ସ୍ଵପ୍ନରେ ମୃତ ପରିଜନଙ୍କୁ ଦେଖୁଛନ୍ତି କି ତ ଜାଣି ନିଅନ୍ତୁ ଏହା ପଛରେ ରହସ୍ୟ !

ଯଦି ଆପଣ ନିକଟରେ କୌଣସି ପ୍ରିୟଜନ, ସମ୍ପର୍କୀୟ କିମ୍ବା ବନ୍ଧୁକୁ ହରାଇଛନ୍ତି ତେବେ ହୋଇପାରେ କି ସେମାନେ ଆପଣଙ୍କ ସ୍ଵପ୍ନକୁ ଆସିଥିବେ । କିନ୍ତୁ କଣ ଆପଣ କେବେ ଚିନ୍ତା କରିଛନ୍ତି କି ଏହିଭଳି ସ୍ଵପ୍ନ କାହିଁକି ଆସିଥାଏ । ଯଦି ଆପଣ ଏହିଭଳି କିଛି ଅନୁଭବ କରିଛନ୍ତି ତେବେ ଭୟଭୀତ ହୁଅନ୍ତୁ ନାହିଁ । ଆମର ହିନ୍ଦୁ ଶାସ୍ତ୍ରରେ ପ୍ରତ୍ୟକ ସ୍ଵପ୍ନ ସହ ଜଡିତ ଏକ ବିଶେଷ ଅର୍ଥ କୁହାଯାଇଛି । ଯାହାକୁ ସ୍ଵପ୍ନ ଶାସ୍ତ୍ର କୁହାଯାଏ । ଆଜି ଆମେ ଆପଣଙ୍କୁ ମୃତ ପରିଜନଙ୍କ ସହ ଜଡିତ ସ୍ଵପ୍ନ ବିଷୟରେ କହିବୁ ।

ଯଦି କୌଣସି ବ୍ୟକ୍ତି ଅସୁସ୍ଥ ହେବା କାରଣରୁ ମୃତ୍ୟୁକୁ ପ୍ରାପ୍ତ କରିଛି ଓ ସେମାନେ ଆପଣଙ୍କ ସ୍ଵପ୍ନରେ ପୂରାପୂରି ସୁସ୍ଥ ନଜର ଆସୁଛନ୍ତି ତେବେ ଏହାର ଅର୍ଥ ସେହି ମୃତ ପରିଜନ ଆପଣଙ୍କୁ ଏହା ସନ୍ଦେଶ ଦେବାକୁ ଚାହୁଁଛନ୍ତି କି ତାହାର ଜନ୍ମ କୌଣସି ଭଲ ସ୍ଥାନରେ ହୋଇସାରିଛି । ଏହିଭଳି ସ୍ଵପ୍ନ ଆସିବା ପରେ ଆପଣଙ୍କୁ ପ୍ରସନ୍ନ ହେବା ଉଚିତ ।

ଯଦି କୌଣସି ସୁସ୍ଥ ବ୍ୟକ୍ତିର ଅକାଳ ମୃତ୍ୟୁ ହୋଇଛି ଓ ସେମାନେ ଆପଣଙ୍କ ସ୍ଵପ୍ନରେ ଅସୁସ୍ଥ ନଜର ଆସୁଛନ୍ତି ତେବେ ସ୍ଵପ୍ନ ଶାସ୍ତ୍ର ଅନୁସାରେ ଏହାର ଅର୍ଥ ମୃତ ବ୍ୟକ୍ତି ଆପଣଙ୍କୁ କୌଣସି ଇଚ୍ଛା କହିବାକୁ ଚାହୁଁଛି । ଯାହାକୁ ବୁଝିବା ଦରକାର । ଯଦି ଆପଣ ତାଙ୍କର ସେହି ଇଚ୍ଛା ବିଷୟରେ ଜାଣିଛନ୍ତି ତେବେ ତାକୁ ପୁରା କରିବାକୁ ଚେଷ୍ଟା କରନ୍ତୁ । ଏହିଭଳି କରିବା ଦ୍ଵାରା ସେହି ବ୍ୟକ୍ତିର ଆତ୍ମାକୁ ଶାନ୍ତି ମିଳିବ ।

ଏହା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ବି ଆସିବ । କିନ୍ତୁ ଯଦି ଆପଣ ସେହି ଇଚ୍ଛା ବିଷୟରେ ଜାଣି ବି ତାକୁ ପୁରା କରୁ ନାହାନ୍ତି ତେବେ ଏହା ଆପଣଙ୍କ ପରିବାର ଉପରେ ଖରାପ ପ୍ରଭାବ ପକାଇବ । ଯଦି ଆପଣ କୌଣସି ଜୀବିତ ବ୍ୟକ୍ତିକୁ ନିଜ ସ୍ଵପ୍ନରେ ମୃତ ଦେଖିଛନ୍ତି ଓ ଆପଣ ଡରି ଯାଇ ସଙ୍ଗେ ସଙ୍ଗେ ଉଠି ଯାଇଛନ୍ତି ତେବେ ଆପଣ ଭୟଭୀତ ହୁଅନ୍ତୁ ନାହିଁ । ସ୍ଵପ୍ନ ଶାସ୍ତ୍ର ଅନୁସାରେ ଏହାର ଅର୍ଥ ସେହି ବ୍ୟକ୍ତିର ଆୟୁ ଆହୁରି ଅଧିକ ବଢିଯିବ । ଏହିଭଳି ପ୍ରକାରର ସ୍ଵପ୍ନ ଅଧିକ ଆୟୁର ସଂକେତ ଦେଇଥାଏ ।

କେତେ ଥର ମୃତ ପରିଜନ ଆମର ସ୍ଵପ୍ନରେ ଆସନ୍ତି ଓ ଆମକୁ କିଛି ବି କୁହନ୍ତି ନାହିଁ ଏହାର ଅର୍ଥ ମୃତ ପରିଜନ ଆମ ଜୀବନରେ ଚାଲୁଥିବା ଗତିବିଧି ଠାରୁ ଆମକୁ ସଚେତନ ରହିବା ପାଇଁ କହୁଛନ୍ତି । ଏହାର ଅର୍ଥ ଏହା ବି ହୋଇପାରେ କି ଆମେ କୌଣସି ଭୁଲ କାମ କରୁଛୁ କିମ୍ବା କରିବାକୁ ଯାଉଛୁ । ସେହିଭଳି ମୃତ ବ୍ୟକ୍ତି ଆମ ସ୍ଵପ୍ନରେ ଆସି କିଛି ନ କହି ଆମକୁ ଆଶୀର୍ବାଦ ଦେଇ ଯାଉଛନ୍ତି ତେବେ ଏହାର ଅର୍ଥ ଆପଣ ଯାହା ବି କାର୍ଯ୍ୟ କରୁଛନ୍ତି କିମ୍ବା କରିବାକୁ ଚିନ୍ତା କରୁଛନ୍ତି ଆପଣଙ୍କୁ ସେଥିରେ ସତ ପ୍ରତିଶତ ସଫଳତା ମିଳିବ ।