‘ଯଦି ତପସ୍ଵିନୀଙ୍କୁ ଶଶୁର ଘର ଲୋକମାନେ ଟର୍ଚର କରୁଥିଲେ ତେବେ ସେ…’ Tapaswini ଙ୍କ ବିଷୟରେ ସୁମିତଙ୍କ ଓକିଲ ଯାହା କହିଲେ ଶୁଣିଲେ ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ଆଜି ୨୭ ତାରିଖ ସୋମବାର ଦିନ ତପସ୍ଵିନୀ ଓ ସୁମିତଙ୍କ କେସର ଶୁଣାଣୀ ଥିଲା । ପ୍ରଥମେ ତପସ୍ଵିନୀଙ୍କ ଓକିଲ କୋର୍ଟ ବାହାରକୁ ଆସି ଗଣମାଧ୍ୟମକୁ କେସ ସମ୍ବନ୍ଧିତ କିଛି ସୂଚନା ଦେଲେ ଓ ସୁମିତଙ୍କ ଓକିଲ ବି ଗଣମାଧ୍ୟମ ସାମ୍ନାକୁ ଆସି ସୂଚନା ଦେଲେ । ସୁମିତଙ୍କ ଓକିଲ କହିଲେ କି କୋର୍ଟ ନିର୍ଦ୍ଦେଶ ଦେଇଥିଲେ କି ସୁମିତ ଯେଉଁ ସରକାରୀ ହସ୍ପିଟାଲରେ ଚାକିରି କରିଛନ୍ତି ସେଠି ସେ ତପସ୍ଵିନୀଙ୍କୁ ରଖିବେ ଓ ଏହି ନିର୍ଦ୍ଦେଶକୁ ଆମେ ଚ୍ୟାଲେଞ୍ଜ କରିଥିଲୁ ଏବଂ ଆଜି ଏହି କେସ ଉପରେ ଶୁଣାଣୀ ହୋଇଛି ।

କିନ୍ତୁ କୋର୍ଟ ପୁଣି ଥରେ ଏହି କେସର ଶୁଣାଣୀ ପାଇଁ ୪ ତାରିଖର ଡେଟ ଦେଇଛନ୍ତି । ତପସ୍ଵିନୀ ସୁମିତ ଓ ତାଙ୍କର ପରିବାର ନାଁଙ୍କ ବିରୁଦ୍ଧରେ ଏପ୍ରିଲ ମାସରେ ନିରଯାଆତନା କେସ କରିଥିଲେ । ସେପ୍ଟେମ୍ବର ମାସରେ ସୁମିତ ଗୋଟିଏ ଡିଭର୍ସ କେସ ଫାଇଲ କରିଛନ୍ତି । ନିରଯାଆତନା କେସ ପୂର୍ବରୁ ତପସ୍ଵିନୀ ସୁମିତଙ୍କ ଘର ଛାଡି ଚାଲି ଯାଇ ଥିଲେ । ତପସ୍ଵିନୀ ବର୍ତ୍ତମାନ ଯେଉଁ ଦାବି କରୁଛନ୍ତି କି ସେ ସୁମିତଙ୍କ ଘରେ ରହିବେ, ଏହା ଆଇନ ଗତ ସଠିକ ନୁହେଁ ।

ଏହାକୁ ନେଇ ଆମେ ଯୁକ୍ତି କରିଛୁ । ସୁମିତଙ୍କ ଓକିଲ ଆଗକୁ କହିଲେ କି ଆମେ ଏହା ବି ଦର୍ଶାଇଛୁ କି ତପସ୍ଵିନୀ କୌଣସି ବି ଅବସ୍ଥାରେ ତାର ଶଶୁର ଘରେ ଶାନ୍ତିରେ ରହିବାକୁ ଚାହୁଁ ନାହାନ୍ତି କାରଣ ଯଦି ସେ ଚାହିଁ ଥାନ୍ତେ ତେବେ ୨୦ ୧୨ ୨୦୨୧ରେ ସେ ଅନ୍ୟ କେତେକ ମହିଳାମାନଙ୍କୁ ଧରି ସୁମିତଙ୍କ ଘର ଭିତରକୁ ଯେମିତି ପସିବାକୁ ଚେଷ୍ଟା କରି ନ ଥାନ୍ତେ ।

ଏଥିପାଇଁ ଥାନାରେ ଗୋଟିଏ କେସ ହୋଇଛି । କହିବାକୁ ଗଲେ ଆମେ କହିଲୁ କି ନିରଯାଆତନା କେସ ହେବାର ବହୁତ ପୂର୍ବରୁ ୪୯୮ କେସ ଓ ଡିଭର୍ସ କେସ ପେଣ୍ଡିଙ୍ଗ ଅଛି, ଏମିତିରେ ଯଦି ତପସ୍ଵିନୀ ଶଶୁର ଘରେ ରହିବେ ତେବେ ବହୁତ ଅସୁବିଧା ହୋଇପାରେ । କିନ୍ତୁ କୋର୍ଟ ଯଦି କହିବେ ତେବେ ତପସ୍ଵିନୀ ବାହାରେ ରହିବେ ଓ ସୁମିତ ତାଙ୍କର ଭଡା ଘରର ମୂଲ୍ୟ ଦେବେ । ତେବେ ସୁମିତ ଏଥିରେ ରାଜି ଅଛନ୍ତି ।

ଏହି କ୍ରମରେ ବୈଦ୍ୟନାଥ ଥାନା ଅଧିକାରୀ ନିଜର ଏକ ରିପୋର୍ଟରେ କହିଥିଲେ କି ଉଭୟ ମିଳିତ ଭାବେ ଗୋଟିଏ ସ୍ଥାନରେ ରହିବା ପାଇଁ ରାଜି ନୁହନ୍ତି । କାରଣ ସୁମିତ ଯେଉଁ ସ୍ଥାନରେ ରହିବାକୁ ଚାହୁଁ ଥିଲେ ସେଠି ତପସ୍ଵିନୀ ରହିଲେ ନାହିଁ ଓ ତପସ୍ଵିନୀ ଯେଉଁ ସ୍ଥାନ ଚାହୁଁ ଥିଲେ ସେଠି ସୁମିତ ଚାହିଁଲେ ନାହିଁ ।