ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ପ୍ରଥମ ଥର ପାଇଁ ସ୍ୱାମୀ ଙ୍କ ସହିତ ଚିଲିକା ଯାଇ ପକ୍ଷୀମାନଙ୍କୁ ଖାଇବାକୁ ଦେଇ ମଜା ନେଉଛନ୍ତି ଝିଲିକ ଭଟାଚାର୍ଯ୍ୟ । ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି । ବଙ୍ଗୀୟ ଅଭିନେତ୍ରୀ ତଥା ଓଡ଼ିଆ ଚଳଚ୍ଚିତ୍ର ରେ ନିଜର ସ୍ଥାନ ବନାଇ ରଖିଥିବା ଝିଲିକ ଭଟାଚାର୍ଯ୍ୟ ନିକଟରେ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ଵିଵାହ କରିଥିଲେ ଏବଂ ଵିଵାହ ପରେ ସବୁ ଓଡ଼ିଆ ରୀତିନୀତି ଅନୁଯାୟୀ ସେ ଓଡ଼ିଆ ବୋହୁ ହୋଇଥିଲେ । ଏବଂ ସେ ବର୍ତ୍ତମାନ ଓଡିଶା ର ସବୁ ସୁନ୍ଦର ଜାଗା ଗୁଡ଼ିକୁ ବୁଲି ମଜା କରୁଛନ୍ତି ।
ଓଡ଼ିଆ ବୋହୁ ଭାବରେ ନିଜର କାର୍ଯ୍ୟ ଯେତିକି କରୁଛନ୍ତି ସେତିକି ଓଡିଶା କୁ ପରଖି ଦେଖୁଛନ୍ତି । ଏବଂ ଆଜି ପ୍ରଥମ ଥର ଚିଲିକା କୁ ଯାଇଛନ୍ତି । ଏବଂ ଚିଲିକା କୁ ଯାଇ ସେଠାରେ ପକ୍ଷୀ ମାନଙ୍କୁ ଖାଇବାକୁ ଦେବା ସହ ମାଛ ମାନଙ୍କୁ ମଧ୍ୟ ଧରିଛନ୍ତି । ଏବଂ ସେଠାରେ ଯାଇ ମାଛ ଧରାଳି ଙ୍କ ସହ କଥା ହେବା ସହ ତାଙ୍କର ଜାଲ ସହ ଜାଲ ପକାଇ ମାଛ ଧରିଛନ୍ତି ମଧ୍ୟ । ଯାହା ବର୍ତ୍ତମାନ ପୁରା ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇ ଘୁରି ବୁଲୁଛି ।
କାରଣ ବଙ୍ଗୀୟ ଅଭିନେତ୍ରୀ ଝିଲିକ ଅନେକ ଚଳଚ୍ଚିତ୍ର କରିଛନ୍ତି ଏବଂ ସେହି ଚଳଚ୍ଚିତ୍ର ଗୁଡିକ ମଧ୍ୟରୁ ଅନେକ ହିଟ ମଧ୍ୟ ହୋଇଛି । ଯାହାକୁ ଲୋକମାନେ ପ୍ରଚୁର ପରିମାଣରେ ପସନ୍ଦ କରିଛନ୍ତି । କିନ୍ତୁ ଵିଵାହ ପରେ ଝିଲିକ କୌଣସି ଚଳଚ୍ଚିତ୍ର କିମ୍ବା ଆଡ଼ଭେଟାଇଜ଼ ରେ ଆଉ ଦେଖିବାକୁ ମିଳୁ ନାହାନ୍ତି । ଶୁଣିବାକୁ ମିଳୁଛି ଝିଲିକ ଏବେ ନୂଆ ନୂଆ ରାଜନୀତି ରେ ପାଦ ଦେବେ ଏବଂ ସ୍ୱାମୀ ପ୍ରୀତି ରଞ୍ଜନ ଙ୍କର ସାଥ ଦେବେ ।
ସେଥିପାଇଁ ସେ ଆଉ ଅଭିନୟ କରୁନାହାଁନ୍ତି । ଯେହେତୁ ଶାଶୁ ଶଶୁର ଘରେ ସମସ୍ତେ ରାଜନୀତିଜ୍ଞ ତେଣୁ ଝିଲିକ ମଧ୍ୟ ଆଗକୁ ରାଜନୀତି ରେ କିଛି କରିବେ ବୋଲି କିଛି ଖବର ରୁ ଜଣାପଡ଼ିଛି । କିନ୍ତୁ ଝିଲିକ ଚିଲିକା ଯାଇ ଭିଡ଼ିଓ ଛାଡିବା ପରେ ତାହା ବହୁତ ଭାଇରଲ ହେବାକୁ ଲାଗିଛି । ଏବଂ ସେ ପ୍ରଥମ ଥର ଚିଲିକା ଯାଇଥିବାର ଅନୁଭବ କୁ ଇନଷ୍ଟାଗ୍ରାମ ରେ ଭଲ ରେ ବଖାଣି ଛନ୍ତି ।
ସେ କହିଛନ୍ତି ମୁଁ ଚିଲିକା ରେ ପକ୍ଷୀ ମାନଙ୍କୁ ଖାଇବାକୁ ଦେଇ ବହୁତ ଖୁସି ହେଲି । ଲୋକମାନେ ଏଠାରେ କଣ ଅନୁଭବ କରୁଥିବେ ତାହା ଏବେ ମୁଁ ଜାଣି ପାରୁଛି । ଓଡ଼ିଶାରେ ଚିଲିକା ଏକ ବହୁତ ସୁନ୍ଦର ଯାଗା । ତେବେ ଲୋକମାନେ ମଧ୍ୟ ଏଠାକୁ ଆସି ବହୁତ ଖୁସି ଅନୁଭବ କରୁଥିବେ ବୋଲି ମୁଁ ଭାବୁଛି ।
ତେବେ ଆପଣଙ୍କୁ ଝିଲିକ ଙ୍କର ଅଭିନୟ କିପରି ଲାଗେ ନିଶ୍ଚିତ ଜଣାଇବେ । ତା ଛଡା ଝିଲିକ ଙ୍କର ନାଚ ଓ ଏକ୍ସପ୍ରେସନ, ରୋମାନ୍ସ କେମିତି ଲାଗେ ଆପଣ ମାନଙ୍କୁ ନିଶ୍ଚିତ ଭାବରେ ଆମକୁ ଜଣାଇବେ । ତେଣୁ ଆପଣ ମାନେ ମଧ୍ୟ ଚିଲିକା ବୁଲି ଆସି ତାର ଅନୁଭବ ବଖାଣନ୍ତୁ ।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।