ତପସ୍ଵିନୀ ସୁମିତଙ୍କ ପରିବାରକୁ ବାହାରୁ ତାଲା ପକାଇ ରଖିଛନ୍ତି, ଆମକୁ ଦେଖିଲା ପରେ ଯାଇ ତାଲା ଖୋଲିଲେ, ଦେଖନ୍ତୁ Live ଭିଡିଓ

ବର୍ତ୍ତମାନ ଶୁଣିବାକୁ ମିଳୁଛି କି ତପସ୍ଵିନୀ ସୁମିତଙ୍କ ପରିବାରକୁ ତାଙ୍କ ଘରେ ତାଲା ପକାଇ ରଖିଛନ୍ତି । ଏହା ମିଛି ନ ସତ ଏହା କହିବା କଷ୍ଟକର । କିନ୍ତୁ ଏହି ସମ୍ବନ୍ଧିତ ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସୁଛି । ଯାହାକୁ ଦେଖିବା ପରେ ଏହିଭଳି କିଛି ହୋଇପାରେ ବୋଲି ସନ୍ଦେହ କରାଯାଉଛି । ସିସିଟିଭି ଫୁଟେଜରେ ଆପଣ ଦେଖି ପାରିବେ କି ଗତକାଲି ଦୁଇ ଜଣ ଓକିଲ ବାଇକରେ ବସି ସୁମିତଙ୍କ ଘର ପାଖକୁ ଆସୁଛନ୍ତି । ଦୁଇ ଜଣ ଓକିଲ ଓ ପୋଲିସ ଅଧିକାରୀ ସୁମିତଙ୍କ ଘରର ଅନ୍ୟ ଏକ ଗେଟ ପାଖକୁ ଯାଉଛନ୍ତି ।

ଏହା ମଧ୍ୟରେ ତପସ୍ଵିନୀ ଓ ପ୍ରମିଳା ମାଉସୀ ସୁମିତଙ୍କ ଘରର ଗେଟକୁ ଯାଉଛନ୍ତି ଓ ବାହାରକୁ ଚାଲି ଆସୁଛନ୍ତି, ଏହା ପରେ ସୁମିତଙ୍କ ଘରକୁ ଆସିଥିବା ଓକିଲ ଘର ଭିତରକୁ ଯାଉଛନ୍ତି । ଯେତେବେଳେ ଏହି ସମ୍ବନ୍ଧରେ ସୁମିତଙ୍କ ଓକିଲ ଶ୍ରୀଯୁକ୍ତ ବେହରାଙ୍କୁ ପଚରାଗଲା ତେବେ ସେ ଏହି ସମ୍ବନ୍ଧରେ ବିଶେଷ ସୂଚନା ଦେଲେ ।

କହିବାକୁ ଗଲେ ଗତକାଲି ତପସ୍ଵିନୀ ବୟାନ ଦେଇଥିଲେ କି ଗତକାଲି ତାଙ୍କ ରୁମକୁ ଅଜଣା ବ୍ୟକ୍ତି ପଶି ଯାଇ ଥିଲେ । କିନ୍ତୁ ଯେତେବେଳେ ସେ ଜାଣି ପାରିଲେ କି ଆପଣମାନେ ଥିଲେ ତେବେ ଯିବାକୁ ଦେଲେ । ଓକିଲ ଶ୍ରୀଯୁକ୍ତ ବେହରା କହିଲେ କି ଆମର କ୍ଲାୟେନ୍ଟ ଗୃହବନ୍ଦୀ ଅଛନ୍ତି । କିନ୍ତୁ ସେମାନଙ୍କର କିଛି ସିଗ୍ନେଚର ଦରକାର ହେଉଛି କାରଣ କୋର୍ଟରେ ତାଙ୍କର କେସ ଚାଲିଛି ।

ସେଥିପାଇଁ ଆମେ ଯାଇ ଥିଲୁ । ଏହି ସମୟରେ ତପସ୍ଵିନୀ ଓ ପ୍ରମିଳା ମାଉସୀ ରାସ୍ତା ଉପରେ ଚେୟାର ପକାଇ ବସିଥିଲେ । ସେହି ସମୟରେ ତାଙ୍କ ପାଖରେ ବିଏନପୁର ଥାନାର ଆଇଆଇସି ଥିଲେ ଓ ଲେଡି କନସ୍ଟେବଲ ଥିଲେ । ଆମେ ପ୍ରଥମେ ଘର ଭିତରକୁ ପ୍ରବେଶ କରି ନ ଥିଲୁ । ପ୍ରଥମେ ତପସ୍ଵିନୀ ଓ ପ୍ରମିଳା ମାଉସୀ ଗେଟ ଭିତରକୁ ଗଲେ ଓ ତାଙ୍କ ଜିନିଷ ସବୁ ସାଇଡ କରିଲେ, ଘର ଭିତରରେ ସେମାନେ ଯେଉଁ ତାଲା ମାରି ରଖିଥିଲେ ଆମକୁ ଦେଖିବା ପରେ ଖୋଲି ଦେଲେ ।

ଆମେ ଆଇଆଇସି ଓ ଲେଡି କନସ୍ଟେବଲଙ୍କ ଉପସ୍ଥିତିରେ ପ୍ରମୋଦ ସାହୁଙ୍କୁ ଝରକା ରାସ୍ତାରେ ଫାଇଲ ଦେଲୁ ସେମାନେ ସାଇନ କରିଲେ ଓ ଆମେ ଫାଇଲ ନେଇ ଚାଲି ଆସିଲୁ । କହିଦେଉଛୁ କି ଗତକାଲି ୨୭ ତାରିଖ ଦିନ ଏହି ମାମଲାରେ କୋର୍ଟ ପୁଣି କିଛି ନିଷ୍ପତି ନିଆଯିବ ।