ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ନେଇ ବଡକଥା କହିଦେଲେ ସୋଏବ ଅଖତର

ସୋଏବ ଅଖତର ଦେଲେ ସଙ୍ଗିନ ବୟାନ । ରୋହିତ ଶର୍ମାଙ୍କୁ ନେଇ କହିଦେଲେ ବଡ କଥା । ହିଟମ୍ୟାନ ଙ୍କ ବ୍ୟାଟିଂକୁ ନେଇ କହିଦେଲେ ସୋଏବ । ହଁ ଦର୍ଶକ ବନ୍ଧୁ ପୂର୍ବତନ ପାକିସ୍ତାନୀ ବୋଲୋର ସୋଏବ ଅଖତର ଭାରତୀୟ କ୍ରିକେଟରଙ୍କୁ ନେଇ ଅନେକ ସମୟରେ କିଛି ନା କିଛି କହିଥାନ୍ତି । ଯାହାକୁ ନେଇ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି ତ ଆଉ କେବେ ବିବାଦରେ ପଡିଥାନ୍ତି ।

ଚଳିତ ବିଶ୍ଵକପରେ ଭାରତ ପାକିସ୍ତାନ ମ୍ଯାଚରେ ଏଭଳି ଗୋଟେ କାମ କରିଥିଲେ ସୋଏବ । କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଆଉଟ ହେବାର ଏକ ଫୋଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଆଉ କହିଥିଲେ କାଲି ଯଦି ଏଭଳି କିଛି କରିବାର ଅଛି ତେବେ ମୁଣ୍ଡ ଥଣ୍ଡା ରଖ । ଆଉ ଏପଟେ ଭାରତ ମ୍ଯାଚ ଜିତିବା ପରେ ସଚିନ ତାଙ୍କୁ ଜବାବ ଦେଇଥିଲେ ଆଉ କହିଥିଲେ ଆପଣଙ୍କ ପରାମର୍ଶ ମାନିଲୁ ସବୁ କିଛି ଥଣ୍ଡା ରଖିଲୁ ।

ସଚିନ ଓ ସୋଏବଙ୍କ ଏଭଳି ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଆଉ ଏବେ ପୁଣି ଥରେ ଭାରତ ନିଜୟୁଜଲ୍ୟାଣ୍ଡ ମ୍ଯାଚ ପୂର୍ବରୁ ସୋଏବ କିଛି ଏଭଳି କାମ କରିଛନ୍ତି । ଏଠାରେ ସୋଏବ ସିଧା ସଳଖ ଭାରତୀୟ ଅଧୀନାୟକ ରୋହିତ ଶର୍ମାଙ୍କ ବିଷୟରେ କହିଛନ୍ତି । ଚଳିତ ଥର ବିଶ୍ଵକପରେ ଜବରଦସ୍ତ ଫର୍ମରେ ଥିବା ଟିମ ଇଣ୍ଡିଆନ କ୍ଯାପଟେନ ରୋହିତ ଶର୍ମାଙ୍କ ବିଷୟରେ ଏପରି କିଛି ସେ କହିଛନ୍ତି ଯାହା ଶୁଣିଲେ ବିଶ୍ଵାସ ହେବନି ।

ବିଶ୍ଵକପରେ ଭଲ ବ୍ୟାଟିଙ୍ଗ କରି ରେକର୍ଡ ପରେ ରେକର୍ଡ କରି ଚାଲିଥିବା ରୋହିତଙ୍କୁ ନେଇ ସୋଏବ କହିଛନ୍ତି ଯେ ସେ ବୋଲୋରଙ୍କ ଲଏଲ ବିଗାଡି ଦେଉଛନ୍ତି । ହିଟମ୍ୟାନ ରୋହିତ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି ସୋଏବ ଅଖତର । ରୋହିତଙ୍କ ବ୍ୟାଟିଂକୁ ସେ ଅଷ୍ଟ୍ରେଲିୟାର ପୂର୍ବତନ ଓପନିଙ୍ଗ ଯୋଡି ମ୍ୟାଥୁ ହେଡେନ ଓ ଆଡାମ ଗିଲଖିଷ୍ଟ ଙ୍କ ସହ ତୁଳନା କରିଛନ୍ତି ।

ଆଗକୁ ସେ କହିଛନ୍ତି ରୋହିତଙ୍କ ବ୍ୟାଟିଂ ଏହି ଦୁଇ ଯୋଡ଼ିଙ୍କ ସମୟକୁ ତାଜା କରିଦେଇଛି । ଉଭୟ ଆକ୍ରମଣାତ୍ମକ ବ୍ୟାଟିଂ କରି ଅଷ୍ଟ୍ରେଲିୟାକୁ ଭଲ ଆରମ୍ଭ ଦେଉଥିଲେ । ରିକି ପଣ୍ଟିଙ୍ଗ 3 ନମ୍ବରରେ ଆସି ଦୃଷ୍ଟ ରନ ସଂଗ୍ରହ କରିବାରେ ସଫଳ ହେଉଥିଲେ । ଠିକ ସେହିପରି ଚଳିତ ବିଶ୍ଵକପରେ ରୋହିତ ଦଳକୁ ଭଲ ଆରମ୍ଭ ଦେଉଥିଲେ । ସେ ଏବେ ଜବରଦସ୍ତ ଫର୍ମ ରେ ଅଛନ୍ତି ।

ଛକା ମାରି ବୋଲୋରଙ୍କ ଲଏଲ ବିଗାଡି ଦେଉଛନ୍ତି । ପ୍ରଥମ ଓଭର ରୁ ହିଁ ଆକ୍ରମଣ କରି ବୋଲୋର ଙ୍କ ଯୋଜନା ଭାଙ୍ଗି ଦେଉଛନ୍ତି । ଯାହାକୁ ଟୁର୍ଣ୍ଣାମେଣ୍ଟରେ ଭାରତକୁ ସହଯୋଗ କରୁଛି । ଏପରିକି ଭାରତକୁ ପ୍ରମୁଖ ଟାଇଟେଲ ଦାବିଦାର ଭାବେ ଉଭା କରିବାରେ ସହାୟକ ହୋଇଛି ।  ସେହିପରି ରୋହିତ ଙ୍କ ବ୍ୟାଟିଂ ର ଫାଇଦା ମିଡିଲ ଅର୍ଡର ରେ ଆସୁଥିବା ବ୍ୟାଟର ମଧ୍ୟ ଉଠାଉଛନ୍ତି ।

ବିଶ୍ଵକପରେ ରୋହିତ ଙ୍କ ପ୍ରଦର୍ଶନ ଜବରଦସ୍ତ ରହିଛି । ତାଙ୍କ ନାଁ ରେ ଶତାଧିକ ରେକର୍ଡ ମଧ୍ୟ ରହିଛି । ଏଭଳି ଅନେକ କଥା କହି ରୋହିତ ଶର୍ମା ଙ୍କୁ ପ୍ରଶଂସା କରିଛନ୍ତି ସୋଏବ ଅଖତର । ବନ୍ଧୁଗଣ ଆଗକୁ ଏଭଳି ଖେଳ ସମ୍ବଧିତ ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।