ସ୍ଵପ୍ନ ରେ ପାଣି ଦେଖିବା : ଜାଣନ୍ତୁ ଏହାର ଶୁଭ ଓ ଅଶୁଭ ପ୍ରଭାବ

ଏହି ଦୁନିଆରେ ଏମିତି କୌଣସି ମଣିଷ ନାହିଁ ଯିଏ କି ସ୍ଵପ୍ନ ଦେଖି ନାହିଁ । ସ୍ଵପ୍ନ ମଣିଷର ଏକ କଳ୍ପନା ବି ହୋଇ ପାରେ । ହିନ୍ଦୁ ଧର୍ମର ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ସ୍ଵପ୍ନର କୌଣସି ନା କୌଣସି ଅର୍ଥ ଥାଏ । ଯଦି ଆପଣ ସ୍ଵପ୍ନରେ ପାଣି ଦେଖୁଛନ୍ତି ତେବେ ଏହାର ଶୁଭ ଏବଂ ଅଶୁଭ ଦୁଇଟି ପରିଣାମ ହୋଇଥାଇ ପାରେ । ତେବେ ଚାଲନ୍ତୁ ଜାଣିବା ସ୍ଵପ୍ନରେ ପାଣି ଦେଖିଲେ ତାହା ର କଣ ଅର୍ଥ ହୋଇଥାଏ।

ସ୍ଵପ୍ନରେ ପାଣି ଦେଖିବା (ବଢି)

ଯେତେବେଳେ ବଢି ଏବଂ ବନ୍ୟା ଆସିଥାଏ ତେବେ ଘରଦ୍ଵାର ସବୁ ଭସାଇ ନେଇ ଯାଇଥାଏ । ଯଦି ଆପଣ ସ୍ଵପ୍ନରେ ବଢି କିମ୍ବା ବନ୍ୟା ଭଳି ଦୃଶ୍ୟକୁ ଦେଖୁଛନ୍ତି ତେବେ ଏହା ଆପଣଙ୍କ ଜୀବନରେ ସମସ୍ୟା ଏବଂ ଦୁଃଖର ସମୟ ଆସିବାର ସଙ୍କେତ ଦେଇଥାଏ ।

ବର୍ଷା ପାଣି ର ବୁନ୍ଦା କୁ ଦେଖିବା

ସ୍ଵପ୍ନରେ ବର୍ଷା ପାଣିର ବୁନ୍ଦା ଦେଖା ଦେବା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ ।

ସ୍ଵପ୍ନରେ ନଦୀ ଦେଖିବା

ଯଦି ଆପଣଙ୍କୁ ସ୍ଵପ୍ନରେ ନଦୀର ପାଣି ଦେଖା ଯାଇଥାଏ ତେବେ ଏହା ଆପଣଙ୍କ ପାଇଁ ବହୁତ ଭଲ ସଂକେତ ଅଟେ । ଏହା ଦ୍ଵାରା ଆପଣଙ୍କର ସବୁ ଆଶା ପୂରଣ ହେବାର ଅଛି ।

ସମୁଦ୍ର ପାଣି ଦେଖିବା

ଯଦି ଆପଣଙ୍କୁ ସ୍ଵପ୍ନରେ ସମୁଦ୍ର ପାଣି ଦେଖା ଯାଏ ତେବେ ଏହାର ଅର୍ଥ ଆପଣଙ୍କୁ ଆପଣଙ୍କର ଭୁଲ ଗୁଡିକୁ ଠିକ କରିବାକୁ ପଡିବ ।

ସ୍ଵପ୍ନରେ ସ୍ବଚ୍ଛ ପାଣି ଦେଖିବା

ଯଦି ଆପଣ ସ୍ଵପ୍ନରେ ସ୍ବଚ୍ଛ ପାଣି ଦେଖୁଛନ୍ତି ତେବେ ଆପଣଙ୍କୁ ବହୁତ ଜଲ୍ଦି ଭଲ କାମ ଏବଂ ସଫଳତା ମିଳିବାର ଅଛି ।

ଖରାପ ପାଣି ଦେଖା ଯିବା

ସ୍ଵପ୍ନରେ ଖରାପ ଏବଂ ଦୂଷିତ ପାଣି ଦେଖା ଯିବାର ଅର୍ଥ ଆପଣଙ୍କ ଜୀବନରେ ବହୁତ ଜଲ୍ଦି କୌଣସି ଅସୁବିଧା ଆସିବାର ଅଛି ।

ଗରମ ପାଣି ଦେଖିବା

ଯଦି ଆପଣଙ୍କ ସ୍ଵପ୍ନରେ ଗରମ ପାଣି ଦେଖା ଯାଏ ତେବେ ଏହାର ଅର୍ଥ ଆପଣଙ୍କ ମନରେ ଚିନ୍ତା ଭରପୁର ଅଛି ।

ଉଞ୍ଚା ଜାଗରୁ ପାଣିରେ ପଡିବା

ଯଦି ଆପଣଙ୍କ ସ୍ଵପ୍ନରେ କୌଣସି ଉଞ୍ଚା ଜାଗାରୁ ଆପଣ ପାଣିରେ ପଡିଯିବାର ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣ ଆସନ୍ତା ସମୟରେ ଏକ ବଡ ରୋଗରେ ପୀଡିତ ହେବାର ଅଛି ।

ଲହରୀ ର ଶବ୍ଦ

ଯଦି ଆପଣ ସ୍ଵପ୍ନରେ ଲହଡି ର ଶବ୍ଦ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନ ଖୁସିରେ ଚାଲୁଥିବ ।

ସୁନାମୀ ଦେଖା ଦେବା

ସୁନାମୀ ଭଳି କିଛି ଯଦି ଆପଣ ନିଜର ସ୍ଵପ୍ନରେ ଦେଖୁଛନ୍ତି ତେବେ ଆପଣଙ୍କ ସାମ୍ନାରେ କୌଣସି ବଡ ସମସ୍ୟା ଆସିବାର ଅଛି ।