ବହୁ ବାଦବିବାଦ ମଧ୍ୟରେ ଗଡି ଚାଲିଛି ତପସ୍ଵିନୀ ଓ ସୁମିତଙ୍କ ପାରିବାରିକ ବିବାଦ । ଗତକାଲି କୋର୍ଟରେ ତପସ୍ଵିନୀଙ୍କ ଶୁଣାଣି ଥିବା ବେଳେ ତପସ୍ଵିନୀ ଅସୁସ୍ଥ ଥିବା ଜଣାପଡିଛି । ତପସ୍ଵିନୀଙ୍କ ଓକିଲ ଏହି କଥା ମିଡିଆ ଆଗରେ ଜଣାଇଛନ୍ତି । ଅସୁସ୍ଥ ଥିବାରୁ ତପସ୍ଵିନୀ ଗତକାଲି ଶୁଣାଣି ପାଇଁ କୋର୍ଟରେ ହାଜିର ହୋଇ ପାରି ନାହାନ୍ତି । ଯାହାଫଳରେ ସେମାନେ କୋର୍ଟଙ୍କୁ ସମୟ ମାଗିଛନ୍ତି, ଆଉ କୋର୍ଟ ଏହି ଶୁଣାଣିକୁ ୧୦ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ।
ସେହିପରି ତପସ୍ଵିନୀଙ୍କ ଶାଶୁ ଓ ଗୋସେଇଁ ଶାଶୁଙ୍କ ସୁରକ୍ଷା ପାଇଁ ସୁମିତଙ୍କ ପରିବାର ଆଉ ଏକ କେସ ଦେଇଥିଲେ, ତା’ର ଶୁଣାଣି ମଧ୍ୟ କାଲି ରହିଥିଲା । ସେହି କେସରେ ସୁମିତଙ୍କ ପରିବାର ଉପସ୍ଥିତି ନ ରହିବାରୁ ତାହା ମଧ୍ୟ ଆସନ୍ତା ୯ ତାରିଖକୁ ଘୁଞ୍ଚିଛି । ଜିଲ୍ଲା ଦୌରାଜଜ ତପସ୍ଵିନୀଙ୍କୁ ସୁମିତଙ୍କ ଘରେ ରହିବାକୁ ପରାମର୍ଶ ଦେବା ସହ ତପସ୍ଵିନୀଙ୍କୁ ମାସିକ ଖର୍ଚ୍ଚ ବାବଦକୁ ୧୭ ହଜାର ଟଙ୍କା ଦେବା ପାଇଁ ଆଦେଶ ଦେଇଥିଲେ ।
କିନ୍ତୁ ତପସ୍ଵିନୀ ଏଯାଏଁ ଟଙ୍କା ପାଇ ନଥିବାରୁ ସେହି ମାମଲାରେ ତାଙ୍କ ପକ୍ଷରୁ ଆଉ ଏକ ମାମଲା ରୁଜୁ କରିଛନ୍ତି । ତେବେ ତା’ପରେ ବର୍ତ୍ତମାନ ସୁଦ୍ଧା କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ । ଆଉ ଜିଲ୍ଲା କୋର୍ଟରେ ଦାୟର ହୋଇଥିବା ଆଉ ଏକ କେସ ୭ ତାରିଖକୁ ରହିଛି । ସୁମିତଙ୍କ ଘରର ଗେଟ ଭାଙ୍ଗିବାକୁ ନେଇ ସେମାନେ ହାଇକୋର୍ଟରେ ଏକ କେସ ଦାଖଲ କରିଛନ୍ତି ।
ଯାହାକୁ ନେଇ ତପସ୍ଵିନୀଙ୍କୁ ଏବେ ଯାଏଁ କୌଣସି ନୋଟିସ ମିଳିନାହିଁ ବୋଲି ତାଙ୍କ ଓକିଲ କହିଛନ୍ତି । ଏହି ମାମଲା ସମ୍ପର୍କରେ ସେମାନେ କେବଳ ଗଣମାଧ୍ୟମରୁ ଶୁଣିବାକୁ ପାଇଛନ୍ତି ବୋଲି କହିଛନ୍ତି । ଏହି ମାମଲାରେ ଆସନ୍ତା ୮ ତାରିଖରେ ଶୁଣାଣି ରହିଛି ବୋଲି ଶୁଣିବାକୁ ମିଳୁଥିବା ବେଳେ ଏପର୍ଯ୍ୟନ୍ତ ଏହି ମାମଲାରେ ସରକାରୀ ଭାବେ କୌଣସି କାଗଜପତ୍ର ସେମାନଙ୍କର ହସ୍ତଗତ ହୋଇନାହିଁ ବୋଲି କହିଛନ୍ତି ତପସ୍ଵିନୀଙ୍କ ଓକିଲ । ତେବେ ତପସ୍ଵିନୀଙ୍କ ଦେହ ଅସୁସ୍ଥ ରହିଛି ।
ତେଣୁ ଗତକାଲି ସେ ଶୁଣାଣି ପାଇଁ କୋର୍ଟ ଆସି ପାରି ନାହାନ୍ତି । ଯାହାଫଳରେ ହାଇକୋର୍ଟ ତାଙ୍କୁ ଅନ୍ୟ ଏକ ତାରିଖ ଦେଇଛନ୍ତି । ସୁସ୍ଥ ହେବା ପରେ ତପସ୍ଵିନୀ ଶୁଣାଣିରେ ହାଜିର ହେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।