ମୋ ବାପା ମୋତେ ଦରକାର ମୋ ବାପାଙ୍କୁ ଫେରେଇ ଦିଅ କହି ରାସ୍ତା ଉପରେ କାନ୍ଦି କାନ୍ଦି ଗୁହାରି କରୁଛି ଝିଅ । ସ୍ତ୍ରୀ ମଧ୍ୟ ନିଜ ସ୍ଵାମୀକୁ ନପାଇ କାନ୍ଦି କାନ୍ଦି ନୟାନ୍ତ ହୋଇଗଲାଣି । ସେପଟେ ବୁଢୀମା ମଧ୍ୟ ପୁଅର ଫେରିବା ବାଟକୁ ଅନେଇ ବସିଛି । ଆଉ ଗାଁ ଲୋକେ ନିଖୋଜ ବ୍ୟକ୍ତି ବାସୁଦେବ ପ୍ରଧାନଙ୍କୁ ଫେରେଇ ଆଣିବାକୁ ଦାବି କରି ରାଜରାସ୍ତା ବନ୍ଦ କରିଛନ୍ତି । ରାସ୍ତା ଉପରେ ନିଜ ଦାବି ରଖି ନିଆଁ ଜାଳି ଧାରଣା ଦେଉଛନ୍ତି ପୁରା ଗ୍ରାମବାସୀ । ସେମାନଙ୍କ କହିବା ଅନୁଯାୟୀ ବାସୁଦେବ କବାଡିଆ କାମ କରନ୍ତି ।
ସେ ରବି କବାଡିଆ ନାମକ ଜଣେ ବ୍ୟକ୍ତିଙ୍କ ପାଖରେ କାମ କରନ୍ତି ଓ ସେଥିରେ ନିଜର ପରିବାର ପୋଷନ୍ତି । କିନ୍ତୁ ରବି କଦାଡିଆ ଅନେକ ସମୟରେ ତାଙ୍କୁ ଡାକି ନେଇଯାଏ । ଆଉ ଗତ ଚାରି ଦିନ ତଳେ ରବି କବାଡିଆ ବାସୁଦେବଙ୍କୁ ଡକେଇଥିଲା । ବାସୁଦେବ ଯାଇଥିଲେ ହେଲେ ଘରକୁ ଫେରି ନଥିଲେ । ସେଦିନ ରାତି ୧୨ଟାରେ ରବି କବାଡିଆ ବାସୁଦେବଙ୍କ ପତ୍ନୀଙ୍କୁ ଫୋନ କରି ଡ଼ାକିଥିଲେ । କିନ୍ତୁ ଏତେ ରାତିରେ ପିଲାଙ୍କୁ ଘରେ ଛାଡି ସେ ଯାଇ ପାରିବେନି ବୋଲି କହିଥିଲେ । ତେଣୁ ସେ କହିଥିଲେ କି ସକାଳେ ଯିବେ ।
ରବି ତାଙ୍କୁ କହିଥିଲେ ଯଦି ସକାଳେ ଆସିବ ବାସୁଦେବର ହଳେ ପ୍ଯାଣ୍ଟ ଓ ସାର୍ଟ ନେଇ ଆସିବ । ସକାଳେ ବାସୁଦେବଙ୍କ ପତ୍ନୀ ଯେତେବେଳେ ଯାଇ ରବି କବାଡିଆ ପାଖରେ ପହଞ୍ଚିଲେ ସେ ବାସୁଦେବଙ୍କୁ କେଉଁଠି ଲୁଚେଇ ରଖିଥିଲେ । ସ୍ଵାମୀଙ୍କୁ କେଉଁଠି ଅଛନ୍ତି ତାଙ୍କୁ ଦେଖିବାକୁ ଚାହାନ୍ତି ବୋଲି କହିବାରୁ ରବି କବାଡିଆର ଲୋକମାନେ ବାସୁଦେବଙ୍କୁ ଧରି ଧରି ଆଣିଥିଲେ ।
ବାସୁଦେବ ହୋସରେ ନଥିଲେ କି ଠିକରେ ବସି ପାରୁ ନଥିଲେ ମଧ୍ୟ । ତେବେ ସ୍ଵାମୀଙ୍କୁ ଦେଖି ଘରକୁ ଫେରି ଆସିଥିଲେ ବାସୁଦେବଙ୍କ ପତ୍ନୀ । ସେଦିନ ରାତିରେ ବାସୁଦେବ ଗାଡିରୁ ଡେଇଁ ପଳେଇଗଲେ ବୋଲି ରବି ଆଉ ଥରେ ତାଙ୍କ ପତ୍ନୀଙ୍କୁ ଫୋନ କରି ଜଣେଇଥିଲେ ।
ତେବେ ବାସୁଦେବ ତିନିଦିନରୁ ଅଧିକ ସମୟ ଧରି ନିଖୋଜ ଥିବା ବେଳେ ରବି କବାଡିଆ ତାଙ୍କର ହତୟଆ କରି କେଉଁଆଡେ ଫୋପାଡି ଦେଇଥିବା ସନ୍ଦେହ କରୁଛନ୍ତି ଗାଁ ଲୋକେ । ତେବେ ଦେଖାଯାଉ ପ୍ରଶାସନ ଏନେଇ କଣ ପଦକ୍ଷେପ ନେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।