ଶ୍ଵଶୁର ମୋତେ କଦର୍ଯ୍ୟ କଥାସବୁ ପଚାରି ପଛପଟୁ କୁଣ୍ଢାଇ ମୋ ସହ… ଶ୍ଵଶୁରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବୋହୂ Sasmita, ଦେଖନ୍ତୁ video

ସାଲେପୁର ମାଛୁଆତି ଗାଁରେ ନିଜ ଶ୍ଵଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି ବୋହୂ ସସ୍ମିତା ମହାରଣା । ସ୍ଵାମୀ ଫେରି ଆସନ୍ତୁ ଓ ତାଙ୍କୁ ସମ୍ମାନର ସହ ଘରକୁ ନିଅନ୍ତୁ ବୋଲି ଜିଦ୍ ଧରିଛନ୍ତି ସସ୍ମିତା । ତାଙ୍କର କହିବା ଅନୁଯାୟୀ, ସେ 2020 ଜୁଲାଇରେ ସୁଶେନ ମହାରଣା ଓରଫ ଲିଟୁଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ବିବାହ ବେଳେ ବଡ ଧରଣର ଯୌତୁକ ଦାବି କରିଥିଲେ ସୁଶେନଙ୍କ ପରିବାର ଓ ସସ୍ମିତାଙ୍କ ବାପମା’ ମଧ୍ୟ ଡିମାଣ୍ଡ ଅନୁଯାୟୀ ଦେଇଥିଲେ ।

ବିବାହ ପରେ ଶ୍ଵଶୁର ତାଙ୍କ ଉପରେ ଖରାପ ନଜର ରଖିଥିବା ଅଭିଯୋଗ ଆଣିଛନ୍ତି ସସ୍ମିତା । ତାଙ୍କୁ ଅତ୍ୟନ୍ତ ବ୍ୟକ୍ତିଗତ କଥା ସବୁ ପଚାରିବା ସହ ସବୁବେଳେ ଖରାପ ନଜର ରଖନ୍ତି । ସେ କେମିତି ଗାଧୋଉଛନ୍ତି ଓ କଣ କରୁଛନ୍ତି ସେସବୁ ନେଇ ତାଙ୍କ ସ୍ଵାମୀଙ୍କ ଆଗରେ ମଧ୍ୟ ଶ୍ଵଶୁର କୁହନ୍ତି । ଏପରିକି ଦିନେ ତାଙ୍କ ପେଟରେ ହାତ ମାରିବାକୁ ଚେଷ୍ଟା କରିଥିଲେ ଓ ପଛରୁ ଅନେକ ଥର କୁଣ୍ଢାଇଛନ୍ତି । ତାଙ୍କୁ ରେପ୍ କରିବାକୁ ଅନେକ ଥର ଶ୍ଵଶୁର ଯୋଜନା କରିଛନ୍ତି ଓ ଏନେଇ ସସ୍ମିତା ସ୍ଵାମୀଙ୍କ ଆଗରେ କହିଲେ ମଧ୍ୟ ସେ ତାଙ୍କୁ ବିଶ୍ବାସ କରନ୍ତିନି ।

ଓଲଟା ସସ୍ମିତାଙ୍କୁ ମାଡଗାଳି ଦିଅନ୍ତି । ଏନେଇ ସସ୍ମିତା ବାରମ୍ବାର ଅଭିଯୋଗ କରିବା ପରେ ଗତ ଅକ୍ଟୋବର ମାସରେ କୁମାର ପୂର୍ଣ୍ଣିମା ପାଇଁ ସବୁ ଭାର ଦେଇ ସସ୍ମିତାଙ୍କୁ ବାପଘରକୁ ପଠେଇ ଦେଇଥିଲେ । ହେଲେ ତା’ ପରେ ଆଉ ଘରକୁ ଆଣିବାକୁ ଯାଇ ନଥିଲେ । ସ୍ଵାମୀ କି ଶ୍ଵଶୁର କେହି ଫୋନ ନ ଉଠାଇବାରୁ ସସ୍ମିତାଙ୍କ ସନ୍ଦେହ ବଢିଥିଲା ।

ତା’ପରେ ସେ ଥାନାର ଦ୍ଵାରସ୍ଥ ହୋଇଥିଲେ । ତଥାପି କେହି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା କହିଛନ୍ତି ସସ୍ମିତା । ଶ୍ଵଶୁରଙ୍କ ନାଁରେ ବୋହୂ ଏଭଳି ସାଂଘାତିକ ଅଭିଯୋଗ ଆଣିବା ପରେ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । କିଛି ସ୍ଥାନୀୟ ମହିଳା ମଧ୍ୟ ସସ୍ମିତାଙ୍କୁ ସହଯୋଗ କରୁଛନ୍ତି । ସ୍ଵାମୀ ଓ ଶ୍ଵଶୁର ମିଶି ସସ୍ମିତାଙ୍କ ଗର୍ଭ ନଷ୍ଟ କରିଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି ।

ଏହାସହ ନିଜ ପାଖରେ ସ୍ଵାମୀଙ୍କର ଆହୁରି ଅନେକ ସିକ୍ରେଟ ରଖିଥିବା ସେ କହିଛନ୍ତି । ଯଦି ସ୍ଵାମୀ ନ ଆସନ୍ତି ଓ ତାଙ୍କର ମର୍ଯ୍ୟାଦା ନ ଫେରାନ୍ତି ତେବେ ସେଠାରେ ହିଁ ମରିବେ ବୋଲି ଧମକ ଦେଇଛନ୍ତି ସସ୍ମିତା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।