୩୦୦ ପାରର ଭବିଷ୍ୟବାଣୀ କରିଥିବା ପ୍ରଫେସର କଲେ ଆଉ ଏକ ଭବିଷ୍ୟବାଣୀ, କହିଲେ – ‘ଆସନ୍ତା ୫ ବର୍ଷରେ ମୋଦୀ ସରକାର…’

୧୭ ତମ ଲୋକସଭା ନିର୍ବାଚନରେ ବିଜେପି ପାର୍ଟିର ପ୍ରଚଣ୍ଡ ବିଜୟ ଦ୍ଵାରା ବିପକ୍ଷ ଦଳ ପୂରାପୂରି ଡରି ଯାଇଛି । ନିର୍ବାଚନ ପୂର୍ବରୁ ବିଜେପିର ବିଜୟକୁ ନେଇ କେତେକ ଲୋକମାନେ ଭବିଷ୍ୟବାଣୀ ବି କରିଥିଲେ, ଯେଉଁଥିରେ ପ୍ରୋଫେସର ଡା. ରାଜୁ ମୁସଲଗାଂବକରଙ୍କର ନାମ ବି ସାମିଲ ଅଛି । ପ୍ରୋଫେସର ଡ. ରାଜୁ ମୁସଲଗାଂବକରଙ୍କର ଭବିଷ୍ୟବାଣୀ ସତ ପ୍ରତିଶତ ସଠିକ ହୋଇଛି, କିନ୍ତୁ ତାଙ୍କୁ ଭବିଷ୍ୟବାଣୀ କରିବା ପାଇଁ ନିଲମ୍ବିତ ବି କରି ଦିଆ ଯାଇଥିଲା । କହିବାକୁ ଗଲେ ନିର୍ବାଚନ ପୂର୍ବରୁ ସେ ନିଜର ଫେସବୁକ ଦ୍ଵାରା ଭବିଷ୍ୟବାଣୀ କରି ଦେଇଥିଲେ ।

ପ୍ରୋଫେସର ଡା. ରାଜୁ ମୁସଲଗାଂବକର ଲୋକସଭା ନିର୍ବାଚନରେ ୩୦୦ ପାର ବିଜେପିର ଭବିଷ୍ୟ ବାଣୀ କରି ଥିଲେ , ଯାହାକି ସତ ପ୍ରମାଣିତ ହୋଇଛି । ଏହା ପରେ ବର୍ତ୍ତମାନ ସେ ଆଗାମୀ ପାଞ୍ଚ ବର୍ଷକୁ ନେଇ ବି ଅନ୍ୟ ଏକ ଭବିଷ୍ୟବାଣୀ କରି ଦେଇଛନ୍ତି । ଯେଉଁ କାରଣରୁ ସେ ପୁଣି ଥରେ ଚର୍ଚାର ବିଷୟ ହୋଇ ଯାଇଛନ୍ତି ।

ସବୁଠୁ ବିଶ୍ୱସନୀୟ ସରକାର ହେବ – ପ୍ରୋଫେସର ଡା. ରାଜୁ ମୁସଲଗାଂବକର

ମୋଦୀ ସରକାରଙ୍କର କାର୍ଯ୍ୟକାଳ ବିଷୟର କଥାବାର୍ତ୍ତା କରି ପ୍ରୋଫେସର ଅନ୍ୟ ଏକ ବଡ ଭବିଷ୍ୟବାଣୀ କରି ଦେଇଛନ୍ତି । ପ୍ରୋଫେସର କହିଲେ କି ଆସନ୍ତା ୫ ବର୍ଷ ମଧ୍ୟରେ ମୋଦୀ ସରକାର ଆହୁରି ଭଲ କାମ କରିବ । ଯାହା ଦ୍ଵାରା ଦେଶରେ ଶାନ୍ତି ରହିବ । ଏହା ଛଡା ମୋଦୀ ସରକାର ଦେଶର ସବୁଠୁ ବିଶ୍ଵସନୀୟ ସରକାର ହେବ, ଯାହାକି ପୁରୁଣା ସମସ୍ତ ରେକର୍ଡ ଭାଙ୍ଗିଦେବ । କହିଦେଉଛୁ ଯେ ପ୍ରୋଫେସରଙ୍କୁ ଆଚାର ସଂହିତାକୁ ଉଲ୍ଲଂଘନ କରିବା କାରଣରୁ ନିଲମ୍ବିତ କରାଯାଇଥିଲା ।

ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ ମୋଦୀ ସରକାର – ପ୍ରୋଫେସର

ଏନଡୀଏର ଦ୍ଵିତୀୟ କାର୍ଯ୍ୟକାଳ ବିଷୟରେ ପ୍ରୋଫେସର କହିଲେ କି ଏହି ସମୟରେ ମୋଦୀ ସରକାର ନୂଆ ନୂଆ କୀର୍ତିମାନ ସ୍ଥାପିତ କରିବେ । ଯାହା ଦ୍ଵାରା ଦେଶରେ ଶାନ୍ତିର ବ୍ୟବସ୍ଥା ରହିବ ଓ ଦେଶର ଚେହେରା ପୂରାପୂରି ବଦଳିଯିବ । ଦେଶ ଉନ୍ନତି ରାସ୍ତାରେ ସବୁଠୁ ଆଗରେ ବାହାରି ଯିବ ।

ଆଦର୍ଶ ଆଚାର ସଂହିତାର କରିଥିଲେ ଉଲ୍ଲଂଘନ

ପ୍ରୋଫେସର ଡା. ରାଜୁ ମୁସଲଗାଂବକର ନିର୍ବାଚନ ସମୟରେ ଆଦର୍ଶ ଆଚାର ସଂହିତାକୁ ଉଲ୍ଲଂଘନ କରିବା ମାମଲାରେ ନିଷ୍କାଷିତ କରାଯାଇଥିଲା । କାରଣ ସେ ବିଜେପିକୁ ୩୦୦ ପାର ଓ ଏନଡୀଏକୁ ପୂର୍ଣ ବହୁମତର ସହ ସରକାର ମିଳିବ ବୋଲି କହିଥିଲେ । କହିଦେଉଛୁ ଯେ ଏହି ବୟାନ ପରେ କଂଗ୍ରେସ ନିର୍ବାଚନ ଆୟୋଗକୁ ଏହାର ଅଭିଯୋଗ କରିଥିଲେ, ଯେଉଁ କାରଣରୁ ପ୍ରୋଫେସରଙ୍କୁ ନିଲମ୍ବିତ କରା ଯାଇଥିଲା ।

ଡା. ରାଜୁ ମୁସଲଗାଂବକର ଉଜ୍ଜୈନ ସ୍ଥିତ ବିକ୍ରମ ବିଶ୍ୱବିଦ୍ୟାଲୟରେ ଜ୍ୟୋତିର୍ବିଜ୍ଞାନ ଅଧ୍ୟୟନଶାଳା ର ପ୍ରୋଫ୍ରେସର ଥିଲେ । ଏହା ସହିତ ଆପଣଙ୍କୁ କହିଦେଉଛୁ ଯେ ନିର୍ବାଚନ ମୌସମରେ କେତେକ ଲୋକମାନେ ଭବିଷ୍ୟବାଣୀ କରିଥିଲେ କି ବିଜେପି ସରକାର ଆସିବ, କିନ୍ତୁ ସେ ଆଚାର ସଂହିତା ସମୟରେ ଏହି ଭବିଷ୍ୟବାଣୀ କରିଥିଲେ ସେଥିପାଇଁ ପ୍ରୋଫେସରଙ୍କୁ ପଦରୁ ହଟାଇ ଦିଆ ଯାଇଥିଲା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଭଲ ଲାଗିଲେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।