ଦୀର୍ଘ ଦିନ ଧରି ପ୍ରେମିକ ଦିନେଶଙ୍କ ଘରଆଗରେ ନ୍ୟାୟ ଅପେକ୍ଷାରେ ଧାରଣା ଦେଇ ଆସୁଛନ୍ତି ବ୍ରହ୍ମପୁରର କେ. ଦୀପିକା । ନିଜ ପୁଅକୁ ବାପାର ପରିଚୟ ଏବଂ ନିଜେ ସ୍ତ୍ରୀର ଅଧିକାର ପାଇବା ପାଇଁ ଏବେ ବି ସେ ସଂଘର୍ଷ ଜାରି କରିଛନ୍ତି । କିଛିଦିନ ହେଲା ମାମଲା ସାମାନ୍ଯ ଥମି ଯାଇଥିବା ବେଳେ ଏବେ ପୁଣି ଥରେ ସରଗରମ ହୋଇଛି ଦୀପିକା ଓ ଦିନେଶଙ୍କ ମାମଲା । ଗଣେଶ ପୂଜା ପରଠାରୁ ଦିନେଶଙ୍କ ପରିବାର କୁଆଡେ ଚାଲି ଯାଇଥିବା ବେଳେ କେବଳ ଦିନେଶଙ୍କ ବାପା ମଝିରେ ମଝିରେ ଘରକୁ ଆସୁଥିଲେ ।
ହେଲେ ଗତ ଦୁଇରୁ ତିନିଦିନ ଧରି ପ୍ରବଳ ବର୍ଷା ହେଉଥିବା ବେଳେ ଏହାରି ମଧ୍ୟରେ ନିଜ ଘରକୁ ଫେରିଥିଲେ ଦିନେଶଙ୍କ ପୁରା ପରିବାର। ଘରକୁ ଫେରିବା ସହ ଘରଆଗରେ ପାଲ ଟାଣି ବସିଥିବା ଦୀପିକାଙ୍କ ପାଲ ଚିରିଦେବା ସହ ଓ ଜିନିଷପତ୍ର ସବୁକୁ ଫୋପଡାଫିଙ୍ଗା କରିଥିଲେ । ଯାହାପରେ ଉଭୟ ଦୀପିକାୟ ଦିନେଶଙ୍କ ଘରଲୋକଙ୍କ ମଧ୍ୟରେ କଳିଝଗଡା ଦେଖା ଦେଇଥିଲା ଏବଂ ସ୍ଥାନୀୟ ଅଞ୍ଚଳରେ ବିଶୃଙ୍ଖଳାଜନିତ ପରିସ୍ଥିତି ଉପୁଜିଥିଲା ।
ଏହି ଘଟଣା ପରେ ପୋଲିସ ଆସି ଉଭୟ ପାର୍ଟିଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଚେତାବନୀ ଦେବା ସହ ଦିନେଶଙ୍କ ବାପା ଓ ମା’ଙ୍କୁ ଥାନାକୁ ମଧ୍ୟ ଡ଼ାକିଥିଲା । ତେବେ ଦୀପିକା ଲକ୍ଷ ଲକ୍ଷ ଟଙ୍କା ନେବା ପାଇଁ ଏଭଳି କରୁଥିବା ଅଭିଯୋଗ ଆଣିଛନ୍ତି ଦିନେଶଙ୍କ ମା ଓ ବାପା । କିନ୍ତୁ ପୂର୍ବରୁ ଦୀପିକାଙ୍କୁ ଟଙ୍କା ଯଚା ଯାଇଥିବା ଓ ସେ ସିଧାସଳଖ ଟଙ୍କା ନେବାକୁ ମନା କରି ଦେଇଥିବା କହିଥିଲେ ।
ଆଉ ଏହି ଘଟଣା ପରେ ଦୀପିକାଙ୍କ ଓକିଲ ମଧ୍ୟ ସମାନ କଥା କହିଛନ୍ତି । ସେ କହିଛନ୍ତି, ଯଦି ଟଙ୍କା ନେବାର ଥିଲା ତେବେ ଦୀପିକା କେବେଠୁ ଟଙ୍କା ନେଇ ଚୁପ୍ ବସି ସାରନ୍ତେଣି । କିନ୍ତୁ ସେ ଏତେ ଦିନ ହେବ ଏତେ କଷ୍ଟ ସହି କାହିଁକି ସେଠି ବସିରହିଛି ? ଉଭୟପକ୍ଷ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ମାଜିଷ୍ଟ୍ରେଟ ପାଖରେ ଯାଇ ମଧ୍ୟ ଦସ୍ତଖତ କରି ଆସିଥିଲେ ।
ହେଲେ ପୋଲିସ ସେହି ସ୍ଥାନରେ ଉପସ୍ଥିତ ଥିଲେ ମଧ୍ୟ ତାଙ୍କ ସାମ୍ନାରେ ଦିନେଶଙ୍କ ପରିବାର ଦୀପିକାଙ୍କ ସହ ଏଭଳି ଗଣ୍ଡଗୋଳ କରିଛନ୍ତି । ଦୀପିକା କେବଳ ନ୍ୟାୟ ପାଇଁ ଏହି ସଂଘର୍ଷ ଆରମ୍ଭ କରିଛି ଟଙ୍କା ପାଇଁ ନୁହେଁ ବୋଲି ତାଙ୍କ ଓକିଲ ସ୍ପଷ୍ଟ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।