ଗାଡି ଚାଳକଙ୍କ ପାଇଁ ଆଶ୍ବସ୍ତିକର ଖବର, ଶସ୍ତା ପେଟ୍ରୋଲ ଓ ଡିଜେଲ… ଦେଖନ୍ତୁ କେତେ ଶସ୍ତା ହେଲା Petrol ଓ Diesel ?

ଗାଡିଚାଳକ ତଥା ପେଟ୍ରୋଲ ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ହୋଇଛି ଅର୍ଥାତ ତଳକୁ ଖସିଛି । ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁକ୍ଲ ହ୍ରାସ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବିଶେଷ ସୂଚନା ଦେଇଛନ୍ତି । ୟୁକ୍ରେନ ଓ ଋଷ ଯୁଦ୍ଧ ପ୍ରଭାବରେ ଗତ କିଛି ଦିନ ହେଲା ପୁଣି ଥରେ ପେଟ୍ରୋଲ ଦରରେ ଲଗାତାର ବୃଦ୍ଧି ଦେଖିବାକୁ ମିଳିଥିଲା । ଯାହାଫଳରେ ସାଧାରଣ ଜନତା ଖୁବ ଅସୁବିଧାର ସମୁଖୀନ ହେଉଥିଲେ ।

ଆଜିକାଲି ପ୍ରାୟ ଘରେ ଘରେ ଏକାଧିକ ଗାଡି ରହିଛି । ପ୍ରତିଦିନ ଯାତାୟାତ ପାଇଁ ଲୋକମାନେ ଗାଡି ଉପରେ ନିର୍ଭର କରନ୍ତି । କିନ୍ତୁ ପ୍ରତ୍ଯେକ ଦିନ ମହଙ୍ଗା ଦରରେ ପେଟ୍ରୋଲ ପକାଇ ଯାତାୟାତ କରିବା ଲୋକଙ୍କ ପକେଟ ଓ ବଜେଟ ଉପରେ ଭାରି ପଡୁଛି । ଯାହାକୁ ନେଇ ସର୍ବ ସାଧାରଣରେ ଅସନ୍ତୋଷ ବଢୁଥିଲା । କାରଣ ପେଟ୍ରୋଲ ଦର ଲିଟର ପିଛା ୧୧୦ଟଙ୍କା ରୁ ମଧ୍ୟ ଅଧିକ ଟଙ୍କା ରହିଥିଲା ।

କିନ୍ତୁ ଏବେ ପେଟ୍ରୋଲ ଦର ସାମାନ୍ଯ ହ୍ରାସ ପାଇବା ପରେ ଜଣ ସାଧାରଣଙ୍କ ମଧ୍ୟରେ ସାମାନ୍ଯ ଆଶ୍ଵସ୍ତି ଦେଖିବାକୁ ମିଳିଛି । ପରିବର୍ତ୍ତିତ ପେଟ୍ରୋଲ ଦର ଅନୁସାରେ ଲିଟର ପିଛା ଏହାର ୮ ଟଙ୍କା ଏକ୍ସସାଇଜ ଡ୍ଯୁଟି ହ୍ରାସ ପାଇଥିବା ବେଳେ ଡିଜେଲରେ ଲିଟର ପିଛା ପ୍ରାୟ ୬ ଟଙ୍କା ଏକ୍ସସାଇଜ ଡ୍ଯୁଟି ହ୍ରାସ ପାଇଛି ।

ଏହି ସଂଶୋଧିତ ଦର ଅନୁସାରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୯ ଟଙ୍କା ୫୦ ପଇସା ଶସ୍ତା ହେବା ସହ ଡିଜେଲ ମଧ୍ୟ ଲିଟର ପିଛା ପ୍ରାୟ ୭ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେବ । ଏହାସହ ଇନ୍ଧନ ଗ୍ଯାସ ଦର ମଧ୍ୟ ସିଲିଣ୍ଡର ପିଛା ୨୦୦ ଟଙ୍କା ହ୍ରାସ କରାଯିବ ବୋଲି ସୂଚନା ରହିଛି । ଗତ କିଛି ମାସ ଧରି ଇନ୍ଧନ ଗ୍ଯାସ ଦର ମଧ୍ୟ ସିଲିଣ୍ଡର ପିଛା ପ୍ରାୟ ୧୦୦୦ ଟଙ୍କାରୁ ଉର୍ଦ୍ଧ୍ଵ ରହିଥିଲା । ଯାହା ଫଳରେ ସାଧାରଣ ଘରର ବଜେଟ ଉପରେ ଏକ ବଡ ଧରଣର ପ୍ରଭାବ ପକାଉଥିଲା ।

କିନ୍ତୁ ଏବେ ଇନ୍ଧନ ଗ୍ଯାସ ଦର ଶସ୍ତା ହେବା ସହ ୧୨ଟି ସିଲିଣ୍ଡର ଯାଏଁ ୨୦୦ ଟଙ୍କା ସବସିଡି ମଧ୍ୟ ମିଳିବ । ଏହାଦ୍ବାରା ଉଜ୍ଵଳା ଯୋଜନାରେ ଥିବା ପ୍ରାୟ ୯ କୋଟି ଲାଭାର୍ଥୀ ଉପକୃତ ହେବେ ବୋଲି କୁହାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।