ଖାଲି Tapaswini ଠୁ ନୁହେଁ ପୁରା ଜୁଡିସିଆରି ସିଷ୍ଟମ ଠୁ ଲୁଚିଛନ୍ତି Sumit, ଦେଖନ୍ତୁ ଏହି ଚର୍ଚ୍ଚିତ ବୈବାହିକ ବିବାଦ ଉପରେ କ’ଣ ମତ ଦେଲେ ବରିଷ୍ଠ ଆଇନଜୀବୀ Bana Mohanty, ଦେଖନ୍ତୁ video

ତପସ୍ଵିନୀ ଓ ସୁମିତଙ୍କ ବୈବାହିକ ବିବାଦ ଦିନକୁ ଦିନ ଅଡୁଆ ସୂତାରେ ଗୁନ୍ଥି ହେବାର ଲାଗିଛି । ତପସ୍ଵିନୀଙ୍କ ସମସ୍ତ ତପସ୍ୟା ବିଫଳ ହୋଇଛି । ସ୍ଵାମୀ ଓ ଶାଶୁଘରେ ରହିବାର ସମସ୍ତ ସ୍ଵପ୍ନ ଭାଙ୍ଗି ଛାରଖାର ହୋଇଯାଇଛି । ବର୍ଷେ ତଳେ ପରସ୍ପରକୁ ଭଲ ପାଇ ବିବାହ କରିଥିଲେ ତପସ୍ଵିନୀ ଏବଂ ସୁମିତ । କିନ୍ତୁ ଏଇ ଅଳ୍ପଦିନ ମଧ୍ୟରେ ତାଙ୍କ ମଧ୍ୟରେ ଥିବା ଭଲ ପାଇବା ବିବାଦରେ ପରିବର୍ତ୍ତନ ହୋଇଯାଇଛି । ସୁମିତ ତପସ୍ଵିନୀଙ୍କ ହାତ ଛାଡିବାକୁ ନିଷ୍ପତ୍ତି ନେଇଥିବା ବେଳେ ତପସ୍ଵିନୀ ସ୍ଵାମୀଙ୍କ ପାଖେ ରହିବାର ଜିଦ୍ ଧରି ବସିଥିଲେ ।

ଆଉ ତାଙ୍କ ଆବେଦନକୁ ସ୍ଵୀକାର କରି ଏସଡ଼ିଜେଏମ କୋର୍ଟ ଉଭଯଙ୍କୁ ଏକାଠି ରହିବାକୁ ଆଦେଶ ମଧ୍ୟ ଦେଇଥିଲେ । କିନ୍ତୁ ସାତଦିନ ଏକାଠି ରହିବା ପରେ ଯେତେବଳେ କୋର୍ଟ ଆଉ ସାତଦିନ ଏକାଠି ରହିବାକୁ କହିଥିଲେ, ସେତେବେଳେ ଟପ୍ସସ୍ଵିନୀଙ୍କୁ ଛାଡି ଫେରାର ହୋଇ ଯାଇଛନ୍ତି ସୁମିତ । ତେବେ ସୁମିତଙ୍କ ଏଭଳି ଫେରାର ହେବାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରା ଯାଉଥିବା ବେଳେ ବରିଷ୍ଠ ଆଇନଜୀବୀ ବନ ମହାନ୍ତି ମଧ୍ୟ ଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ଶ୍ରୀଯୁକ୍ତ ମହାନ୍ତିଙ୍କ କହିବା ମୁତାବକ ସୁମିତ କେବଳ ତପସ୍ଵିନୀଙ୍କ ଠାରୁ ନୁହେଁ ବରଂ ପୁରା ଆଇନବ୍ୟବସ୍ଥା ଠାରୁ ଲୁଚିଛନ୍ତି । ସୁମିତ ଯଦି ତପସ୍ଵିନୀଙ୍କ ସହ ରହିବାକୁ ଚାହୁଁ ନଥିଲେ ତେବେ ସେ କୋର୍ଟଙ୍କ ଆଦେଶକୁ ରକ୍ଷା କରିପାରିବେ ନାହିଁ ବୋଲି ପ୍ରଥମରୁ ଜଣାଇ ଦେଇ ପାରିଥାନ୍ତେ । କିନ୍ତୁ ସେ ସାତଦିନ ଯାଏଁ ତପସ୍ଵିନୀଙ୍କ ସହ ଏକାଠି ରହିଥିଲେ । ହେଲେ ସେ ବାରଣ୍ଡାରେ ଶୋଉଥିଲେ ଏବଂ ତପସ୍ଵିନୀ ସୁମିତଙ୍କ ମଧ୍ୟରେ କୌଣସି ସ୍ଵାମୀ-ସ୍ତ୍ରୀ ସମ୍ପର୍କ ସ୍ଥାପନ ହୋଇନାହିଁ ବୋଲି ତପସ୍ଵିନୀଙ୍କ ବୟାନରୁ ଜଣାପଡୁଛି ।

ସୁମିତଙ୍କ ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି ଆଇନଜୀବୀ ବନ ମହାନ୍ତି । କୋର୍ଟ ସୁମିତଙ୍କୁ ଆଦେଶ ଦେଇଥିଲେ ଯେ ସେ ତପସ୍ଵିନୀଙ୍କୁ ନେଇ ରଖିବେ ଏବଂ ଜଣେ ସ୍ଵାମୀ ହିସାବରେ ତାଙ୍କର ସମସ୍ତ ଦାୟିତ୍ଵ ଓ ଖର୍ଚ୍ଚ ବହନ କରିବେ । କିନ୍ତୁ ସୁମିତ ତପସ୍ଵିନୀଙ୍କୁ ଏକାକୀ ଛାଡି ଫେରାର ହୋଇ ଯାଇଛନ୍ତି । ସୁମିତ ଏଭଳି ନକରି ସମସ୍ତଙ୍କ ସାମନାକୁ ଆସି କହିବାର ଥିଲା ସେ ଆଉ ତପସ୍ଵିନୀଙ୍କୁ ରଖିବାକୁ ଚାହୁଁ ନାହାନ୍ତି ବୋଲି ।

ସୁମିତ ସତକୁ ସାମ୍ନା କରିବା ଉଚିତ । ଏହାସହ ତପସ୍ଵିନୀ ଏବଂ ସୁମିତ ଆଉ ଏକାଠି ରହିବା ଭଳି ମନେ ହେଉନାହିଁ ବୋଲି କହିଛନ୍ତି ଆଇନଜୀବୀ ବନ ମହାନ୍ତି । ତେବେ ଏହି ପ୍ରସଙ୍ଗରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।