ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଜୀବନ ହାରିବା ଘଟଣା । ଇତିମଧ୍ୟରେ ଏହି ଘଟଣାକୁ ତିନିଦିନ ବିତିଯାଇଛି ଓ ପୋଲିସ ବର୍ତ୍ତମାନ ୧୦୦ ରୁ ଉର୍ଦ୍ଧ୍ଵ ଛାତ୍ରୀଙ୍କୁ ଜେରା କରି ସାରିଲାଣି । ଏମିତିକି ସନ୍ଦେହରେ ତିନିଜଣଙ୍କୁ ପୋଲିସ ଅଟକ ମଧ୍ୟ ରଖିଛି । କିନ୍ତୁ ଅଟକ ରହିଥିବା ସେହି ତିନିଜଣ ଛାତ୍ରୀ ପ୍ରକୃତ ଅଭିଯୁକ୍ତ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେପର୍ଯ୍ୟନ୍ତ ପ୍ରକୃତ ଅଭିଯୁକ୍ତଙ୍କୁ ଗିରଫ ନ କରାଯାଏ ସେପର୍ଯ୍ୟନ୍ତ କୌଣସି ବି ଛାତ୍ରୀ ହଷ୍ଟେଲ ଛାଡି ନଯିବାକୁ କହିଛି ପୋଲିସ । ସେଥିପାଇଁ ଏହି ହଷ୍ଟେଲକୁ ସିଲ୍ କରାଯାଇଛି । ଆଜି ଆହୁରି ୩୦ ଜଣ ଛାତ୍ରୀଙ୍କୁ ପୋଲିସ ଜେରା କରିବ ବୋଲି ଜଣାପଡିଛି । ଗତ ଦୁଇଦିନରେ ୧୦୦ ଜଣଙ୍କୁ ଜେରା କରିବା ପରେ ମଧ୍ୟ ପୋଲିସ ତିନିଜଣଙ୍କୁ କେବଳ ସନ୍ଦେହରେ ଅଟକ ରଖିଛି ।
ଘଟଣାକୁ ତିନିଦିନ ବିତିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କ ଟେର୍ ପାଉନି ପୋଲିସ । ସେହି ତିନିଜଣ ସିନିଯର କିଏ ଓ କୁଆଡେ ଏମିତି ଅନ୍ତର୍ଦ୍ଧାନ ହୋଇଗଲେ କି ? ସେହି ତିନି ଅଭିଯୁକ୍ତଙ୍କୁ ପୋଲିସ ଖୋକି ନ ପାଇବା ଯୋଗୁଁ ଭିନ୍ନ ମୋଡ ନେଉଛି ଘଟଣା । ସେପଟେ ରୁଚିକାଙ୍କ ଶେଷ ଚିଠିକୁ ଆଧାର କରି ସେହି ତିନି ସିନିୟର କିଏ ଖୋଜା ଚାଲିବା ସହ ରୁଚିକାଙ୍କ ଚିଠି ଓ ମୋବାଇଲ ଫୋନକୁ ରାଜ୍ୟ ଫରେନସିକ ଲ୍ୟାବକୁ ପଠାଯାଇଛି ।

ଏବେ ଖାଲି ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ଘଟଣାକୁ ଯେତିକି ଦିନ ଗଡୁଛି ସେତିକି ଚାପ ମଧ୍ୟ ବଢୁଛି । ଘଟଣାର ସତ୍ୟତା ଜାଣିବା ପାଇଁ କଲେଜ ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । ଦେଖିବାକୁ ବାକି ରହିଲା ସେହି ତିନିଜଣ ସିନିୟର କିଏ ? ପୋଲିସ ଯେଉଁମାନଙ୍କୁ ସନ୍ଦେହରେ ଅଟକ ରଖିଛି ସେମାନେ ମୁଖ୍ୟ ଅଭିଯୁକ୍ତ କି ନୁହେଁ ତାହା ଜାଣିବା ବାକି ରହିଲା । ସେମାନଙ୍କୁ ସାମ୍ନାକୁ ଆଣିବାକୁ ପୋଲିସକୁ ଆଉ କେତେଦିନ ଲାଗିବ ଏହାକୁ ସମସ୍ତେ ଅପେକ୍ଷା କରିଛନ୍ତି ।
ଝିଅକୁ ନ୍ୟାୟ ଦେବା ଆଶାରେ ରୁଚିକାଙ୍କ ପିତାମାତା ଓ ପରିବାର ଲୋକେ ମଧ୍ୟ ଧାରଣାରେ ବସି ରହିଛନ୍ତି । ଶୀଘ୍ର ସେହି ତିନିଜଣ ସାମ୍ନାକୁ ଆସିବେ ବୋଲି ସମସ୍ତେ ଆଶା ବାନ୍ଧି ବସିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।