ମନୁଷ୍ୟ ଏହି ସଂସାରରେ ସୁଖମୟ ଜୀବନଜାପନ କରିବାକୁ ହେଲେ । ମନୁଷ୍ୟକୁ କେତେ ଗୁଡିଏ ନିୟମ ଓ ଅନୁଶାସନ ପାଳନ କରିବାକୁ ପଡିଥାଏ । ଯେଉଁ ସବୁ ନୀତିନିୟମ ମାନି ଆଗକୁ ବଢିବା ଦ୍ଵାରା ଜୀବନ ସୁଖମୟ ହୋଇଥାଏ । ତେବେ ଚାଲନ୍ତୁ ସେହି ସବୁ ଭଲ ଭଲ ଅନୁଚିନ୍ତା ବିଷୟରେ ଆଜି ଏଠାରେ ଜାଣିବା ।
1- ଘରେ ଠାକୁର ପୂଜା କରିବା ସମୟରେ ଉତ୍ତର ଦିଗ ବା ଐଶାନ୍ୟ କୋଣକୁ ମୁଖ କରି ପୂଜା କରିବା ଉଚିତ । ଏହା ବହୁତ ଶୁଭ ଓ ମଙ୍ଗଳକାରୀ ହୋଇଥାଏ ।
2- ଠାକୁର ପୂଜା କରିବା ସମୟରେ କେବେବି ପିଠି ଠାକୁରଙ୍କ ଆଡକୁ ହେବା ଉଚିତ ନୁହେଁ । ଏହା ଅମଙ୍ଗଲକାରୀ ହୋଇଥାଏ ।
3- ଠାକୁର ପୂଜା ସମୟରେ ତମ୍ବା ପାତ୍ରରେ କେବେବି ଚନ୍ଦନ ଘୋରି ରଖିବା ଉଚିତ ନୁହେଁ । ଅତି ପତଳା ଚନ୍ଦନ ଠାକୁରଙ୍କୁ ଲଗାଇବା ମଧ୍ୟ ଅନୁଚିତ ।
4- ଠାକୁର ପୂଜା ସମୟରେ ଦୀପ ଜଳାଇବା ପୂର୍ବରୁ ଦୀପ ତଳେ ଚାଉଳ ରଖିବା ଉଚିତ । ଏଥିସହ ଦୀପରୁ ଦୀପକୁ ଜାଳିବା ଅନୁଚିତ ।
5- ପ୍ରତ୍ଯେକ ଦିନ ପଞ୍ଚଦେବ ଯଥା ଗଣେଶ, ନାରାୟଣ, ଶିବ, ଦୂର୍ଗା ଏବଂ ସୂର୍ଯ୍ୟଙ୍କର ପୂଜା କରିବା ଉଚିତ । ଏହା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ ।
6- ଠାକୁରଙ୍କ ପାଖରେ ଆଳତୀ କରିବା ସମୟରେ ଠାକୁରଙ୍କ ପାଦ ଆଡକୁ ଚାରିଥର ବୁଲିବା ଉଚିତ । ସେହିପରି ନାଭୀ ଆଡକୁ ଦୁଇ ଥର ଏବଂ ମୁଖ ଆଡକୁ ଥରେ ବୁଲାଇବା ଦ୍ଵାରା ମଙ୍ଗଳ ହୋଇଥାଏ ।
7- ବିନା ଆସନରେ କେବେବି ପୂଜା ପାଠ କରିବା ଅନୁଚିତ । ଏବଂ ପୂଜା ପରେ ଆସନ ତଳେ ଦୁଇ ବୁନ୍ଦା ଜଳ ପକାଇ ଆସନକୁ ମୁଣ୍ଡରେ ମାରି ଉଠାଇବା ଦ୍ଵାରା ମଙ୍ଗଳ ହୋଇଥାଏ ।
8- ଠାକୁରଙ୍କ ସମ୍ମୁଖରେ ଜଳା ଯାଇଥିବା ଦୀପ କେବେବି ନିଜେ ଲିଭାଇବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।
9- ପୂଜା କରିବା ସମୟରେ ଠାକୁରଙ୍କୁ ଚନ୍ଦନ, କୁଙ୍କୁମ ଏବଂ ହଳଦୀ ଇତ୍ୟାଦି ନିଜର ଅନାମିକା ଆଙ୍ଗୁଠି ଦ୍ଵାରା ଲଗାଇବା ଉଚିତ । ଏହା ବହୁତ ଶୁଭ ଫଳ ପ୍ରଦାନ କରିଥାଏ ।
10- ଠାକୁରଙ୍କୁ ନୈବେଦ୍ୟ ଲଗାଇବା ସମୟରେ କେବେବି ଲୁଣ, ଲଙ୍କା ଏବଂ ତେଲର ବ୍ୟବହାର କରିବା ଉଚିତ ନୁହେଁ । ଏଥିସହ ନୈବେଦ୍ୟରେ ତୁଳସୀ ପତ୍ରର ବ୍ୟବହାର କରିବା ବହୁତ ଶୁଭ ହୋଇଥାଏ ।
ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।