T-20 ଖେଳିବା ପାଇଁ ଭାରତୀୟ ଟିମର କ୍ଯାପଟେନ ରୋହିତ ଶର୍ମା ଓ କିଙ୍ଗ କୋହଲି ଙ୍କ ଗ୍ରୀନ ସିଗନାଲ ! BCCI ର ରହିବ ନଜର 30 ଖେଳାଳି ଙ୍କ ଉପରେ…

ରୋହିତ ଓ ବିରାଟ ଙ୍କ ଠାରୁ ମିଳିଲା ଗ୍ରୀନ ସିଗନାଲ । ଟି-20 ବିଶ୍ଵକପ ଖେଳିବେ ହିଟମ୍ଯାନ ଆଉ କିଙ୍ଗ କୋହଲି । 30 ଖେଳାଳିଙ୍କ ଉପରେ ଏବେ ବିସିସିଆଇ ସ୍ପେଶାଲ ଫୋକସ କରିବ । ହଁ ଦର୍ଶକ ବନ୍ଧୁ ଟିମ ଇଣ୍ଡିଆ ଓ ରୋହିତ ଶର୍ମାଙ୍କ ଫ୍ୟାନ୍ସ ଙ୍କ ପାଇଁ ଆସିଲା ବଡ ଖବର । ଦୀର୍ଘ ଦିନ ହେବ ଟି-20 ବିଶ୍ଵକପରେ ରୋହିତ ଶର୍ମା ଖେଳିବେ କି ନାହିଁ କିମ୍ବା ଦଳର ମଙ୍ଗ ଧରିବେ କି ନାହିଁ ବୋଲି ଚର୍ଚ୍ଚା ଲାଗି ରହିଥିଲା ।

ଆଉ ଏବେ ଏହା ଉପରୁ ପରଦା ହଟିଛି । ଜୁନ ମାସରେ ହେବାକୁ ଥିବା ଟି-20 ବିଶ୍ଵକପ ଖେଳିବାକୁ ରାଜି ଅଛନ୍ତି ବିରାଟ କୋହଲି ଓ ରୋହିତ ଶର୍ମା । ଟିମ ଇଣ୍ଡିଆର ଚିଫ ସିଲେକ୍ତ୍ର ଅଜିତ ଅଗ୍ରକର ଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଉଛି ଆଗାମୀ ଟି-20 ବିଶ୍ଵକପ ପାଇଁ ଦଳ ବାଛିବା । ଖାସ କରି ଆଇପିଏଲ ପରେ ପରେ ବିଶ୍ଵକପ ଆରମ୍ଭ ହେଉଥିବାରୁ ଦଳ ବାଛିବା ପାଇଁ ଅଗ୍ରକର ଏକ ଆଇପିଏଲ ଉପରେ ଫର୍ମ ଉପରେ ନଜର ରଖିଥିବେ ।

ଏହି ସ୍ଥିତିରେ ବିରାଟ କୋହଲି ଓ ରୋହିତ ଶର୍ମା ଙ୍କ ଉପସ୍ଥିତି ଦଳକୁ ଆହୁରି ମଜବୁତ କରିପାରେ । ଟିମ ଇଣ୍ଡିଆ ପାଇଁ କୋହଲି ଓ ରୋହିତ 2022 ନଭେମ୍ବର ମାସ ଠାରୁ କୌଣସି ଗୋଟେ ଟି-20 ମ୍ୟାଚ ଖେଳି ନାହାନ୍ତି । ଦିନିକିଆ ବିଶ୍ଵକପ ପରେ ଏହି ଦୁଇ ଖେଳାଳିଙ୍କୁ କୌଣସି ସର୍ଟ ଫର୍ମାଟ ରେ ଦେଖିବାକୁ ମିଳି ନାହିଁ । ଏହି 2 ଖେଳାଳି ଆଇପିଏଲ ରେ ଭଲ ପ୍ରଦର୍ଶନ କରୁଛନ୍ତି କି ନାହିଁ ତାହା ଉପରେ ସମସ୍ତଙ୍କର ନଜର ରହିବ ।

ଗୋଟେ ପରେ ରୋହିତ ଓ କୋହଲି ଙ୍କ ଉପରେ ସିଲେକ୍ଟର ଙ୍କ ଫୋକସ ରହିଥିବା ବେଳେ ଅନ୍ୟ ପଟେ ବିଶିସିଆଇ ବିଶ୍ଵକପ ପାଇଁ 30 ଖେଳାଳୀ ଙ୍କ ଉପରେ ସ୍ପେଶାଲ ଫୋକସ ରଖିଛି । ଏହି 30 ଖେଳାଳୀ ଙ୍କ ମଧ୍ୟରୁ ଆଗାମୀ ଟି-20 ବିଶ୍ଵକପ ପାଇଁ ଦଳ ଚୟନ କରାଯିବ । ତେବେ ସେହି 30 ଖେଳାଳୀ କିଏ କିଏ ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ । ସୂଚନା ଅନୁଯାୟୀ ପ୍ରତେକ ପୋଜିସନ ପାଇଁ ବିସିସିଆଇ ନିଜ ପସନ୍ଦର 2 ଜଣ ଖେଳାଳୀଙ୍କୁ ରହିଛି ।

ସେମାନଙ୍କ ମଧ୍ୟରୁ ଯାହାର ବି ଭଲ ଫର୍ମ ରହିବ ସେ ବିଶ୍ଵକପ ଦଳରେ ସ୍ଥାନ ପାଇବ । ବର୍ତ୍ତମାନ ସମୟରେ ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡିଆ ଫିଟ ନାହାନ୍ତି । ଏଣୁ ଏହି 2 ଖେଳାଳୀ ବିଶ୍ଵକପ ଖେଳିବେ ବୋଲି କିଛି ସ୍ପଷ୍ଟ ହୋଇ ନାହିଁ । ତେବେ ଆଇପିଏଲ ରେ ଏହି ଦୁଇ ଖେଳାଳୀ କେମିତି ମ୍ଯାଚ ଖେଳୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିବ । ପାଣ୍ଡିଆ ବିଶ୍ଵକପ ନ ଖେଳନ୍ତି ତେବେ ତାଙ୍କ ସ୍ଥାନରେ ଶିବମ ଦୁବେ ଓ ଭେଙ୍କଟସ୍ଵେର ଆୟର ଙ୍କୁ ବିଶ୍ଵକପ ଦଳରେ ଦେଖିବାକୁ ମିଳିପାରେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।