେ ଚନ୍ଦନ ଲଗାଯାଏ । ତାଙ୍କ ମୂର୍ତ୍ତିକୁ ପ୍ରତିଦିନ ଧୋତି ଓ ଶାଢୀରେ ସଯାଯାଏ କାରଣ ମା ଲକ୍ଷ୍ମୀଙ୍କର ତାଙ୍କ ମୂର୍ତ୍ତିରେ ବାସ ରହିଛି ବୋଲି ମାନ୍ୟତା ରହିଛି ।

ମୂର୍ତ୍ତିରେ ଯେଉଁ ଫୁଲମାଳା ବ୍ୟବହାର କରାଯାଏ ତାକୁ ମୂର୍ତ୍ତିର ପଛ ପଟେ ଫୋପାଡି ଦିଆଯାଏ କାରଣ ଏହାକୁ ଦେଖିବା ପାପ ଓ ଅଶୁଭ ବୋଲି ମାନ୍ୟତା ରହିଛି । ପ୍ରଭୁ ବାଲାଜିଙ୍କର ମୂର୍ତ୍ତି ୧୧୦ ଫୁଟର ଅଟେ । କିନ୍ତୁ ତାଙ୍କର ମୂର୍ତ୍ତି ସଦାବେଳେ ଗରମ ରହୁଥିବାରୁ ସେଠିକାର ପରିବେଶକୁ ଥଣ୍ଡା ରଖାଯାଏ । ଏହି ଭଳି ଭାବେ ଭଗବାନ ବାଲାଜିଙ୍କର ମୂର୍ତ୍ତିର ବିଶେଷତ୍ଵ ରହିଛି । ବନ୍ଧୁଗଣ ଯଦି ଆପଣମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।