ଏକ ଏମିତି ଶିକ୍ଷୟତ୍ରୀ, ଯିଏ 23 ବର୍ଷ ଧରି ପିଲାଙ୍କ ପାଇଁ ପ୍ରତିଦିନ 50 km କରନ୍ତି ଯାତ୍ରା, ଚଢନ୍ତି 3 km ପାହାଡ, ପୁରା ଘଟଣା ଜାଣିଲେ ଆପଣ ବି କରିବେ ସଲାମ !

ପିତାମାତାଙ୍କ ପରେ ଶିକ୍ଷକ ହିଁ ପିଲାଙ୍କ ଅସଲ ଭବିଷ୍ୟ ନିର୍ମାତା ହୋଇଥାନ୍ତି । ଜଣେ ବ୍ୟକ୍ତିଙ୍କ ଜୀବନରେ ଶିକ୍ଷକଙ୍କର ଖୁବ ବଡ ଭୂମିକା ରହିଥାଏ । ଆମ ଦେଶରେ ପ୍ରଭୁ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କୁ ମଧ୍ୟ ଗୁରୁ ତଥା ଶିକ୍ଷକଙ୍କ ଆବଶ୍ୟକତା ପଡିଥିଲା । ଭାରତୀୟ ପରମ୍ପରାରେ ଶିକ୍ଷକଙ୍କର ଆସନ ଖୁବ ଉଚ୍ଚରେ ରହିଛି । ଆମ ଦେଶରେ ଗୁରୁପୂର୍ଣ୍ଣିମା ସହ ଶିକ୍ଷକ/ଗୁରୁ ଦିବସ ମଧ୍ୟ ପାଳନ କରାଯାଏ । ଭାରତର ଭୁତପୂର୍ବ ରାଷ୍ଟ୍ରପତି ଡା: ସର୍ବପଲ୍ଲୀ ରାଧାକ୍ରୀଷ୍ଣାଙ୍କ ଜନ୍ମଦିବସକୁ ଗୁରୁଦିବସ ଉପଲକ୍ଷେ ପାଳନ କରାଯାଏ ।

ଭାରତରେ ପିଲାଙ୍କ ପ୍ରତି ଶିକ୍ଷକ ଙ୍କ ଅଦ୍ଵିତୀୟ ଓ ଅଦ୍ଭୁତ ସମର୍ପଣର ଅନେକ କାହାଣୀ ଶୁଣିବାକୁ ମିଳେ । ଏପରି ଜଣେ ଶିକ୍ଷୟତ୍ରୀ ହେଉଛନ୍ତି ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାର କମଲତି । ସେ ପିଲାଙ୍କୁ ଶିକ୍ଷା ଦେବା ପାଇଁ ପ୍ରତ୍ଯେକ ଦିନ ପ୍ରାୟ ୫୦ କିଲୋମିଟର ଯାତ୍ରା କରନ୍ତି । ୨୫କିମି ଯାଆନ୍ତି ଓ ୨୫ କିମି ଆସନ୍ତି । ଏହା ସେ ଗତ ୨୩ ବର୍ଷ ଧରି କରି ଆସୁଛନ୍ତି । ଆଉ କମଲତି କୁହନ୍ତୁ ଆଗକୁ ମଧ୍ୟ ସେ ଏହିପରି କରୁଥିବେ । କମଲତି ଡୋଗରେଙ୍କ ବୟସ ୪୫ ବର୍ଷ ଅଟେ ଓ ସେ ବେତୁଲରୁ ୨୫କିମି ଦୂର ପାହାଡୀ ଗାଁ ଗୌଲା ଗୋନ୍ଦିରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଟନ୍ତି ।

୩୧ ଅଗଷ୍ଟ ୧୯୯୮ରେ ସେ ଶିକ୍ଷାକର୍ମୀ ଭାବେ ସେଠାକାର ସ୍କୁଲରେ ଯୋଗ ଦେଇଥିଲେ । ୧୪ ବର୍ଷ ପରେ ତାଙ୍କୁ ଅଧ୍ୟାପିକା ବନେଇ ଦିଆଗଲା । ୨୦୧୮ ରେ ସେ ଆଉଥରେ ଶିକ୍ଷିକା ବନି ଯାଇଥିଲେ । ସେ ତାଙ୍କ ରିଟାୟାର୍ଡ ହେବା ପର୍ଯ୍ୟନ୍ତ ସ୍କୁଲରେ ପିଲାଙ୍କୁ ପଢାଇବାକୁ ଚାହାନ୍ତି ।

ପାହାଡୀ ରାସ୍ତା, ଜଙ୍ଗଲି ପଶୁ, କେବେ ତେଜ ଖରା ଓ କେବେ ମୁଷଳଧାରା ବର୍ଷକୁ ଖାତିର ନକରି ଗତ ୨୩ ବର୍ଷ ଧରି ପିଲାଙ୍କ ପାଇଁ ସ୍କୁଲ ଯାଉଛନ୍ତି । ଘରୁ ସ୍କୁଲ ଯାଏଁ ଯିବାକୁ ତାଙ୍କୁ ଅନେକ କଠିନତାର ସାମନା ମଧ୍ୟ କରିବାକୁ ପଡେ । ଘରୁ ଭରିବା ପରେ ସେ ୧୦କିମି ବସରେ ଯାଆନ୍ତି ଓ ସେଠାରୁ ଆଉ ୧୨କିମି ରାସ୍ତା ଲିଫ୍ଟ ମାଗି ଯାଆନ୍ତି । ଏହାପରେ ଆରମ୍ଭ ହୁଏ କଠିନ ରାସ୍ତା । ସେ ତିନି କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଉଚ୍ଚ ପାହାଡ ଚଢି ଯାଇ ସ୍କୁଲରେ ପହଞ୍ଚନ୍ତି । ଫେରିବା ବେଳେ ମଧ୍ୟ ତାଙ୍କୁ ଏହିପରି ଫେରିବାକୁ ପଡେ ।

ଏହି ପ୍ରକାର ସେ ପ୍ରତିଦିନ ୫୦କିମି ଯାତ୍ରା କରନ୍ତି । ୨୮ ଏପ୍ରିଲ ୧୯୯୯ରେ କମଲତିଙ୍କ ବିବାହ ହୋଇଥିଲା । ବିବାହ ପରେ ସେ ନିଜ ଗାଁରେ ରହି ପିଲାଙ୍କୁ ପଢେଇବାକୁ ମନ ବଳେଇଥିଲେ । ବେତୁଲର ତାପ୍ତା ନଦୀକୂଳରେ ଥିବା ଗୋଟିଏ କ୍ଷେତରେ ସେ ଏକାକୀ ପକ୍କାଘରେ ଚାରି ବର୍ଷ ପର୍ଯ୍ୟନ୍ତ ରହିଥିଲେ । ତାପରେ ତାଙ୍କର ଗୋଟିଏ ପୁଅ ଜନ୍ମ ହୋଇଥିଲା । ଏହାପରେ ସେ ବେତୁଲ ଚାଲି ଯାଇଥିଲେ ।

କମଲତି ପଢାଇଥିବା ପିଲାଙ୍କ ମଧ୍ୟରୁ କିଏ ସେନାରେ କାର୍ଯ୍ୟରତ ତ ଆଉ କିଏ ଅନ୍ୟ ପ୍ରଶାସନିକ ସେବାରେ ମହଜୁଦ ଅଛନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।