ଧଳା, ସୁନ୍ଦର ଓ ଚମକଦାର ଦାନ୍ତ ସମସ୍ତଙ୍କୁ ପସନ୍ଦ ହୋଇଥାଏ । କିନ୍ତୁ ଆଜିର ସମୟରେ ଅନେକ କାରଣରୁ ଆମ ଦନ୍ତ ହଳଦିଆ, ଦୁର୍ବଳ ଓ ଖରାପ ଦେଖାଯାଉଛି । ଯାହାଫଳରେ ଦାନ୍ତ ଧଳା କରିବା ବଜାରକୁ ଅନେକ ଜିନିଷ ଆସୁଛି ଓ ଲୋକମାନେ ଏହା ପଛରେ ଟଙ୍କା ସାରୁଛନ୍ତି । କ୍ଳିନତୁ ଆଜି ଆମେ ଆପଣଙ୍କୁ ପ୍ରାକୃତିକ ଭାବେ ଘରୋଇ ଉପାଯରେ ଦାନ୍ତ ଧଳା କରିବାର ଏକ ସହଜ ଉପାୟ କହିବୁ । ଏହା ଥରେ ପ୍ରୟୋଗ କରନ୍ତୁ ଦେଖିବେ ଆପଣଙ୍କ ଦାନ୍ତ ମୋତି ଭଳି ଚମକିବ ।
ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆମ ଏକ ଗିନାରେ ଏକ ଚାମୁଚ ସନ୍ଧବ ଲୁଣ ନିଅନ୍ତୁ । ଏହା ଆପଣଙ୍କୁ ଯେକୌଣସି ତେଜରାତି ଦୋକାନରେ ସହଜରେ ମିଳିଯିବ । ଯଦି ନାହିଁ ତେବେ ଆପଣ ସାଧାରଣ ଲୁଣ ମଧ୍ୟ ନେଇପାରିବେ । ଲୁଣ ଆମ ଦାନ୍ତକୁ ସଫା କରିବାରେ ସାହାଯ୍ୟ କରିଥାଏ । ଏହାପରେ ଆପଣ ଏକ ଚାମୁଚ ବେକିଂ ସୋଡା ବା ମିଠା ସୋଡା ନିଅନ୍ତୁ । ଏଥିରେ ଥିବା ସୋଡିୟମ ବାଇକାର୍ବୋନେଟ ଆପଣଙ୍କ ଦାନ୍ତରୁ ଦାଗ ଛଡାଇବାରେ ସହାୟକ ହୋଇଥାଏ ।
ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଏକ ଚାମୁଚ ଲେମ୍ବୁ ରସ । ଲେମ୍ବୁରେ ପ୍ରାକୃତିକ ବ୍ଲିଚିଂ ଗୁଣ ରହିଥାଏ। ଯେଉଁ କାରଣରୁ ଦାନ୍ତ ପ୍ରାକୃତିକ ଉପାୟରେ ସଫା ହୋଇଥାଏ । ଏବେ ଆପଣ ଏଥିରେ ଏକ ଚାମୁଚ ପାଣି ଦିଅନ୍ତୁ ଓ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ଆପଣ ନିଜ ଟୁଥବ୍ରଶରେ ଲଗାଇ ନିଜ ଦାନ୍ତକୁ ଭଲ ଭାବେ ଘଷନ୍ତୁ ଓ ସାଧା ପାଣିରେ ଦାନ୍ତକୁ ଧୋଇ ଦିଅନ୍ତୁ ।
ଆପଣ ଚାହିଁଲେ ଏହାପରେ ପ୍ରତିଦିନ ଭଳି ଟୁଥପେଷ୍ଟରେ ଦାନ୍ତ ଘଷିପାରିବେ । ନଚେତ ଆପଣ ଯେତିକି ଟୁଥପେଷ୍ଟରେ ଦାନ୍ତ ଘଷନ୍ତି ସେତିକି ମାତ୍ରାରେ କୌଣସି ଫ୍ଲେଭର ନଥିବା ଟୁଥପେଷ୍ଟକୁ ଏହି ମିଶ୍ରଣରେ ମିଶାଇ ଦାନ୍ତ ଘଷିପାରିବେ । ଆରମ୍ଭରୁ ସପ୍ତାହରେ ଦୁଇଥର ଏହି ଉପଚାରକୁ ପ୍ରୟୋଗ କରନ୍ତୁ । ଏହାପରେ ଆପଣ ୧୫ଦିନରେ ଥରେ ଏହି ଉପଚାରକୁ ପ୍ରୟୋଗ କଲେ ମଧ୍ୟ ଚଳିବ । ଏହି ସହଜ ଘରୋଇ ଉପଚାର ଦ୍ଵାରା ଆପଣ ନିଜ ଦାନ୍ତକୁ ମାତ୍ର କିଛିଦିନରେ ମୋତି ଭଳି ଧଳା କରିପାରିବେ ।
ନଚେତ ଆପଣ ଆଉ ଏକ ସହଜ ଉପଚାର ମଧ୍ୟ କରିପାରିବେ । ଅଳ୍ପ ପିଜୁଳି ପତ୍ରରେ ଏକ ପେଷ୍ଟ ତିଆରି କରି ଏହାକୁ ଆଙ୍ଗୁଳିରେ ଦାନ୍ତ ଘଷାନ୍ତୁୟ ୨ମିନିଟ ଯାଏଁ ନିଜ ଦାନ୍ତରେ ସେମିତି ଲାଗି ରହିବାକୁ ଦିଅନ୍ତୁ । ଏହାପରେ ପାଟି ଧୋଇ ଟୁଥପେଷ୍ଟରେ ଦାନ୍ତ ଘଷିପାରିବେ ।
ପିଜୁଳି ପତ୍ରରେ ଥିବା ଔଷଧୀୟ ଗୁଣ ଆମ ଦାନ୍ତକୁ ସଫା କରିବା ସହ ପାଟି ଭିତରକୁ ମଧ୍ୟ ସୁସ୍ଥ ରଖିଥାଏ । ଏହାସହ ଆପଣ ଆଉ ଏକ ଉପାୟ ମଧ୍ୟ କରିପାରିବେ । କଦଳୀ ଖାଇସାରିବା ପରେ ତା’ର ଚୋପାକୁ ନ ଫିଙ୍ଗି ଛୋଟ ଛୋଟ କରି କାଟି ଦିଅନ୍ତୁ ଓ ଏହାର ଭିତର ପଟରେ ଦାନ୍ତକୁ ଭଲ ଭାବେ ସଫା କରନ୍ତୁ ।
ଏହାପରେ ଉଷୁମ ପାଣିରେ ପାଟି ଧୋଇ ଦିଅନ୍ତୁ । ଏହି ଦୁଇଟି ଉପାୟକୁ ଆପଣ ସବୁଦିନ କଲେ ମଧ୍ୟ ଚଳିବ । ଦେଖିବେ ଅଳ୍ପଦିନରେ ଆପଣଙ୍କ ଦାନ୍ତ ଏକଦମ ଧଳା ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।