ବୋହୂ Aishwarya ଙ୍କୁ ପଚରା ଉଚରା କରିବାରୁ ରାଜ୍ୟସଭାରେ ତାତିଗଲେ ଶାଶୁ Jaya Bachan, ସେ ଯାହା ସବୁ କହିଲେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ video

ବୋହୂକୁ ପଚରାଉଚରା କରାଯିବାରୁ ରାଗିଗଲେ ଶାଶୁ । ଶାସକ ଦଳ ଉପରେ ରାଜ୍ୟସଭାରେ ବର୍ଷିଲେ ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ । ବଲିଉଡ ଅଭିନେତ୍ରୀ ଐଶ୍ଵର୍ଜ୍ଯା ରାୟ ବଚ୍ଚନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦିଲ୍ଲୀରେ ୫ ଘଣ୍ଟା ଜେରା କରିଛି । ଗତକାଲି ପାନାମା ପେପର୍ସ ଲିକ୍ ମାମଲାରେ ଇଡ଼ି ରେ ହାଜିର ହୋଇଥିଲେ ଐଶ । ବଚ୍ଚନ ପରିବାରର ବୋହୂଙ୍କୁ ଇଡ଼ି ଜେରା କରୁଥିବା ବେଳେ ସମାଜବାଦୀ ପାର୍ଟି ସାଂସଦ ତଥା ଐଶ୍ଵର୍ଜ୍ଯାଙ୍କ ଶାଶୁ ଜୟା ବଚ୍ଚନ ରାଜ୍ୟସଭାରେ ପ୍ରବଳ ରାଗି ଯାଇଥିଲେ ।

ସେ ଶାସକ ଦଳକୁ ଇଙ୍ଗିତ କରି କହିଥିଲେ କି, ‘ତୁମ ମାନଙ୍କର ମଧ୍ୟ ଖରାପ ସମୟ ଆସିବ, ମୁଁ ଅଭିଶାପ ଦେଉଛି ।’ ଜୟା ବଚ୍ଚନ ରାଜ୍ୟସଭାରେ ରାଗିଯାଇ ଶାସକ ଦଳକୁ ଏହିପରି ଅଭିଶାପ ଦେଇଥିଲେ । ନାରକୋଟିକ୍ସ ଓ ଡ୍ରଗ୍ସ ଉପରେ ଆଲୋଚନା ବେଳେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା । ମୁଖ୍ଯତଃ ଶାସକ ଦଳକୁ ଲକ୍ଷ କରି ସେ ଏପରି ବର୍ଷିଥିଲେ । ଏପରିକି ଗୃହର ଅଧ୍ୟକ୍ଷଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିବାକୁ ପଛଘୁଞ୍ଚା ଦେଇ ନଥିଲେ ଜୟା ବଚ୍ଚନ ।

ଅଧ୍ୟକ୍ଷ ବିରୋଧୀଦଳଙ୍କ କଥା ଶୁଣୁ ନାହାନ୍ତି କିମ୍ବା ସେମାନଙ୍କୁ ସୁରକ୍ଷା ଦେଉ ନାହାନ୍ତି ବୋଲି ସେ କହୁଥିଲେ । ଏହି ସମୟରେ ଗୃହରେ ଭୁବନେଶ୍ବର କଲିତା ଅଧ୍ୟକ୍ଷତା କରୁଥିଲେ । ରାଜ୍ୟସଭାରେ ରାଗିଯାଇ ଟ୍ରେଜେରୀ ବେଞ୍ଚ ସଦସ୍ୟଙ୍କୁ ଅଭିଶାପ ଦେଇଛନ୍ତି ଜୟା ବଚ୍ଚନ । ଟ୍ରେଜେରୀ ବେଞ୍ଚ ସହ ତୁ ତୁ ମେ ମେ ଭିତରେ ରାଜ୍ୟସଭାରେ ଅଧ୍ୟକ୍ଷତା କରୁଥିବା ଭୁବନେଶ୍ବର କଲିତାଙ୍କୁ ଗୃହକୁ ମୁଲତବୀ କରିବାକୁ ପଡିଥିଲା ।

ରାଜ୍ୟସଭାରେ ଏନଡ଼ିପିଏସ ଆଇନ ସଂଶୋଧନ ବିଲ୍ ଉପରେ ଆଲୋଚନା ବେଳେ ଏପରି ଚିତ୍ର ଦେଖିବାକୁ ମିଳିଥିଲା । ଜୟାଙ୍କ ବୋହୂ ଐଶ୍ଵର୍ଜ୍ଯା ରାୟ ବଚ୍ଚନ ପାନାମା ପେପର୍ସ ମାମଲାରେ ଇଡି ଆଗରେ ହାଜିର ହୋଇଥିଲେ । କୁହାଯାଉଛି କି ଟ୍ରେଜେରୀ ବେଞ୍ଚର ଜଣେ ସଦସ୍ୟ ଜୟାଙ୍କୁ ନେଇ କିଛି ବ୍ୟକ୍ତିଗତ ଆକ୍ଷେପ କରିଥିଲେ । ଏହାକୁ ଉତକ୍ଷିପ୍ତ ହୋଇ ଯାଇଥିଲେ ଜୟା । ଏଥିପାଇଁ ସେ ଅଭିଶାପ ଦେଇଥିବା କହିଛନ୍ତି ।

ସେ ଏତେ ରାଗି ଯାଇଥିଲେ ଯେ ଧଇଁସଇଁ ହେବାକୁ ଲାଗିଥିଲେ । ରାଜ୍ୟସଭାରେ ଜୟାଙ୍କ ଏହିପରି ବ୍ୟବହାର ଆପଣଙ୍କୁ କେତେ ଦୂର ଯୁକ୍ତିଯୁକ୍ତ ଲାଗୁଛି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।