ତିରୁପତି ବାଲାଜୀ ମନ୍ଦିରରେ ଘ-ଟି-ଥି-ବା ଏକ ସତ୍ୟ ଏବଂ ଆଶ୍ଚର୍ଯ୍ୟକାରୀ ଘ-ଟ-ଣା ସମ୍ବନ୍ଧରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ୧୯୭୯ ମସିହାରେ ତିରୁପତିରେ ଭୟଙ୍କର ମରୁଡି ପଡିଥିଲା । ଦକ୍ଷିଣ-ପୂର୍ବ ମୌସୁମୀ ଏକଦମ ଅକାମୀ ହୋଇ ଯାଇଥିଲା । ତିରୁପତିରେ ଜଳାପୂର୍ତ୍ତିର ପ୍ରମୁଖ ସ୍ରୋତ ଗୋଗର୍ଭମ ଜଳାଶୟ ସମେତ ଆଖପାଖର ଜଳସ୍ରୋତ ଓ କୂପ ସମୂହ ପ୍ରାୟତଃ ଶୁଖି ଯାଇଥିଲା । ପାଣିପାଗ ବିଭାଗ ସ୍ପଷ୍ଟ କରି ସାରିଥିଲା ବର୍ଷାର କୌଶନୀ ସମ୍ଭାବନା ନାହିଁ ।
ତିରୁପତିରେ ଆଉ ମାତ୍ର ଗୋଟିଏ ମାସ ପାଇଁ ଅଳ୍ପ ପାଣି ବାକି ଥିଲା । ସରକାର ମଧ୍ୟ ହାତ ଟେକି ଦେଇଥିଲେ । ଟ୍ରଷ୍ଟ ସାମନାରେ ମନ୍ଦିରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଦର୍ଶନ ନିଷେଦ୍ଧ କରିବା ଛଡା ଅନ୍ୟ କିଛି ଉପାୟ ନଥିଲା । ଧାର୍ମିକ ସ୍ଥଳରେ ଜଳାଭାବ ଯୋଗୁଁ ଦର୍ଶନ ବନ୍ଦ କରାଯାଉଛି ବୋଲି ଶ୍ରଦ୍ଧାଳୁଙ୍କୁ କିପରି କହିବେ ଟ୍ରଷ୍ଟି ମାନଙ୍କ ଆତ୍ମା ଏହା ଧିକାର କରୁଥିଲା । ଏହାର ଲାଭ ଉଠାଇ ବିଧର୍ମୀ ଓ ନାସ୍ତିକ ମାନେ ଅନେକ ତାଚ୍ଛଲ୍ୟ କରୁଥିଲେ ।
ଖବରକାଗଜରେ ମଧ୍ୟ ଖବର ଆସୁଥିଲା ଯେଉଁ ଭଗବାନ ନିଜ କ୍ଷେତ୍ରରେ ଜଳାପୂର୍ତ୍ତି କରିପାରୁ ନାହିଁ ସେ ନିଜ ଭକ୍ତଙ୍କ ଉପରେ କେମିତି କୃପା କରିବା ? ହଠାତ ଟ୍ରଷ୍ଟି ମାନଙ୍କୁ କିଛି ବୁଦ୍ଧି ଯୁତିବାରୁ ସେମାନେ ବେଦ ଓ ଶାସ୍ତ୍ରର ଧୁରନ୍ଦର ୯୦ ବର୍ଷୀୟ ଶ୍ରୀ ଗଣପତି ଶାସ୍ତ୍ରୀଜି ମହାରାଜଙ୍କୁ ସମ୍ପର୍କ କଲେ । ଶାସ୍ତ୍ରୀଜି ସେମାନଙ୍କୁ ବରୁଣ ଜପ କରିବାକୁ ପରାମର୍ଶ ଦେଲେ । ପୂର୍ଣ୍ଣ ଶ୍ରଦ୍ଧା, ସମର୍ପଣ ଓ ବିଶ୍ବାସରେ ଏହି ଯଜ୍ଞ କଲେ ଯାଇ ଏହା ଫଳୀଭୂତ ହେବ ।
ବରୁଣ ଜପ କରିବାର ନିର୍ଣ୍ଣୟ କରି ଦୂରଦୂରାନ୍ତରୁ ବିଦ୍ଵାନଙ୍କୁ ନିମନ୍ତ୍ରଣ କଲେ । ଜଳାପୂର୍ତ୍ତିକୁ କେବଳ ୧୦ ଦିନ ବାକି ଥିଲା, ସେଥିପାଇଁ ୧ ନଭେମ୍ବରରେ ଜପର ମହୁରତ ଧାର୍ଯ୍ୟ କରାଗଲା । କିନ୍ତୁ କିଛି ନା କିଛି ସମସ୍ଯା ଯୋଗୁଁ ନିମନ୍ତ୍ରିତ ଅନେକ ବିଦ୍ଵାନ ଆସିବା ପାଇଁ ମନା କରିଦେଲେ । ଖବରକାଗଜ ଗୁଡିକରେ ସନାତନ ଧର୍ମ ଓ ତିରୁପତି ବାଲାଜୀଙ୍କ ମଜାକ ଉଡା ଯାଉଥିଲା । ସନାତନ ଧର୍ମକୁ ଅନ୍ଧବିଶ୍ଵାସ ସାବ୍ୟସ୍ତ କରିବାରେ ସତୃମାନେ ଲାଗି ପଡିଥିଲେ ।
ମନ୍ଦିରର ଟ୍ରଷ୍ଟିମାନେ ଓ ସମସ୍ତ ଭକ୍ତ ମିଶି ଭଗବାନଙ୍କୁ ଲୋତକ ଚକ୍ଷୁରେ ପ୍ରାର୍ଥନା କରି ଘରକୁ ଫେରିଗଲେ ଓ ଘରକୁ ଯାଇ ମଧ୍ୟ ଚିନ୍ତିତ ହୋଇ କ୍ରନ୍ଦନ କରି ସମସ୍ତେ ପ୍ରାର୍ଥନା କରିଥିଲେ । ରାତି ପ୍ରାୟ ୧ଟା ସମୟରେ ତିରୁପତି ମନ୍ଦିରର ବଡ ଘଣ୍ଟାନାଥ ଏତେ ଜୋରରେ ବାଜି ଉଠିଲେ ଯେ ସମଗ୍ର ତିରୁପତି କ୍ଷେତ୍ର ଜାଗି ଉଠିଥିଲା । ମନ୍ଦିର ସଂପୂର୍ଣ୍ଣ ବନ୍ଦ ଥାଇ ମଧ୍ୟ ଏହି ଶବ୍ଦ କିପରି ହେଉଛି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ ।
କିନ୍ତୁ ମନ୍ଦିରର ଅଧ୍ୟକ୍ଷ ଶ୍ରୀ ପ୍ରସାଦଙ୍କ ଚକ୍ଷୁରେ ଲୋତକ ଥିଲା । ସେ ବୁଝି ସାରିଥିଲେ କି ପ୍ରଭୁ କହୁଛନ୍ତି ବ୍ୟସ୍ତ ହୁଅନାହିଁ, ମୁଁ ତୁମ ସାଙ୍ଗରେ ଅଛି । ପରଦିନ ବରୁଣ ଜପ ପାଇଁ ସ୍ଥିତି ଅନୁକୂଳ ହେବା ଆରମ୍ଭ ହୋଇ ଯାଇଥିଲା । ଅଦ୍ଭୁତ ଭାବେ ମନା କରି ଦେଇଥିବା ବିଦ୍ଵାନମାନେ ଆସିବାକୁ ରାଜି ହୋଇଥିଲେ ଓ ୮ ନଭେମ୍ବରରେ ପୁନଃ ମହୁରତ ଧାର୍ଯ୍ୟ କରାଯାଇ ସଂପୂର୍ଣ୍ଣ ଶ୍ରଦ୍ଧା ଓ ଶକ୍ତିର ସହ ବରୁଣ ଜପ ଆରମ୍ଭ ହୋଇଥିଲା । ଏହା ତିନିଦିନ ପର୍ଯ୍ୟନ୍ତ କରାଯାଉଥିବା ଏକ ପରମ କଠିନ ବୈଦିକ ପ୍ରକ୍ରିୟା ଅଟେ ।
ତିନି ଦିନର ପ୍ରକ୍ରିୟା ସମାପ୍ତ ହେବା ପରେ ମଧ୍ୟ ସୂର୍ଯ୍ୟ ଅନ୍ତରୀକ୍ଷରେ ତେଜର ସହ ଚମକୁଥିଲେ । ବର୍ଷାର ଚିହ୍ନବର୍ଣ୍ଣ ନଥିଲା । ଚତୁର୍ଥ ଦିନ ଭଗବାନଙ୍କ ବିଗ୍ରହକୁ ପୁଷ୍କରିଣୀରେ ସ୍ନାନ କରାଇ ମନ୍ଦିରକୁ ନିଆ ଯାଉଥିଲା ଓ ପତ୍ରକାର ଏବଂ ବିଧର୍ମୀମାନେ ଠିଆ ହୋଇ ମଜା ନେଉଥିଲେ । ଭକ୍ତମାନେ ମନ ମଧ୍ୟରେ ଆତୁର ହୋଇ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ । ମନ୍ଦିରର ଟ୍ରଷ୍ଟି ଓ ଭକ୍ତମାନେ ଭାବୁଥିଲେ ଆମେ କି ପାପ କରିଛୁ ଯେ ପ୍ରଭୁ ଆମ ଡାକ ଶୁଣିଲେନି ? କେମିତି ଆମେ ଏବେ ସଂସାରକୁ ମୁହଁ ଦେଖାଇବୁ ।
ଏମିତି ଭାବୁଥିବା ସମୟରେ ହିଁ ଅଚାନକ ବାଦଲ ଗରଜି ବର୍ଷା ହୋଇଥିଲା । ଏତେ ଜୋରରେ ବର୍ଷା ହେଲା ଯେ ନାସ୍ତିକ ମାନଙ୍କୁ ମଧ୍ୟ ଶରଣ ନେବା ପାଇଁ ମନ୍ଦିର ମଧ୍ୟକୁ ଦୌଡିବାକୁ ପଡିଲା । ଏହି ବର୍ଷା କେବଳ ତିରୁପତି କ୍ଷେତ୍ରରେ ହିଁ ହୋଇଥିଲା ଓ ଗୋଗର୍ଭମ ଜଳାଶୟ ସହ ସମସ୍ତ ନଦୀ ପୋଖରୀ ମଧ୍ୟ ଜଳପୂର୍ଣ୍ଣ ହୋଇଗଲା । ପତ୍ରକାର ଏବଂ ଶତ୍ରୁମାନଙ୍କ ମୁହଁ ଏକାଥରେ ବନ୍ଦ ହୋଇଗଲା । ଅନେକ ଲୋକ ଏହି ଘଟଣାର ପ୍ରତ୍ଯକ୍ଷଦର୍ଶୀ ହୋଇଥିଲେ ମଧ୍ୟ ଏହାକୁ ଦବେଇ ଦିଆଗଲା ।
ଭଗବାନ ଭେଙ୍କଟେଶ୍ଵର କେଉଁ ମୂର୍ତ୍ତି ନୁହେଁ ବରଂ ସାକ୍ଷାତ ପ୍ରଭୁ ନାରାୟଣ ଅଟନ୍ତି ଏହା ଅନେକ ଲୋକ ସେଦିନ ଦେଖିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।