T20 World Cup 2022 : ଯଦି ଭାରତ-ପାକିସ୍ତାନ ହାଇ ଭୋଲଟେଜ ମ୍ଯାଚରେ ଏମିତି ହୁଏ ତେବେ କିଏ ଜିତିବ ମ୍ଯାଚ ? ଦେଖନ୍ତୁ କଣ କହୁଛି ICC ନିୟମ

ଟି-୨୦ ମହାସମର ଆରମ୍ଭ ହୋଇଯାଇଛି । ସୁପର-୧୨ ପର୍ଯ୍ୟାୟ ମ୍ଯାଚ ପୂର୍ବରୁ ରାଉଣ୍ଡ ପର୍ଯ୍ୟାୟ ମ୍ଯାଚ ଆରମ୍ଭ ହୋଇଯାଇଛି । ଏହି ରାଉଣ୍ଡ ପର୍ଯ୍ୟାୟରୁ ଚାରୋଟି ଟିମ୍ ହାତେଇବେ ସୁପର-୧୨ ପର୍ଯ୍ୟାୟ ଟିକେଟ । ତେବେ ଆସନ୍ତା ଅକ୍ଟୋବର ୨୩ରେ ସୁପର-୧୨ ର ହାଇ ଭୋଲଟେଜ ମୁକାବିଲା ଦେଖିବାକୁ ମିଳିବ । କାରଣ ମେଲବୋର୍ଣ୍ଣ ମଇଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ପାରମ୍ପରିକ ପ୍ରତିଦ୍ଵନ୍ଦୀ ଭାରତ ଏବଂ ପାକିସ୍ତାନ ।

ରୋହିତଙ୍କ ନେତୃତ୍ବରେ ଚିର ପ୍ରତିଦ୍ଵନ୍ଦୀ ପାକିସ୍ତାନକୁ ମାତ୍ ଦେବା ପାଇଁ ମେନ ଇନ ବ୍ଲୁ ପଡିଆକୁ ଓହ୍ଲାଇବେ । ସବୁଠୁ ବଡ କଥା ହେଲା ଗତ ଟି-୨୦ ପରାଜୟର ପ୍ରତିଶୋଧ ନେବା ପାଇଁ ଭାରତ ପାଖରେ ସୁବର୍ଣ୍ଣ ସୁଯୋଗ ରହିଛି । କାରଣ ଟିମ୍ ଇଣ୍ଡିଆର ଅଧିକାଂଶ ଖେଳାଳି ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି । କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମ ଏବେ ବିଶ୍ଵର ବଡ ବଡ ଟିମ୍ ଙ୍କ ନିଦ ହଜେଇ ଦେଇଛି ।

ହେଲେ ପାକିସ୍ତାନ ସହ ହେବାକୁ ଥିବା ହାଇ ଭୋଳଟେଜ ମ୍ଯାଚ ଯଦି ବର୍ଷାରେ ଧୋଇ ଯାଏ କିମ୍ବା ଅନ୍ୟ କୌଣସି କାରଣରୁ ରବ୍ଦ ହୁଏ ତେବେ କଣ ହେବ ଏହାକୁ ନେଇ କ୍ରିକେଟପ୍ରେମୀଙ୍କ ମନରେ ପ୍ରଶ୍ନ ରହିଛି । ଟି-୨୦ ବିଶ୍ଵକପ ପାଇଁ ଆଇସିସି ଜାରି କରିଥିବା ନିୟମାନୁଯାୟୀ ସୁପର-୧୨ ପର୍ଯ୍ୟାୟ ମ୍ଯାଚରେ କୌଣସି ଟିମ୍ ବିଜୟୀ ହେଲେ ୨ ପଏଣ୍ଟ ପାଇବେ ଓ ପରାଜିତ ଟିମ୍ କୁ କୌଣସି ପଏଣ୍ଟ ମିଳିବ ନାହିଁ । ଅନ୍ୟପଟେ ମ୍ଯାଚ ଯଦି ଅମୀମାଂସିତ କିମ୍ବା ବାତିଲ ହୁଏ ତେବେ ଦୁଇଟି ଟିମ୍ କୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିବ ।

ସୁପର-୧୨ ପର୍ଯ୍ୟାୟ ମ୍ଯାଚ ପାଇଁ କୌଣସି ରିଜର୍ଭ ଦିନ ରଖା ଯାଇନାହିଁ । ଅର୍ଥାତ ଠାରେ ଖେଳ ବାତିଲ ହେଲେ କିମ୍ବା ଅମୀମାଂସିତ ରହିଲେ ଏହା ବଦଳରେ ଆଉ ମ୍ଯାଚ ଖେଳା ଯାଇପାରିବ ନାହିଁ । ବରଂ ଉଭୟ ଟିମ୍ ମଧ୍ୟରେ ପଏଣ୍ଟ ବାଣ୍ଟି ଦିଆଯିବ । ତେଣୁ କୌଣସି କ୍ରିକେଟପ୍ରେମୀ ଚାହିଁବେ ନାହିଁ କି ଏଭଳି ପରିସ୍ଥିତି ସୃଷ୍ଟି ହେଉ । କାରଣ କ୍ରିକେଟପ୍ରେମୀ ମାନେ ଭାରତ-ପାକିସ୍ତାନ ମ୍ଯାଚକୁ ଦୀର୍ଘ ବର୍ଷ ଧରି ଅପେକ୍ଷା କରି ରହିଥାନ୍ତି ।

ଏଭଳି ସ୍ଥିତିରେ ସେମିଫାଇନାଲକୁ ଯିବା ପାଇଁ ଯଦି ଗ୍ରୁପରେ ଉଭୟ ଟିମର ପଏଣ୍ଟ ସମାନ ରୁହେ ତେବେ ଉନ୍ନତ ରନରେଟ ଥିବା ଟିମ୍ କୁ ପ୍ରଥମେ ସୁଯୋଗ ମିଳିବ । ରନରେଟ ମଧ୍ୟ ସମାନ ଥିଲେ କେଉଁ ଟିମ ଅଧିକ ମ୍ଯାଚ ଜିଟିଛି ତାହାକୁ ମାପଦଣ୍ଡ ଧରାଯିବ । କେବଳ ପ୍ଲେ ଅଫ ଓ ଫାଇନାଲ ମୁକାବିଲା ପାଇଁ ରିଜର୍ଭ ଦିନ ରଖିଛି ଆଇସିସି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।