“ତାଙ୍କ ଘରୁ ମୋ ପାଇଁ ବାହାଘର ପ୍ରସ୍ତାବ ଆସିବା ପରେ ଜାଣିଲି, ସେ ବାହା ହୋଇନାହାଁନ୍ତି । ଏମିତି କିଛି କହିଲେ ଓଡିଆ କଳାକାର ବିଶ୍ବଭୂଷଣ ଙ୍କ ସ୍ତ୍ରୀ ରୂପାଲି ।

ନମସ୍କାର ବନ୍ଧୁଗଣ । ଆପଣ ମାନେ ସମସ୍ତେ ଓଡିଆ ସିରିଏଲ ରେ ଖଳନାୟକ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ବିଶ୍ବଭୂଷଣ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ କେବଳ ସିରିଏଲ ନୁହେଁ ବରଂ ଯାତ୍ରା ରେ ମଧ୍ୟ ଖୁବ ନିଖୁଣ ଅଭିନୟ କରି ଲୋକଲୋଚନ କୁ ଆସିଛନ୍ତି । ବିଶ୍ବଭୂଷଣ ଓ ତାଙ୍କ ସ୍ତ୍ରୀ ରୂପାଲି ଗଣମାଧ୍ୟମରେ ନିଜର ବିବାହ ବିଷୟରେ କିଛି ଖାସ କଥା କହିଛନ୍ତି ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ରୂପାଲି କହିଛନ୍ତି ଯେ “ଆମ ବାହାଘରକୁ 2 ବର୍ଷ ହୋଇଗଲାଣି । ମୋରତେ ଘର କାମ କରିବାକୁ ଭଲ ଲାଗେ । ବସିବାକୁ ଜମା ବି ଭଲ ଲାଗେ ନାହିଁ । ଖାଲି ଥିଲେ ମୁଁ ପେଣ୍ଟିଙ୍ଗ କରିବାକୁ ପସନ୍ଦ କରେ । ଆମର ଆରେଞ୍ଜ ମ୍ୟାରେଜ ହୋଇଛି ଆମର ଲଭ ମ୍ୟାରେଜ ନୁହେଁ । ସମସ୍ତେ ଭାବନ୍ତି ଆମର ଲଭ ମ୍ୟାରେଜ କିନ୍ତୁ ଏହା ସତ ନୁହେଁ । ତାଙ୍କ ଘର ତରଫରୁ ପ୍ରସ୍ତାବ ଆସିଥିଲା ।

ଆଉ ଏମିତି ବି ତାଙ୍କ ଘର ଓ ଆମ ଘର ସମ୍ପର୍କୀୟ ହେବେ । ମୁଁ ବାହାଘର ପୂର୍ବରୁ ତାଙ୍କୁ ଦେଖିଥିଲି । ମୁଁ ସିରିଏଲ ଦେଖିବାକୁ ପସନ୍ଦ କରେନି । କିନ୍ତୁ ଟିକଟକ ରେ ତାଙ୍କର ପୋଷ୍ଟ ଆସେ । ମୁଁ ଭାବି ଥିଲି ସେ ମ୍ୟାରେଡ ବୋଲି । ଏତେ କିଛି ଭାବି ନ ଥିଲି । ବାହାଘର ପ୍ରସ୍ତାବ ଆସିବା ପରେ ମୁଁ କ୍ଲିୟର ହେଲି କି ସେ ବାହା ହୋଇ ନାହାନ୍ତି । ତାଙ୍କର ଶୁଟିଙ୍ଗ ନ ଥିଲେ ସେ ସବୁ ଟାଇମ ମୋତେ ଦିଅନ୍ତି ।

ଆମର ହଠାତ ପ୍ଳାନ ହୁଏ ଆମେ ବୁଲିବାକୁ ଯାଉ । ମୁଁ ଘରେ ଯେମିତି ଝିଅ ଭଳି ରହୁଥିଲି ବାହା ହେଲା ପରେ ବି ସେମିତି ଝିଅ ହୋଇ ରହୁଛି । ମୋତେ ସେ ସବୁଥିରେ ସପୋର୍ଟ କରନ୍ତି । ମୋ ମାଇଅଣ୍ଡ କୁ କେବେ ବି ଆସିନି ମୋ ସ୍ଵାମୀ ବଡ କଳାକାର । ଏବେ ଆମେ ଦୁହେଁ ନୂଆ ଦାୟିତ୍ଵ ଉଠାଇବାକୁ ଯାଉଛୁ । ସେଥିପାଇଁ ଆମେ ଦୁହେଁ ବହୁତ ଖୁସି ।

ଗୋଟେ ପିଲା କୁ ସମ୍ଭାଳୁଚି ଆଉ ଏବେ ଆଉ ଗୋଟେ ଛୁଆ କୁ ସମ୍ଭାଳିବି” । ଏ ନେଇ ବିଶ୍ବଭୂଷଣ କହିଛନ୍ତି ଯେ “ମୋ ଦେହ ଖରାପ ଥିବା ବେଳେ ରୂପାଲି ମାନସିକ କରିଥିଲେ । ଆଉ ଦେହ ଭଲ ହେବା ପରେ ସେ ତିରୁପତି ଯାଇ ଲଣ୍ଡା ହୋଇ ଯାଇଥିଲେ । ତାଙ୍କୁ ପାଇ ମୁଁ ବହୁତ ଲକି ନିଜକୁ ମନେ କରୁଛି । ଫ୍ୟାନ୍ସ ମାନେ କେବେ ଦେଖା ହେଲେ ସେ ଯେବେ ଫୋଟୋ ଉଠନ୍ତି ମୁଁ ତାଙ୍କୁ କୁହେ ମୋ ପାଖରେ ରହିବାକୁ ହେଲେ ସେ ରୁହନ୍ତି ନାହିଁ ।

ସେ ମୋର ଓ ଫ୍ୟାନ୍ସ ମାନଙ୍କର ଫୋଟୋ ଉଠାଇଥାନ୍ତି । ଆମେ ଦୁହେଁ ନୂଆ ଦାୟିତ୍ଵ ଉଠାଇବାକୁ ଯାଉଛୁ । ସେଥିପାଇଁ ଜମା ବି ଭୟ ଲାଗୁନି । ଆମେ ଦୁହେଁ ବହୁତ ଖୁସି ଅଛୁ” । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ବିଶ୍ବଭୂଷଣ ଓ ତାଙ୍କ ଅର୍ଦ୍ଧାଙ୍ଗିନୀ ରୂପାଲି ଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।